ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦାବିକୁ କୃଷକଙ୍କ ସ୍ୱାର୍ଥ ବିରୋଧୀ କେନ୍ଦ୍ରର ପ୍ରତ୍ୟାଖ୍ୟାନ ବିରୁଦ୍ଧରେ ୩ୟ ଦିନରେ ୬ ବ୍ଲକରେ ବିଜେଡିର ଗଣବିକ୍ଷୋଭ ଓ ଧାରଣା ‘ଓଡ଼ିଶା ଚାଷୀକୁଳଙ୍କୁ ହତାସ କରିଛି ;କେନ୍ଦ୍ର କୃଷିମନ୍ତ୍ରୀଙ୍କ ବିବୃତି’

Titilagarh-1
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଆଜି ତୃତୀୟ ଦିନରେ ବିଜୁ ଜନତା ଦଳ ପକ୍ଷରୁ ବରଗଡ଼ ଜିଲ୍ଲାର
ବରଗଡ଼ ଓ ଝାରବନ୍ଧ ବ୍ଲକ, ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବ୍ଲକ, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ, ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା, ନବରଙ୍ଗପୁର ଜିଲ୍ଲାର
ତେନ୍ତୁଳିଖୁଣ୍ଟି ବ୍ଲକ ସମ୍ମୁଖରେ ଦୁଇ ଘଣ୍ଟିଆ ଗଣବିକ୍ଷୋଭ ଓ ଧାରଣା ଅନୁÂିତ ହୋଇଯାଇଛି । ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ
ଓ ଧାରଣା ଦେଇ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିକୁ
କୃଷକଙ୍କ ସ୍ୱାର୍ଥ ବିରୋଧୀ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଥିବା ନିଷ୍ପତ୍ତିର ପୁନର୍ବିଚାର କରିବା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ବୃଦ୍ଧି କରି
ଧାନଚାଷୀଙ୍କ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି ।
ଏହି ଦୁଇ ଘଣ୍ଟିଆ ଗଣବିକ୍ଷୋଭ ଓ ଧାରଣାରେ ଦଳୀୟ ପ୍ରତିନିଧିମାନେ ଯୋଗ ଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଓଡ଼ିଶା ଧାନଚାଷୀଙ୍କୁ ସର୍ବନିମ୍ନ
ସହାୟକମୂଲ୍ୟ ପ୍ରଦାନ ପାଇଁ ଓଡ଼ିଶା ବିଧାନସଭା ଗୃହକମିଟିରେ ସର୍ବସମ୍ମତ ଭାବେ ୨୯୩୦ ଟଙ୍କା ପ୍ରଦାନ ପାଇଁ ପାରିତ ହୋଇଥିଲା । ମାତ୍ର ଏ ସମ୍ପର୍କରେ
ଆଲୋଚନା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାର ଗୃହ କମିଟିକୁ ଏ ପର୍ଯ୍ୟନ୍ତ ସମୟ ଦେଇନାହାନ୍ତି । ଗୃହ କମିଟି ଓଡ଼ିଶା ଧାନଚାଷୀଙ୍କ ଦାବି ହାସଲ ପାଇଁ
ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନେଇଥିଲାବେଳେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ରାଜ୍ୟସଭାରେ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ
