ଭିଭୋ ପକ୍ଷରୁ ବିଶ୍ୱର ପ୍ରଥମ ଫିଙ୍ଗରପ୍ରିଂଟ୍ ସ୍କାନିଂ ସ୍ମାର୍ଟଫୋନ୍ ସିଇଏସ୍-୨୦୧୮ରେ ପ୍ରଦର୍ଶନ

ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଆଜି ଏହାର ଫ୍ଲାଗସିପ୍ ବିଶ୍ୱର ପ୍ରଥମ ଫିଙ୍ଗରପ୍ରିଂଟ୍ ସ୍କାନିଂ ସ୍ମାର୍ଟଫୋନ୍ ସିଇଏସ୍-୨୦୧୮ରେ ପ୍ରଦର୍ଶନ କରାଯାଇଛି । ଗ୍ରାହକଙ୍କ ଚାହିଦା ଓ ବହୁବିଧ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ନୂତନ ଜ୍ଞାନକୌଶଳ ଉପରେ ଅଧିକ ଧ୍ୟାନ ଦିଆଯାଉଥିବାବେଳେ ଯୋଜନାବଦ୍ଧ ଭାବେ ନୂତନ ସ୍ମାର୍ଟଫୋନ୍ ନିର୍ମାଣକୁ ଗୁରୁତ୍ୱ ଦିଆଯାଉଛି ।

ଏହି ଅବସରରେ ଭିଭୋର ବରିÂ ଉପସଭାପତି ଆଲେକ୍ସ୍ ଫେଙ୍ଗ୍ କହିଲେ, “ ିଭିଭୋ ପକ୍ଷରୁ ୨୦୧୭ରେ ଏମଡବ୍ଲୁ୍ୟସି ସାଙ୍ଘାଇଠାରେ ପ୍ରୋଟୋଟାଇପ୍ ଫିଙ୍ଗରପ୍ରଂଟ୍ ସ୍କାନିଂ ସମାଧାନର ପ୍ରଦର୍ଶନ କରାଯାଇଥିଲା । ଏହା ଅଲ୍ଟ୍ରାସୋନିକ୍ ସେନସର ଉପରେ ପର୍ଯ୍ୟବେଶିତ ଥିଲା । ତେବେ ସମ୍ପ୍ରତି ଆମେ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି
ନୂତନ ସ୍ମାର୍ଟଫୋନ୍ ନିର୍ମାଣକୁ ଗୁରୁତ୍ୱ ଦେଉଛୁ । ଏହା ଖୁବଶୀଘ୍ର ଗ୍ରାହକଙ୍କୁ ଯୋଗାଇ ଦିଆଯିବ ।”

ଖୁବ୍ ଶୀଘ୍ର କମ୍ପାନୀ ୨୦୧୮ରେ ଫିଙ୍ଗରପ୍ରିଂଟ୍ ସ୍କାନିଂ ସ୍ମାର୍ଟଫୋନର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରିବ ।

ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ସ୍ମାର୍ଟଫୋନ୍ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଭିଭୋ ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା । ଅତି ସ୍ୱଳ୍ପ ସମୟ ମଧ୍ୟରେ ଏହା ସ୍ମାର୍ଟବ୍ରାଣ୍ଡ୍ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲା । ସମ୍ପ୍ରତି ଦେଶର ୨୨ ରାଜ୍ୟର ୪୦୦ରୁ ଅଧିକ ସହରରେ କମ୍ପାନୀର ୪୦୦ରୁ ଅଧିକ ସର୍ଭିସ୍ ସେଂଟର ରହିଛି । ଏହା ମୁଖ୍ୟତଃ କ୍ୟାମେରା ଓ ମୁ୍ୟଜିକ୍କୁ ଗୁରୁତ୍ୱ ପ୍ରଦାନ କରିଥାଏ । ଏହା ଭାରତରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନୀ ଭାବରେ ଖ୍ୟାତି ହାସଲ କରିଥିବାବେଳେ ୨୦୧୬ ଏବଂ ୨୦୧୭ ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ପ୍ରୋତ୍ସାହକ ଥିଲା । ଆଗାମୀ ୫ ବର୍ଷ ଧରି ଏହା ପ୍ରୋତ୍ସାହକ ଭାବେ କାର୍ଯ୍ୟ କରିବ ।

୨୦୧୭ରେ ଏହା ପ୍ରୋ କବାଡିର ୫ ବର୍ଷିଆ ପ୍ରୋତ୍ସାହକ ଅଧିକାର ହାସଲ କରିଛି । ବିଶ୍ୱସ୍ତରରେ ଏହା ୨୦୧୮ ଏବଂ ୨୦୨୨ଫିଫା ବିଶ୍ୱକପ୍ର ପ୍ରୋତ୍ସାହକ ଭାବେ କାର୍ଯ୍ୟ କରିବା ପାଇଁ ଚୁକ୍ତି ବଦ୍ଧ ।

Share in top social networks!