୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରତି ରାଜ୍ୟସରକାରଙ୍କ ଆଭିମୁଖ୍ୟ ଅଗଣତାନ୍ତ୍ରିକ, ଆଇନ ବିରୋଧୀ ତଥା ସମ୍ବେଦନହୀନ: ବିଜେପି

 ଦେଶର ଶ୍ରମ ଆଇନ ଅନୁସାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଦରମା ଆଇନ ସମ୍ମତ
 ଅଧିକ କାମ ପାଇଁ ଅଧିକ ଅର୍ଥ ଦେବାକୁ ଠିକା ନେଇଥିବା ସଂସ୍ଥା ପ୍ରଦାନ କରିବା ପାଇଁ ଦାବୀ
 ଠିକା କମ୍ପାନୀ ଉଚିତ ଅର୍ଥ ଦେଉ ନଥିବା ବେଳେ ଏହାକୁ ସୁନିଶ୍ଚିତ କରିବା ପରିବର୍ତେ ରାଜ୍ୟ ସରକାର ଠିକା କମ୍ପାନୀର ସ୍ୱାର୍ଥରେ କାମ କରୁଛନ୍ତି
 ରାଜ୍ୟର ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କର୍ମଚାରୀମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ବଦଳରେ ଠିକା କମ୍ପାନୀ ପ୍ରତି କାହିଁକି ଅହେତୁକ ଅନୁକମ୍ପା ଦେଖାଉଛନ୍ତି?
 ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବରେ ଓଡ଼ିଆଙ୍କ ହକ୍ ପାଇଁ ଲଢେଇ କରିବା ବିଜେପିର ସାମ୍ବିଧାନିକ ଦାୟିତ୍ୱ
 ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନେ୍ଦାଳନ ଆଇନ ସଙ୍ଗତ ଓ ଯୁକ୍ତିଯୁକ୍ତ । ସେମାନଙ୍କ ଦାବି ପୂରଣ ହେବା ପର୍ଯ୍ୟନ୍ତ ଦଳ ଏହି ଆନେ୍ଦାଳନକୁ ନୈତିକ ସମର୍ଥନ ଯୋଗାଇ ଦେବ ବିଜେପି

15590632_1795041604046182_4477239038883628572_n
ସମ୍ବଲପୁରରେ ଧାରଣାରତ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ପ୍ରତି ରାଜ୍ୟସରକାରଙ୍କ ଆଭିମୁଖ୍ୟ ସଂପୂର୍ଣ୍ଣ ଭାବେ ଅଗଣତାନ୍ତ୍ରୀକ, ଆଇନ ବିରୋଧୀ ଓ ସମ୍ବେଦନହୀନ ବୋଲି କହିବା ସହ ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ।
ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ କରିବା ସମସ୍ତଙ୍କର ଅଧିକାର । ସରକାର ଆନେ୍ଦାଳନରତ କର୍ମଚାରୀଙ୍କ ସହ ଉପଯୁକ୍ତ ସ୍ତରରେ କଥାବାର୍ତା ନକରି ଏସମା ଲଗାଇ ଗିରଫଦାର କରିବା ସମ୍ପୂର୍ଣ୍ଣ ରୂପେ ଅଗଣତାନ୍ତ୍ରିକ ବୋଲି ରାଜ୍ୟ କାର୍ଯାଳୟରେ ଅନୁÂିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ।
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟମିଶନ ଯୋଜନାରେ ଓଡ଼ିଶା ସରକାର ଠିକା କମ୍ପାନୀକୁ ୧୦୮ ଆମ୍ବୁଲାନ୍ସ ଚଳାଇବାର ଦାୟିତ୍ୱ ଦେଇଛନ୍ତି । ଠିକା କମ୍ପାନୀକୁ ଦେଶର ଶ୍ରମ ଆଇନ ଅନୁସାରେ କର୍ମଚାରୀଙ୍କୁ ଦରମା, ଅଧିକ କାମ ପାଇଁ ଅଧିକ ଅର୍ଥ ଦେବା ଦେଶର ନିୟମ । ମାତ୍ର ରାଜ୍ୟସରକାର କର୍ମଚାରୀମାନଙ୍କର ନ୍ୟାର୍ଯ୍ୟ ହକ୍କୁ ଠିକା କମ୍ପାନୀ ଦେଉ ନଥିବା ବେଳେ ଏହାକୁ ସୁନିଶ୍ଚିତ କରିବା ପରିବର୍ତେ ରାଜ୍ୟ ସରକାର ଠିକା କମ୍ପାନୀର ସ୍ୱାର୍ଥରେ ୧୦୮ ଆମ୍ବୁଲାନ୍ସରେ ଦିନ ରାତି କାମ କରୁଥିବା ଗରିବ ଓଡ଼ିଆ ପିଲାମାନଙ୍କ ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ନେବା ଦୁଃଖଦାୟକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟର ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କର୍ମଚାରୀମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ବଦଳରେ ଠିକା କମ୍ପାନୀ ପ୍ରତି କାହିଁକି ଅହେତୁକ ଅନୁକମ୍ପା ଦେଖାଉଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଏହି ଆନେ୍ଦାଳନକୁ ବିଜେପି ତରଫରୁ ପ୍ରୋତ୍ସାହିତ କରାଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ବୟାନଙ୍କୁ କଟୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବରେ ଓଡ଼ିଆଙ୍କ ହକ୍ ପାଇଁ ଲଢେଇ କରିବା ବିଜେପିର ସାମ୍ବିଧାନିକ ଦାୟିତ୍ୱ । ଦୀର୍ଘ ଦିନ ଧରି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସକୁ ଯୋଜନାବନ୍ଧ ଭାବେ ନିଷ୍କୟ କରି ଶାସକ ବିଜେଡ଼ି ସାଧାରଣ ଓଡ଼ିଆଙ୍କୁ ସେମାନଙ୍କ ହକ୍ ରୁ ବଂଚିତ କରିଛନ୍ତି । ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନେ୍ଦାଳନ ଆଇନ ସଙ୍ଗତ ଓ ଯୁକ୍ତିଯୁକ୍ତ । ସେମାନଙ୍କ ଦାବି ପୂରଣ ହେବା ପର୍ଯ୍ୟନ୍ତ ଦଳ ଏହି ଆନେ୍ଦାଳନକୁ ନୈତିକ ସମର୍ଥନ ଯୋଗାଇ ଦେବ ବୋଲି ଶ୍ରୀ ମହାନ୍ତି ସ୍ପଷ୍ଟଭାବେ ଘୋଷଣା କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME