ଗଣତନ୍ତ୍ର ଓ ନିଜ କର୍ତବ୍ୟକୁ ଭୁଲି ଶାସକ ବିଜେଡିର ଏଜେଣ୍ଡାରେ ସାମିଲ ହୋଇ ପୋଲିସ ଓ ପ୍ରଶାସନ ସାଧାରଣ ଲୋକଙ୍କ ଉପରେ ଜୁଲମ କରୁଛି: ବିଜେପି

 ଗତକାଲି କଟକରେ ବିଜେପି କାର୍ଯ୍ୟକର୍ତାଙ୍କୁ ରାତିଅଧିଆ ଗିରଫ ଅଗଣତାନ୍ତ୍ରୀକ
 ଖୋଦ୍ ମୁଖ୍ୟମନ୍ତ୍ରୀ ଗଣତନ୍ତ୍ରରେ ହିଂସା ସୃଷ୍ଟି କରି ନିଜର ରାଜନୈତିକ ଫାଇଦା ହାସଲ କରିବାକୁ ମଧ୍ୟ ପଛାଉନାହାଁନ୍ତି
 ସାଧାରଣ ସହରବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗକୁ ଉତ୍ଥାପନ କରିବା କ’ଣ ଭୂଲ ?
 ହିଂସା ପରାୟଣ ଶାସକ ବିଜେଡିର ଅସହିଷ୍ନୁ ମନୋଭାବ ସ୍ପଷ୍ଟ ହୋଇଛି

