ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ପକ୍ଷ୍ୟରୁ ଜାତୀୟ ଯୁବ ଦିବସ – ୨୦୧୮ ପାଳିତ ।

DSCN0127
ସ୍ୱାମୀ ବିବେକାନନ୍ଦଙ୍କର ପବିତ୍ର ଜନ୍ମ ଦିବସ, ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଇଥାଏ । ଏହି ଅବସରରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ଆନୂକୁଲ୍ୟରେ ସ୍ଥାନୀୟ ରେଡକ୍ରସ୍ ଭବନଠାରେ ଜାତୀୟ ଯୁବ ଦିବସ – ୨୦୧୮ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ, ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଯଥା ଚିତ୍ରାଙ୍କନ, ବକୃତା, କୁଇଜ୍ , ସଂଗୀତ, ରଚନା, ଆଦି ଆୟୋଜନ କରାଯାଇଥିଲା ।

ଆଜି, ଅପରାହ୍ନରେ ସ୍ଥାନୀୟ ରେଡ଼କ୍ରସ୍ ଭବନ ପରିସରରେ ଅନୁÂିତ ରାଜ୍ୟସ୍ତରୀୟ ସଭାରେ ଆୟକର ବିଭାଗର କମିସନର ଶ୍ରୀ ଶରତ କୁମାର ଦାସ୍ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସେ ତାଙ୍କ ଅଭିଭାଷଣରେ ବିବେକାନନ୍ଦଙ୍କୁ ଆଦର୍ଶ ମାର୍ଗଦର୍ଶକ ଭାବେ ଗ୍ରହଣକରି ତାଙ୍କର ବାଣୀ, ସର୍ମପଣ ଭାବ, ନିÂ, ବ୍ରହ୍ମଚାର୍ଯ୍ୟ, ଯୋଗ ଓ ପ୍ରାଣାୟମକୁ ପାଥେୟ କରି ନିଜକୁ ଆଗେଇନେଇ ସମାଜରେ ନିଜର ସ୍ଥାନ ନିରୁପଣ କରିବାକୁ ଆହ୍ୱାନ ଦେଇଥିଲେ ।

ଓଡିଶା ରେଡକ୍ରସ୍ ରାଜ୍ୟ ଶାଖାର ଅବୈତନିକ ସଚିବ ଡା. ଜ୍ଞାନବ୍ରତ ମହାନ୍ତି ଅତିଥି ମାନଙ୍କୁ ସ୍ୱାଗତ ପ୍ରଦାନ କରିବା ସହ ଜାତୀୟ ଯୁବ ଦିବସର ମହତ୍ୱ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଆଜିର ସମାଜରେ ସ୍ୱେଚ୍ଛାସେବୀମାନଙ୍କର ସ୍ୱେଚ୍ଛାକୃତ ସେବାପାଇଁ ଧନ୍ୟବାଦ ଅର୍ପଣ କରି ଯୁବପିଢୀମାନଙ୍କୁ ସେବା ଦିଗରେ ବ୍ରତୀ ରହିବା ପାଇଁ ପ୍ରୋତ୍ସାହିତ କରିଥିଲେ ।
ଯୁବ ରେଡ଼କ୍ରସ୍ ଅଧିକାରୀ ମେଜର ଡଃ କଳ୍ପନା ଦାସ ସେ ତାଙ୍କ ଅଭିଭାଷଣରେ କହିଲେଯେ ରେଡ଼କ୍ରସ୍ର ସ୍ୱେଚ୍ଛାସେବୀ ଭାବେ ପରିଚିତ ହେବା ଆଜିର ସମାଜରେ ଏକ ଗର୍ବ ଓ ଗୌରବର ବିଷୟ ଅଟେ । ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ତଥା ଯୁବପିଢୀମାନଙ୍କୁ ଗଳ୍ପ ମାଧ୍ୟମରେ ପ୍ରେରଣା ଦେଇଥିଲେ । ରମାଦେବୀ ମହିଳା ମହାବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ଶୀ୍ର ସୁଶୀଲ କୁମାର ପଟ୍ଟନାୟକ ଆଜିର କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଯୁବ ରେଡକ୍ରସ ପରାମର୍ଶଦାତା ବି ଗୋବିନ୍ଦ ରାଓ ଉପସ୍ଥିତ ସମସ୍ତ ଯୁବ ରେଡକ୍ରସ ପରାମର୍ଶଦାତା, ସ୍ୱେଚ୍ଛାସେବୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଅନୁÂିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୫୦ରୁ ଉଦ୍ଧ୍ୱର୍ ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ, ଯୁବ ରେଡ଼କ୍ରସ୍ ପରାମର୍ଶଦାତା, ଆଜୀବନ ସଦସ୍ୟ/ସଦସ୍ୟା, ରେଡକ୍ରସ୍ ଓଡିଶା ରାଜ୍ୟ ଶାଖାର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।

Share in top social networks!
Powered By Indic IME