“ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ’ ପାଳନ ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା

ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତି ପରେ ଏହାର ଭବିଷ୍ୟତ ନେଇ ବିଭିନ୍ନ ଆହ୍ୱାନକୁ ସଫଳ ଭାବରେ ଅତିକ୍ରମ କରିବାକୁ ଭବିଷ୍ୟତ ପିଢ଼ି ପ୍ରଯନ# କରିବା ଉଚିତା ବର୍ତ୍ତମାନର ଛାତ୍ରଛାତ୍ରୀମାନେ ଆମ ଭାଷାର ଭବିଷ୍ୟତ ହୋଇଥ#ବାରୁ ସେମାନେ ଏହାକୁ ଅଧ#କ ଆଦର କରିବା ସହିତ ଜୀବନର ସବୁ କ୍ଷେତ୍ରରେ ବ୍ୟବହାର କରିବା ଉପରେ ଅତିଥ#ମାନେ ଗୁରୁତ୍ୱ ଦେଇଛନ୍ତିା ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଉପସ୍ଥିତ ରହି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ, ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଓ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା ଏହି ମର୍ମରେ ଓଡ଼ିଆ ଭାଷାର ବ୍ୟାପକ ବିସ୍ତୃତି, ଆଦୃତି ଓ ସମୃଦ୍ଧି ନେଇ ପ୍ରତ୍ୟେକ ଓଡ଼ିଆ ଆଗଭର ହେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତିା
ଏହି ଅବସରରେ ସଂସ୍କୃତି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉଚ୍ଚ ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶୁଦ୍ଧ ଓଡ଼ିଆ ଲିଖନ, ପ୍ରବନ୍ଧ ଏବଂ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥ#ଲାା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦୦ରୁ ଊ–ର୍ ଛାତ୍ରଛାତ୍ରୀ ଏଥ#ରେ ଅଂଶଗ୍ରହଣ କରିଥ#ଲୋ ବିଚାରକ ଭାବରେ ଡ. ସୁରେନ୍ଦ୍ର କୁମାର ମହାରଣା, ଡ. ଦେବାଶିଷ ମହାପାତ୍ର, ଡ. ବିନୋଦିନୀ ପାତ୍ର, ଡ. ଶ୍ରୀଜୟା ଦାସ, ଡ. ବୀଣାପାଣି ଦତ୍ତ, ଡ. ରମେଶଚନ୍ଦ୍ର ପାଣି, ଡ. ଅଜୟ ଲେଙ୍କା, ଶ୍ରୀମତୀ ସ୍ନେହଲତା ପୃଷ୍ଟି ଅଂଶଗ୍ରହଣ କରି ସେମାନଙ୍କର ମତାମତ ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥ#ଲୋ ଓଡ଼ିଆ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ଡ. ତମସାରାଣୀ ଦାସମହାପାତ୍ର ପ୍ରତିଯୋଗିତାଗୁଡ଼ିକ ପରିଚାଳନା କରିବା ସହିତ ଚଳିତ ବର୍ଷ ମାର୍ଚ୍ଚ ୧୧ ତାରିଖରେ ସାରା ରାଜ୍ୟରେ “ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ’ ପାଳନ କରାଯିବ ବୋଲି ଉଲ୍ଲେଖ କରିଥ#ଲେ ଓ ଓଡ଼ିଆ ଭାଷାକୁ ଜ୍ଞାନଭଣ୍ଡାରର ଭାଷା ଭାବରେ ସମୃଦ୍ଧ କରିବା ପାଇଁ ଉଦ୍ୟମ କରିବା ସକାଶେ ପ୍ରତିଯୋଗୀମାନଙ୍କୁ ପରାମର୍ଶ ଦେଇଥ#ଲୋ

Share in top social networks!
Powered By Indic IME