କ୍ଷେତ୍ରରେ କେନ୍ଦ୍ର ସରକାର ଆଉ ପୁନର୍ବିଚାର କରିବେ ନାହିଁ କହିବା ଧାନଚାଷୀଙ୍କ ପ୍ରତି ଭାରତୀୟ ଜନତା ପାର୍ଟି ସରକାରଙ୍କର ନକାରାତ୍ମକ ମନୋଭାବକୁ ସ୍ପଷ୍ଟ
କରିଛି ବୋଲି ପ୍ରତିନିଧିମାନେ କହିଥିଲେ । କେନ୍ଦ୍ରର ମନ୍ତ୍ରୀମାନେ ଓଡ଼ିଶା ଧାନଚାଷୀଙ୍କ ପ୍ରତି ଏଭଳି କଡ଼ା ଆଭିମୁଖ୍ୟ ପୋଷଣ କରି ସେମାନଙ୍କୁ ହତାସ କରିବା
ସହ ଓଡ଼ିଶା ବିଧାନସଭାକୁ ବି ଉପହାସ କରିଛନ୍ତି । ଅତୀତରେ ଏମ୍‍ଏସ୍‍ପି ବୃଦ୍ଧି ପ୍ରସଙ୍ଗରେ ସ୍ୱାମୀନାଥନଙ୍କ ରିପୋର୍ଟ ଆଧାରରେ କାମ କରିବା ପାଇଁ କହିଥିବା
ପ୍ରଧାନମନ୍ତ୍ରୀ ଏବେ କୁଆଡେ ଗଲେ ବୋଲି ସେମାନେ ପ୍ରଶ୍ନ ଉଠାଇଥିଲେ । ଯେତେବେଳେ ଚାଷୀଙ୍କ ସମସ୍ୟା ଆସିଛି ସେତେବେଳେ ବିଜେପିର କେନ୍ଦ୍ରମନ୍ତ୍ରୀମାନେ
କରଛଡ଼ା ଦେଇ ବିଭ୍ରାନ୍ତିକର ମନ୍ତବ୍ୟମାନ ଦେଉଛନ୍ତି । କେନ୍ଦ୍ରମନ୍ତ୍ରୀ ଶେଖାୱତ୍‍ କୃଷକଙ୍କୁ ୪୩୩ ଟଙ୍କ ଲାଭ ଦେଉଥିବା କହିଛନ୍ତି । ତେବେ ୪୩୩ ଟଙ୍କା ସେ
କେଉଁଠୁ ଆଣିଲେ, କେଉଁ ଆଧାରରେ ସେ ଏ କଥା କହିଲେ ଏପର୍ଯ୍ୟନ୍ତ ସ୍ପଷ୍ଟ କଲେ ନାହିଁ । ଓଡ଼ିଶା ବିଧାନସଭା ଗୃହକମିଟିର ସର୍ବସମ୍ମତ ପ୍ରସ୍ତାବକୁ ଅଣଦେଖା
କରି ଚାଷୀଙ୍କ ଉଦେ୍ଧଶ୍ୟରେ କେନ୍ଦ୍ରମନ୍ତ୍ରୀ ଯେଉଁ ମନ୍ତବ୍ୟ ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି ତାହା ନିଶ୍ଚିତ ଭାବେ ଓଡ଼ିଶାର ୬୦ଲକ୍ଷ କୃଷକ ପରିବାରଙ୍କ ପାଇଁ
ଦୁର୍ଭାଗ୍ୟଜନକ ଓ କ୍ଷତିକାରକ ବୋଲି ଗଣବିକ୍ଷୋଭ ଓ ଧାରଣାସ୍ଥଳରେ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟିକା ଟୁକୁନି ସାହୁ, ମହିଧର ରଣା, ଡମ୍ବରୁ ସିସା,
ମାନସ ମାଡ଼କାମୀ, ମନୋହର ରନ୍ଧାରୀ, ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂହ ବରିହା ପ୍ରମୁଖ ମତବ୍ୟକ୍ତ କରିଛନ୍ତି ।
ବରଗଡ଼ ବ୍ଲକରେ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅନୁÂିତ ଧାରଣାରେ ଅଚୁ୍ୟତାନନ୍ଦ ମହାପାତ୍ର, ଈଶ୍ୱର ଦେବତା, ବିଜେଡି ବ୍ଲକ ସଭାପତି
ପ୍ରଫୁଲ୍ଲ ନାୟକ, ପ୍ରଶାନ୍ତ ବେହେରା, କିଶୋର ମିଶ୍ର, ସମୀର ସିଂହ, ବ୍ଲକ ଚେୟାରମ୍ୟାନ୍‍ ମନୋଜ ପଣ୍ଡା, ଟିଟିଲାଗଡ଼ ବ୍ଲକରେ ବିଧାୟିକା ଟୁକୁନି ସାହୁଙ୍କ
