ସାମସଙ୍ଗ ବଜାରକୁ ଛାଡ଼ିଲା ଗାଲାକ୍ସି ଏ୮+ ସ୍ମାର୍ଟଫୋନ

3C5A6609ବିଶ୍ୱସନୀୟ ତଥା ଦେଶର ସର୍ବବୃହତ ସ୍ମାର୍ଟଫୋନ ବ୍ରାଣ୍ଡ ସାମସଙ୍ଗ ନୂଆ ଗାଲାକ୍ସି ଏ୮+ ଉନ୍ମୋଚନ କରିଛି । ନୂତନ ଫୋନର ଗଠନ ଶୈଳୀ ଆକର୍ଷଣୀୟ ହେବା ସହ ଏଥିରେ ଅନେକ ନୂଆ ବ୍ୟବସ୍ଥାମାନ ରହିଛି । ଏହା ସାମସଙ୍ଗ ପରମ୍ପରା ଜାରି ରଖିବାରେ ସହାୟକ ହୋଇପାରିଛି ।
ଏଥିରେ ୬ଜିବି ରାମ, ୬୪ ଜିବି ଆଭ୍ୟନ୍ତରିଣ ମେମୋରୀ ରହିଛି । ମେମୋରୀ ୨୫୬ ଜିବିକୁ ସଂପ୍ରସାରିତ ହୋଇପାରିବ । ଏଥିରେ ଡ଼ୁଆଲ ସମ୍ମୁଖ କ୍ୟାମେରା ଓ ବଡ଼ ଡ଼ିସପ୍ଲେ ରହିଛି ।
ଏହି ପରିପ୍ରେକ୍ଷୀରେ ସାମସଙ୍ଗ ଇଣ୍ଡିଆ ମୋବାଇଲ ବ୍ୟବସାୟର ଜେନେରାଲ ମ୍ୟାନେଜର ଆଦିତ୍ୟ ବାବର କହିଛନ୍ତି ଯେ, ଆମ ବ୍ୟବସାୟରେ ଗ୍ରାହକ କୈନ୍ଦ୍ରୀକ ଅଭିନବତ୍ୱକୁ ସର୍ବଦା ଗୁରୁତ୍ୱ ଦିଆଯାଇଥାଏ । ନୂତନ ଏ୮+ ସ୍ମାର୍ଟଫୋନରେ ଦୈନନ୍ଦିନ ଆବଶ୍ୟକ ବ୍ୟବସ୍ଥା ସହ ଅନେକ ନୂଆ ବ୍ୟବସ୍ଥର ସ୍ଥାନିତ କରାଯାଇଛି । ସମସ୍ତ କ୍ଷେତ୍ରରେ ଏହି ଫୋନ ଏଭଳି ମାନ୍ୟତା ରଖେ ବୋଲି ସେ କହିଛନ୍ତି ।
ଏଥିରେ ୬.୦ ଏଫଏଚଡ଼ି ସୁପର ଆମୋଲେଡ଼ ଡ଼ିସପ୍ଲେ ରହିଛି । ଏହି ଡ଼ିସପ୍ଲେ ସର୍ବଦା ଅନରେ ରହିଥାଏ ଏବଂ ଗ୍ରାହକ ଆବଶ୍ୟକ ସୂଚନା ତତ୍କ୍ଷଣାତ ପାଇପାରିବେ ।
ଏହାର ସହଯୋଗୀ ଅମାଜନ ଇଣ୍ଡିଆର କ୍ୟାଟେଗୋରୀ ମ୍ୟାନେଜମେଣ୍ଟ ନିଦେ୍ର୍ଧଶକ ନୁର ପଟେଲ କହିଛନ୍ତି ଯେ, ସାମସଙ୍ଗ ଇଣ୍ଡିଆ ସହ ସହଭାଗିତା ଜାରି ରହିବା ଆମ ପାଇଁ ଆନନ୍ଦର ବିଷୟ । ନୂତନ ଗାଲାକ୍ସି ଏ୮+ ସ୍ୱତନ୍ତ୍ର ଭାବେ ଗ୍ରାହକଙ୍କୁ ଯୋଗାଇବା ମଧ୍ୟ ଆମାପାଇଁ ଖୁସିର ବିଷୟ । ଗ୍ରାହକଙ୍କ ଚାହୁଁଥିବା ଏକାଧିକ ବ୍ୟବସ୍ଥା ଏହି ସ୍ମାର୍ଟଫୋନରେ ରହିଛି ବୋଲି ସେ କହିଛନ୍ତି ।
କଳା ଓ ସୁନେଲେି ରଙ୍ଗ ବିଶିଷ୍ଟ ଏହି ନୂଆ ସ୍ମାର୍ଟଫୋନର ମୂଲ୍ୟ ୩୨,୯୯୦ ଟଙ୍କା ରହିଛି ।

Share in top social networks!
Powered By Indic IME