PC2

ରାଜ୍ୟରେ ଚାଲିଛି ଅରାଜକତାର ସରକାର । ପ୍ରଶାସନିକ ଅଧିକାରୀଠୁ ଆରମ୍ଭ କରି ପୋଲିସ ଅଫିସର ପର୍ଯ୍ୟନ୍ତ ଲାଗୁଛି ସମସ୍ତେ ଯେମିତି ଶାସକ ବିଜେଡିର ଚାବି ଦିଆ ଖେଳନା । ଶାସକ ବିଜେଡି ନେତା ଯାହା କହିବେ ତାହା ହିଁ କରିବାକୁ ସେମାନେ ବାଧ୍ୟ । ଗଣତନ୍ତ୍ର ଓ ନିଜ କର୍ତବ୍ୟକୁ ଭୁଲି ଶାସକ ବିଜେଡିର ଏଜେଣ୍ଡାରେ ସାମିଲ ହୋଇ ପୋଲିସ ସାଧାରଣ ଲୋକଙ୍କ ଉପରେ ଜୁଲମ କରୁଛି । ଉଭୟ ପୋଲିସ ଏବଂ ପ୍ରଶାସନ ଶାସକ ବିଜେଡିର କର୍ମୀ ହୋଇ କାର୍ଯ୍ୟ କରୁଛନ୍ତି । ଶାସକ ବିଜେଡିର ହାତବାରିସୀ ସାଜିଥିବା ପୋଲିସ ଶାସକ ବିଜେଡିର ରାଜନୈତିକ ବିରୋଧୀମାନଙ୍କ ସ୍ୱରକୁ ଚାପି ଦେବାର ଅପପ୍ରୟାସ କରୁଛି । ରାଜ୍ୟର ସ୍ୱାର୍ଥ ଏବଂ ସାଧାରଣ ଜନତାଙ୍କ ହକ୍ର ଲଢେଇ ପାଇଁ କାର୍ଯ୍ୟ କରୁଥିବା ବିଜେପିର କାର୍ଯ୍ୟକର୍ତାଙ୍କୁ ସଚିବାଳୟର ୩ୟ ମହାଲାର ପ୍ରତ୍ୟକ୍ଷ ନିଦେ୍ର୍ଧଶରେ ପୋଲିସ ଏବଂ ପ୍ରଶାସନ ବିନା କାରଣରେ ଅକଥନୀୟ ଅତ୍ୟାଚାର କରି ବିରୋଧୀଙ୍କ ମନୋବଳକୁ ଭାଙ୍ଗିବାକୁ ହୀନ ଚକ୍ରାନ୍ତ କରୁଛି । ଗତ କାଲି କଟକ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଘେରାଓ ବେଳେ ଆନେ୍ଦାଳନରତ ବିଜେପି କାର୍ଯ୍ୟକର୍ତାଙ୍କୁ ପୋଲିସ ଯେଉଁ ଭଳି ଭାବେ ମାଡପିଟ କରିବା ସହ ରାତିଅଧିଆ ଗିରଫ କରିଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ବିଜେପି ପ୍ରବକ୍ତା ଶ୍ରୀ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ୨୦୦୭ ମସିହାରେ କଟକରେ ଆରମ୍ଭ ହୋଇଥିବା ଜାଇକା ପ୍ରୋଜେକ୍ଟର ବ୍ୟୟ ଅଟକଳ ୯୦୦ କୋଟିରୁ ୩ ହଜାର କୋଟିରେ ପହଂଚିଛି । ଜାଇକା ପ୍ରକଳ୍ପ ୨୦୧୧ ସୁଦ୍ଧା ଶେଷ ହେବାର ଧାର୍ଯ୍ୟ ହୋଇଥିବା ସତ୍ୱେ ଆଜି ପର୍ଯ୍ୟନ୍ତ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ । କଟକ ସହରର ମୈାଳିକ ସ୍ୱେରେଜ, ଡ୍ରେନେଜ ବ୍ୟବସ୍ଥକୁ ସୁଧାରିବା ପାଇଁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା । ମାତ୍ର ସହରବାସିନ୍ଦାଙ୍କ ସୁବିଧା ହେବା ପରିବର୍ତେ ଏହି ପ୍ରକଳ୍ପ ଆଜି ମରଣଯନ୍ତା ସାଜିଛି । ରାସ୍ତାଘାଟ ମଝିରେ ଖୋଲା ଗାତ ଓ ନର୍ଦ୍ଧମା କାରଣରୁ ମଶା ଉପଦ୍ରବରେ ସହରବାସୀ ହନ୍ତସନ୍ତ । ମହାନଗର ନିଗମର ବେପାରୁଆ ମନୋଭାବ କାରଣରୁ ପ୍ରତିଦିନ ଦୁର୍ଭଟଣାମାନ ଘଟୁଛି । ସହରର ସ୍ୱରେଜ, ଡ୍ରେନେଜ ଓ ସାନିଟାରୀରେ ଅବ୍ୟବସ୍ଥା ଆଦି ପ୍ରସଂଗ ସହ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ବିଜେପି ଗତକାଲି ମହାନଗର ନିଗମ (ପୃÂା: ୧/୨)