ନେତୃତ୍ୱରେ ବିଜେଡି ବ୍ଲକ ସଭାପତି ପୀତାମ୍ବର ବଗର୍ତ୍ତୀ, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଚୁରା, ବିନତୀ ବେହେରା, ବ୍ଲକ ଚେୟାରମ୍ୟାନ୍‍ ରମାକାନ୍ତ ପୁଟେଲ୍‍,
ମହିଳା ସଭାନେତ୍ରୀ ସୁକାନ୍ତ ପାଢ଼ୀ, ଭକ୍ତ ମାଝୀ, ପ୍ରମୋଦ ପ୍ରଧାନ, ରମେଶ ବେହେରା, କଣ୍ଟାମାଳ ବ୍ଲକରେ ବିଧାୟକ ମହିଧର ରଣାଙ୍କ ନେତୃତ୍ୱରେ ଜିଲ୍ଲା
ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇ, ଜିଲ୍ଲା ପର୍ଯ୍ୟବେକ୍ଷକ କୃତିବାସ ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ମମତା ପ୍ରଧାନ, ସସ୍ମିତା ଥାଟି, ମୁକ୍ତାସିନ୍‍ ମଲ୍ଲିକ, ପୂର୍ବତନ
ଚେୟାରମ୍ୟାନ୍‍ ଶଙ୍କର ପ୍ରଧାନ, କଣ୍ଟାମାଳ ବ୍ଳକ ସଭାପତି ବିପିନ ବିହାରୀ ଭୋଇ, ମୃତୁ୍ୟଞ୍ଜୟ ମିଶ୍ର, ବ୍ଲକ ଯୁବ ସଭାପତି ଶମ୍ଭୁ ପ୍ରସାଦ ସାହୁ, ଚାଷୀନେତା
ପ୍ରେମରାଜ ରଣା, ଚିତ୍ରକୋଣ୍ଡା ବ୍ଲକରେ ବିଧାୟକ ଡମ୍ବରୁ ସିସାଙ୍କ ନେତୃତ୍ୱରେ, ମାଲକାନଗିରି ବିଧାୟକ ମାନସ ମାଡ଼କାମୀ, ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ
ଆଡମା ରାବା, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ବଂଶୀଧର ମୁଦୁଲି, ଆଦିବାସୀ ନେତା ଧନଞ୍ଜୟ ମାଡ଼କାମୀ, ପର୍ଯ୍ୟବେକ୍ଷକ ମାଧବ ଖୋସଲା, ରାଜେନ୍ଦ୍ର ପଣ୍ଡା,
ରମେଶ ପଟ୍ଟନାୟକ, ସୁମନ ମୁଦୁଲି, ପିତାମ୍ବର ଖେମୁଡୁ, ଝାରବନ୍ଧ ବ୍ଲକରେ ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ନେତୃତ୍ୱରେ ପର୍ଯ୍ୟବେକ୍ଷକ
ପ୍ରୀତମ ମେହେରା, ବ୍ଲକ ଚେୟାରମ୍ୟାନ୍‍ ବିଜୟ କେତନ ପ୍ରଧାନ, ବିଜେଡି ବ୍ଳକ ସଭାପତି ଯତୀନ୍ଦ୍ର ହାତୀ, ତେନ୍ତୁଳିଖୁଣ୍ଟି ବ୍ଲକରେ ନବରଙ୍ଗପୁର ବିଧାୟକ
ମନୋହର ରନ୍ଧାରୀଙ୍କ ନେତୃତ୍ୱରେ ବିଜେଡି ବ୍ଳକ ସଭାପତି ପ୍ରଫୁଲ୍ଲ ନାଗ, ବ୍ଳକ ଚେୟାରମ୍ୟାନ୍‍ ଦେବକୀ ନାଏକଙ୍କ ସମେତ ହଜାର ହଜାର ସଂଖ୍ୟାରେ ଦଳୀୟ
କର୍ମୀ, ନିର୍ବାଚିତ ପ୍ରତିନିଧି, ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ସାମିଲ ହୋଇଥିଲେ ।

Share in top social networks!
Powered By Indic IME