ହ୍ରିଦୟ ଯୋଜନାରେ ପୁରୀ ସହରର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ୭୩ ଲକ୍ଷ ଟଙ୍କା ବ୍ୟୟବରାଦ

 ପ୍ରଧାନମନ୍ତ୍ରୀ ଏବଂ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି
25158236_704428286430259_7094662435434349549_n
କେନ୍ଦ୍ର ସରକାର ପୁରୀ ସହରରେ ଥିବା ଦୁଇଟି ପୁରୁଣା ଏବଂ ବିଖ୍ୟାତ ବଡ ଓଡିଆ ମଠ ଓ ଗଙ୍ଗା ମାତା ମଠର ପୁନରୁଦ୍ଧାର ପାଇଁ ୭୩ ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି । ଦେଶର ପ୍ରମୁଖ ପର୍ଯ୍ୟଟନ ଓ ସଂସ୍କୃତି ଭିତିକ ସହରର ସୈାନ୍ଦର୍ଯ୍ୟ ଏବଂ ବିକାଶ ପାଇଁ କେନ୍ଦ୍ର ସରକାର ଗତ ୨୦୧୫ ମସିହାରେ ହ୍ରିଦୟ ଯୋଜନାର ଶୁଭାରମ୍ଭ କରିଛନ୍ତି । ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପୁରୀର ସ୍ଥାନ ସ୍ୱତନ୍ତ୍ର । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ପୁରୀ ସମେତ ଦେଶର ପ୍ରମୁଖ ୧୨ଟି ପର୍ଯ୍ୟଟନୀ ସହରକୁ ନେଇ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଜଗନ୍ନାଥ ସଂସ୍କୃତିପ୍ରେମୀ ଓ ସମୁଦ୍ର ବେଳାଭୂମି କାରଣରୁ ପୁରୀ ସହର ପର୍ଯ୍ୟଟକମାନଙ୍କୁ ଆକ୍ରୃଷ୍ଟ କରିଥାଏ । ମାତ୍ର ଅବହେଳା କାରଣରୁ ଆଜି ଜଗନ୍ନାଥ ସଂସ୍କୃତି ସହ ଜଡିତ ବହୁ ମଠ ଓ ମନ୍ଦିର ଧ୍ୱଂସାଭୀମୁଖୀ । ଏହି ସମସ୍ତ ପୁରୁଣା ମଠ ଓ ମନ୍ଦିରର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟ ହ୍ରିଦୟ ଯୋଜନାରେ ପୁରୀ ସହରର ସୈାନ୍ଦର୍ଯ୍ୟ ଓ ବିକାଶକୁ ପ୍ରାଧାନ୍ୟ ଦେଉଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଥିବା ଓଡିଶାର ବିକାଶ ପାଇଁ ଏଭଳି ଯୋଜନା ବାସ୍ତବରେ ସୁଫଳ ଆଣିଦେବ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କୁ ରାଜ୍ୟ ବିଜେପି ତରଫରୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

Share in top social networks!
Powered By Indic IME