“ଶ୍ରୀଜଗନ୍ନାଥ ସଂସ୍କୃତି ଜନଜାତି, ଗ୍ରାମୀଣ ଓ ଦେଶୀୟ ଧର୍ମଧାରାରେ ସମନ୍ୱିତ ଓ ସମାହିତ’ :ପ୍ରଫେସର ହର୍ମାନ୍ କୁଲକେ

OBP Photo
ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳବୀଜ “ଦାରୁଦେବତା’ ଜନଜାତିମାନଙ୍କ ଧର୍ମଧାରାରେ ନିହିତ ଥ#ଲାା ସେହି ସାଂସ୍କୃତିକ ପ୍ରବାହର ସ୍ରୋତ କ୍ରମେକ୍ରମେ ରାଜ୍ୟର ଗ୍ରାମାଞ୍ଚଳରେ ପ୍ରସାରିତ ହୋଇଛି ବୋଲି ବିଶିଷ୍ଟ ଜର୍ମାନ ଗବେଷକ ତଥା ଭାରତବିଦ୍ୟାବିଦ୍ ପଦ୍ମଶ୍ରୀ ପ୍ରଫେସର ଡ. ହର୍ମାନ୍ କୁଲ୍କେ ମତ ଦେଇଛନ୍ତିା ସେ କହିଛନ୍ତି ଯେ ଲୋକ ଅଥବା ଗ୍ରାମବାସୀମାନେ ଏହି ସଂସ୍କୃତିର ଯଥାର୍ଥତା ଉପରେ ନିଃସନ୍ଦେହ ଭାବରେ ବିଶ୍ୱାସ ଓ ଉପଲବ୍ଧିରୁ ବିବିଧତା ମଧ୍ୟରେ ଗ୍ରାମଦେବୀ ଓ ଦେବତାଙ୍କୁ ପୂଜାର୍ଚ୍ଚନା କରିବାର ପ୍ରଥା ଆରମ୍ଭ କରିଥ#ଲୋ ଏହି ଧର୍ମୀୟ ଆଚରଣ କ୍ରମେ କ୍ରମେ ସାମାଜିକ ଓ ସାଂସ୍କୃତିକ ରୂପ ପରିଗ୍ରହ କରି ଜନଜାତି ତଥା ଗଡ଼ଜାତ ରାଜାମାନଙ୍କ ଦ୍ୱାରା ପ୍ରୋତ୍ସାହିତ ହେଲାା ଗଡ଼ଜାତର ଜନଜାତିମାନଙ୍କ ଦେବଦେବୀଙ୍କ ସହିତ ସମତୁଲ ଭାବରେ ଦେଶୀୟ ରାଜାମାନେ ସେମାନଙ୍କ ଇଷ୍ଟଦେବ/ଦେବୀଙ୍କ ନିମନ୍ତେ ପୂଜାବିଧ#, ମନ୍ଦିର ନିର୍ମାଣ ଓ ଉପଚାର ଆରମ୍ଭ କଲୋ ଏହା ଧୀରେ ଧୀରେ ଉପକୂଳ ଓଡ଼ିଶାର ଶାସକବର୍ଗଙ୍କୁ ପ୍ରଭାବିତ କଲା ଏବଂ ସେମାନେ ଏପରି ଧର୍ମଧାରା ପ୍ରଭାବରେ ଅନୁପ୍ରେରିତ ହେଲୋ ସୁତରାଂ ଓଡ଼ିଶାର ଧର୍ମଧାରାରେ ଶ୍ରୀଜଗନ୍ନାଥ ସଂସ୍କୃତି ଉଭୟ ଜନଜାତି ଓ ଲୋକସଂପ୍ରଦାୟଙ୍କ ମଧ୍ୟରେ ସମନ୍ୱିତ ତଥା ସମାହିତ ହୋଇପାରିଛିା ଶ୍ରୀଜଗନ୍ନାଥ ଓଡ଼ିଶା ଭୂଖଣ୍ଡର ଦେବତା ନୁହେଁ, ବରଂ ବିଶ୍ୱ ଦରବାରରେ ପ୍ରତିଷ୍ଠିତ ହୋଇଛନ୍ତି ବୋଲି ପ୍ରଫେସର କୁଲକେ ମତ ଦେଇଛନ୍ତିା
ଆଜି ସନ୍ଧ୍ୟାରେ ସଂସ୍କୃତି ବିଭାଗ ଆନୁକୂଲ୍ୟରେ କେନ୍ଦ୍ରୀୟ ଅଭିଲେଖାଗାର ଓ ରାଜ୍ୟ ଅଭିଲେଖାଗାରର ମିଳିତ ପ୍ରୟାସରେ ସ୍ଥାନୀୟ ସଂଗ୍ରହାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଆୟୋଜିତ ଏହି “ସ୍ୱତନ୍ତ୍ର ସଂସ୍କୃତି ଚର୍ଚ୍ଚା’ରେ ମୁଖ୍ୟଅତିଥ# ଭାବରେ ଯୋଗଦେଇ ପ୍ରଫେସର କୁଲ୍କେ “ଗଡ଼ଜାତ ରାଜ୍ୟର ଜନଜାତିଙ୍କ ଦେବଦେବୀ: ଓଡ଼ିଶାର ଦେଶୀୟ ରାଜା ଓ ସେମାନଙ୍କ ଇଷ୍ଟଦେବଦେବୀ’ ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋକପାତ କରି ଏକ ସାରଗର୍ଭକ ବକ୍ତବ୍ୟ ରଖ#ଥ#ଲୋ ପ୍ରଫେସର କୁଲ୍କେ ରାଜ୍ୟର ବହୁ ଅଞ୍ଚଳ ଯଥା ସିଂହନାଥ, ବଡ଼ମ୍ବା, ମହେନ୍ଦ୍ରଗିରି, ନୃସିଂହନାଥ, ରଣପୁର, ବାଙ୍କୀ, କଣ୍ଟିଲୋ, ତାରିଣୀ ଓ ବିଚ୍ଛିନ୍ନାଞ୍ଚଳ ମଞ୍ଜୁଷା ଇତ୍ୟାଦି ପୀଠର ପ୍ରାଧାନ୍ୟ ଦର୍ଶାଇଥ#ଲୋ ଅନେକ ମନ୍ଦିରରେ ରାଜାନୁଗ୍ରହ କ୍ରମେ ଅଣହିନ୍ଦୁ ପୂଜକଙ୍କ ଦ୍ୱାରା ବିଧ#ବିଧାନ ପାଳନ, ଅଷ୍ଟମାତୃକା ପୂଜା ଇତ୍ୟାଦି ସଂପର୍କରେ ସୂଚନା ଦେଇ ଜନଜାତି, ଲୋକସଂସ୍କୃତିର ସମନ୍ୱୟରେ ଉପକୂଳ ଓଡ଼ିଶାର ଜଗନ୍ନାଥ ଧର୍ମଧାରା ପ୍ରତିଷ୍ଠିତ ହୋଇ ବିଶ୍ୱାଦୃତ ହୋଇଛି ବୋଲି ମତ ଦେଇଥ#ଲୋ
ଏହି କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ପ୍ରଫେସର କୁଲ୍କେଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଅର୍ଥପୂର୍ଣ୍ଣ କରିଛି ବୋଲି ମନ୍ତବ୍ୟ ଦେଇଥ#ଲା ବେଳେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ ପୌରୋହିତ୍ୟ କରି ଏପରି କାର୍ଯ୍ୟକ୍ରମର ବହୁମୂଲ୍ୟ ପ୍ରଭାବ ରହିଛି ବୋଳି ଦର୍ଶାଇଥ#ଲୋ
ଜାତୀୟ ଅଭିଲେଖାଗାର, ଭୁବନେଶ୍ୱରର ସହକାରୀ ନିର୍ଦ୍ଦେଶକ ଡ. ଲଲାଟେନ୍ଦୁ ଦାସମହାପାତ୍ର ସ୍ୱାଗତ ଭାଷଣ ଦେଇଥ#ବା ବେଳେ ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ଶେଷରେ ଧନ୍ୟବାଦ ଅର୍ପଣ କରିଥ#ଲୋ ଶତାଧ#କ ବୁଦ୍ଧିଜୀବୀ, ଗବେଷକ, ଲେଖକ ଓ ସଂସ୍କୃତିକର୍ମୀଙ୍କ ସମାବେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମବିଭୂଷଣ ଡ. ସୀତାକାନ୍ତ ମହାପାତ୍ର, ଡ. ରଜତ କୁମାର କର, ପ୍ରଫେସର କେ.କେ. ବାସା, ପ୍ରାକ୍ତନ ପ୍ରଶାସକ ସଂଜୀବ ହୋତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥ#ଲୋ

Share in top social networks!