କାର୍ଯ୍ୟାଳୟ ଘେରାଓ ସହ ଅବଗତ କରାଇବାକୁ ଯାଇଥିବା ସମୟରେ ଅଚାନକ ଭାବରେ ଶାସକ ବିଜେଡିର ନିଦେ୍ର୍ଧଶରେ ସ୍ଥାନୀୟ ପୋଲିସ ପ୍ରଶାସନ ବିଜେପି ନେତା ଓ କର୍ମୀମାନଙ୍କ ଉପରକୁ ଲାଠି ଚାର୍ଜ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଶାସକ ବିଜେଡି ଉପରୁ ସାଧାରଣ ଲୋକ ଆସ୍ଥା ହରେଇଲେଣି । କେତେକ ମୁଷ୍ଟିମେୟ ଅଣ ଓଡିଆ ଅଫିସରଙ୍କୁ ନେଇ ସରକାର ଚାଲିଛି । ଦିନକୁ ଦିନ ଦଳୀୟନେତାଙ୍କଠୁ ଆରମ୍ଭ କରି ସାଧାରଣ କାର୍ଯ୍ୟକର୍ତା ଅସନ୍ତୁଷ୍ଟ ପ୍ରକାଶ କରି ବିଜେଡି ପରିତ୍ୟାଗ କରୁଛନ୍ତି । କିଏ ବିରାପାନ୍ନ କହୁଛି ତ ଆଉ କିଏ ଅଣ ଓଡିଆ ତାଲିମ ଅଫିସରଙ୍କ ଦ୍ୱାରା ଶାସନ ଚାଲିଛି ବୋଲି ଇଙ୍ଗିତ କରୁଛନ୍ତି । ବରଗଡ (ବିଜେପୁର)ଠୁ ଆରମ୍ଭ କରି ବ୍ରହ୍ନପୁର, ଢେଙ୍କାନାଳ, ବୈାଦ୍ଧ, ଜଗତସିଂହପୁର, ମୟୁରଭଞ୍ଜ, ଭୂବନେଶ୍ୱର, କଟକ ଆଦି ସବୁ ସ୍ଥାନରେ ଶାସକ ବିଜେଡି ଆତଙ୍କ ଖେଳାଇଛି । ନିର୍ବାଚନ ପ୍ରସଙ୍ଗ ହେଉ ଅବା ସାଧାରଣ ବିକ୍ଷୋଭ ପୋଲିସକୁ ନିଜ ହାତବାରେସି କରି ଶାସକ ବିଜେଡି ବିରୋଧୀଙ୍କୁ ଅଟକାଇବାକୁ ପ୍ରୟାଶ କରୁଛି । ଖୋଦ୍ ମୁଖ୍ୟମନ୍ତ୍ରୀ ଗଣତନ୍ତ୍ରରେ ହିଂସା ସୃଷ୍ଟି କରି ନିଜର ରାଜନୈତିକ ଫାଇଦା ହାସଲ କରିବାକୁ ମଧ୍ୟ ପଛାଉନାହାଁନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ସହରର ବସ୍ତି ବାସିନ୍ଦାଙ୍କ ପାଇଁ ପକ୍କା ଘର ଖଣ୍ଡେ ନାହିଁ । ଠିକାଦାର ସାଜି ଶାସକ ଦଳର ବିଧାୟକ ଅମୃତ ଯୋଜନାରେ ଆସୁଥିବା ଅର୍ଥକୁ ହରିଲୁଟ୍ କରୁଛନ୍ତି । ଭେଣ୍ଡିଂ ଜୋନ ଆବଂଟନରେ ଅନିୟମିତତା । ମଶାଙ୍କ ଉପଦ୍ରବ୍ୟରେ କଟକବାସୀ ଅଣାୟନ୍ତ । ଏ ସମସ୍ତ ସମସ୍ୟାକୁ ସାଧାରଣ ସହରବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗକୁ ଉତ୍ଥାପନ କରିବା କ’ଣ ଭୂଲ ବୋଲି ପ୍ରଶ୍ନ ପଚାରିବା ସହ ପୋଲିସ ଏବଂ ପ୍ରଶାସନର ଏଭଳି ଦମନମୁଳକ କାର୍ଯ୍ୟ ହିଂସାପରାୟଣ ଶାସକ ବିଜେଡିର ଅସହିଷ୍ନୁ ମନୋଭାବକୁ ସ୍ପଷ୍ଟ ଦର୍ଶାଉଛି ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ଦେ କହିଛନ୍ତି ।
ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଗତକାଲି କଟକରେ ସାଧାରଣ ଜନତାଙ୍କ ଉପରକୁ ପୋଲିସ ଲାଠି ମାଡ କରିବା ଏବଂ ଉଦେ୍ଧଶ୍ୟମୂଳକ ଭାବରେ ବିଜେପିର ନେତା ଓ କର୍ମୀମାନଙ୍କୁ ଗିରଫ କରିବା ପ୍ରତିବାଦରେ ରାଜ୍ୟ ବିଜେପି ତରଫରୁ ପୋଲିସ କମିଶନରଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇ କମିଶନରେଟ ପୋଲିସ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ରାଜ୍ୟ କାର୍ଯାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରବକ୍ତା ଦିଲ୍ଲିପ ମହାନ୍ତି ଓ ରାଜ୍ୟ ସଂପାଦକ ଦିଲ୍ଲିୀପ ମଲ୍ଲିକ ଉପସ୍ଥିତ ଥିଲେ ।

Share in top social networks!