ଜାନୁୟାରୀ ୨୫ ଜାତୀୟ ମତଦାତା ଦିବସରେ “ଗଣତନ୍ତ୍ର ପାଇଁ ଗଣଦୈାଡ”

IMG_20180110_130425_01
ଓଡିଶା ଇଲେକ୍ସନ୍ ଓାଚ୍ର ରାଜ୍ୟ କୋର ଟିମ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ଶୀଯୁକ୍ତ ସହଦେବ ସାହୁଙ୍କ ସଭାପତିତ୍ୱରେ ଆଜି ରେଡକ୍ରସ୍ ଭବନ ସମ୍ମିଳନୀ କକ୍ଷରେ ଅନୁÂିତ ହୋଇଯାଇଅଛି । ଆସନ୍ତା ଜାନୁୟାରୀ ୨୫ ତାରିଖ ଜାତୀୟ ମତଦାତା ଦିବସ ପରିପ୍ରେକ୍ଷୀରେ “ଗଣତନ୍ତ୍ର ପାଇଁ ଗଣଦୈାଡ” (ଜଙ୍କଦ୍ଭ ଲକ୍ଟr ଊରଜ୍ଞକ୍ଟମrବମଚ୍ଚ) ସକାଳ ୭.୩୦ ସମୟରେ ଭୁବନେଶ୍ୱର ରାମମନ୍ଦିର ଛକ ନିକଟରୁ ଆୟୋଜନ କରିବା ସହ ପୂବାହ୍ନ ୯ ଘଟିକାରେ ଭଞ୍ଜକଳାମଣ୍ଡପଠାରେ ଏକ ସଚେତନତା ସାଧାରଣ ସଭା ଆୟୋଜନ କରିବା ପାଇଁ ବୈଠକରେ ନିଷ୍ପ୍ତ୍ତି ନିଆଯାଇଅଛି ।
ଆସନ୍ତା ଜାନୁୟାରୀ ୨୭ ଓ ୨୮ ଦୁଇଦିନ ଧରି ସିଓାଇଏସଡି ସମ୍ମିଳନୀ ଗୃହରେ ଜିଲ୍ଲା ସଂଯୋଜକ ଓ ସ୍ୱେଚ୍ଛାସେବୀ ମାନଙ୍କର ଏକ କର୍ମଶାଳା ଅନୁÂିତ ହୋଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଏତଦବ୍ୟତୀତ ଫେବୃୟାରୀ ୨୪ ତାରିଖରେ ଓଡିଶା ଇଲେକସନ ଓାଚର ୧୩ତମ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁÂିତ କରାଯିବା ସହ ଏଥିରେ ବିଶେଷ ଭାବରେ ରାଜନୈତିକ ଦଳ ପାଣ୍ଠିରେ ସ୍ୱଚ୍ଛତା, ରାଜନୀତିରେ ଅପରାଧିକରଣ ଓ ନିର୍ବାଚନୀ ହିଂସା ତଥା ନିର୍ବାଚନରେ ଅନ୍ୟାୟ ଆଚରଣ ସଂପର୍କରେ ମୁଖ୍ୟତଃ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଅଛି । ଏତଦ୍ ବ୍ୟତୀତ ମାର୍ଚ୍ଚ ୯, ୧୦ ଓ ୧୧ ତାରିଖରେ ବାଙ୍ଗାଲୋରସ୍ଥ ଭାରତୀୟ ପ୍ରବନ୍ଧ ପ୍ରତିÂାନରେ ଅନୁÂିତ ହେଉଥିବା ନେସନାଲ ଇଲେକସନ ଓାଚ୍ର ଜାତୀୟ ସମ୍ମିଳନୀରେ ଓଡିଶାରୁ ୫ ଜଣ ପ୍ରତିନିଧି ଯୋଗ ଦେବା ପାଇଁ ସ୍ଥିର କରାଯାଇଅଛି ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଇଲେକସନ ଓାଚ୍ର ସଂଯୋଜକ ଶ୍ରୀଯୁକ୍ତ ରଂଜନ କୁମାର ମହାନ୍ତି, ପୂର୍ବତନ ରାଜ୍ୟ ପୋଲିସ ମହାନିଦେ୍ର୍ଧଶକ ଶ୍ରୀଯୁକ୍ତ ଅମୀୟ ଭୂଷଣ ତ୍ରିପାଠୀ, ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର, ବରିÂ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର. ସେବା ମହାପାତ୍ର, ପ୍ରସାରଭାରତୀର ପୂର୍ବତନ ଉପମହାନିଦେ୍ର୍ଧଶକ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ପାଣୀଗ୍ରାହୀ , ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ କ୍ଷମାକର ସ୍ୱାଇଁ, ସୁଚିତ୍ ସିଂ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡିଶା ଇଲେକ୍ସନ୍ ଓାଚ୍ର ରାଜ୍ୟ କାର୍ଯ୍ୟକ୍ରମ ସହାୟକ ପୁଲକ ମିଶ୍ର ଓ ପିକକ୍ର କାର୍ଯ୍ୟକ୍ରମ ପରିଚାଳକ ଜ୍ୟେତିଶଙ୍କର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!
Powered By Indic IME