ବିଜେପୁର ଗୁଳିକାଣ୍ଡ ଘଟଣା ପ୍ରସଙ୍ଗରେ ଶାସକ ବିଜେଡି ପ୍ରବକ୍ତାଙ୍କ ବୟାନକୁ ଦୋହରାଉଛନ୍ତି ବରଗଡ଼ ଏସ୍ପି : ବିଜେପି

 ତଥ୍ୟ ଓ ତଦନ୍ତ ଆଧାରରେ ନା ବିଜେଡ଼ି ତରଫରୁ ତୃତୀୟ ମହଲାରୁ ଦିଆଯାଇଥିବା ଷ୍କି୍ରପ୍ଟକୁ ପଢିଛନ୍ତି ଏସ୍ପି ?
 ଜିଲ୍ଲା ଏସ୍ପି ଷଡ଼ଯନ୍ତ୍ର ଦିଗକୁ ଆଦୌ ତଦନ୍ତ ନକରିବା ପାଇଁ ଏହି ବୟାନ ମାଧ୍ୟମରେ ପ୍ରୟାସ କରୁଛନ୍ତି
 ଜିଲ୍ଲାରେ ପୂର୍ବରୁ ଖୋଦ୍ ଏସ୍ପିଙ୍କ ଉପସ୍ଥିତିରେ ଜଣେ ବିଜେଡ଼ି ବିଧାୟକଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବିଜେଡ଼ି ତରପରୁ ମରଣାତ୍ମକ ଆକ୍ରମଣ ହୋଇଥିଲା
IMG_2637

ବରଗଡ଼ ଜିଲ୍ଲାର ପଡ଼ା ଗାଁରେ ବିଜେପି ଯୁବକର୍ମୀ ଶ୍ରୀ ମନୋରଞ୍ଜନ ମେହେରଙ୍କ ଘରେ ହୋଇଥିବା ଗୁଳିକାଣ୍ଡ ଓ ଜୀବନରେ ମାରି ଦେବାକୁ ଧମକ ପଛରେ ରାଜନୈତିକ ଉଦେ୍ଧଶ୍ୟ ନଥିବା ବରଗଡ଼ ଏସ୍ପିଙ୍କ ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହି ସମାଲୋଚନା କରିଛି ବିଜେପି । ଜିଲ୍ଲାର ଏସ୍ପି ବିଜେଡ଼ିର ପ୍ରବକ୍ତାଙ୍କ ବୟାନକୁ ଦୋହରାଉଛନ୍ତି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଅଭିଯୋଗ କରିଛନ୍ତି ।
ବରଗଡ ଏସ୍ପି ବି.ଯୁଗଳ କିଶୋର ତଥ୍ୟ ଓ ତଦନ୍ତ ଆଧାରରେ କହିଛନ୍ତି ନା ବିଜେଡ଼ି ତରଫରୁ ତୃତୀୟ ମହଲାରୁ ଦିଆଯାଇଥିବା ଷ୍କି୍ରପ୍ଟ କୁ ପଢିଛନ୍ତି ବୋଲି ପ୍ରଶ୍ନ ପଚାରିବା ସହ ଏଭଳି ବକ୍ତବ୍ୟ ଜନସାଧାରଣରେ ସନେ୍ଦହ ସୃଷ୍ଟି କରୁଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଆତତାୟୀମାନେ ମନୋରଞ୍ଜନ ମେହେରଙ୍କ ଘରେ ଗୁଳିକାଣ୍ଡ କଲାବେଳେ ସେମାନେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଲୋକ ଓ ବିଜେଡ଼ି ବିରୋଧରେ କାମ କଲେ କାହାକୁ ବି ଏହି ଦଶା ଭୋଗିବାକୁ ପଡ଼ିବ ବୋଲି ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀ ଗାଁ ଲୋକ କହୁଥିବାବେଳେ ଅନ୍ୟପଟେ ଏସପି ମହୋଦୟଙ୍କ ଏଭଳି ବକ୍ତବ୍ୟ ବିଜେପିର ଅଭିଯୋଗକୁ ଆହୁରି ସ୍ପଷ୍ଟ ପ୍ରମାଣିତ କରୁଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।
କେବଳ ଅପରାଧୀକୁ ଧରିଦେଲେ ହେବ ନାହିଁ ଏହି ଅପରାଧ ପଛରେ ଥିବା ଷଡଯନ୍ତ୍ରକୁ ତଦନ୍ତ କରି ବାହାର କରିବା ସହ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ହେଲା ପୋଲିସର ଦାୟିତ୍ୱ । ମାତ୍ର ଜିଲ୍ଲା ଏସ୍ପି ଷଡ଼ଯନ୍ତ୍ରର ଦିଗକୁ ଆଦୌ ତଦନ୍ତ ନକରିବା ପାଇଁ ଏହି ବୟାନ ମାଧ୍ୟମରେ ଅପପ୍ରୟାସ କରୁଛନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଶ୍ରୀ ଶର୍ମା କହିଛନ୍ତି ଯେ, ପୂର୍ବରୁ ବରଗଡ଼ ଜିଲ୍ଲାରେ ଖୋଦ୍ ଏସ୍ପିଙ୍କ ଉପସ୍ଥିତିରେ ସ୍ଥାନୀୟ ବିଜେଡ଼ି ବିଧାୟକଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଂଗୱାର, ସାଧ୍ୱି ନିରଞ୍ଜନା ତଥା ଜେଡ଼୍ ପ୍ଲସ କ୍ୟାଟେଗୋରୀ ସୁରକ୍ଷା ପ୍ରାପ୍ତ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଉପରେ ବିଜେଡ଼ି ତରପରୁ ମରଣାତ୍ମକ ଆକ୍ରମଣ ହୋଇଥିଲା । ଜିଲ୍ଲାର କଲେକ୍ଟର ଓ ଏସ୍ପିମାନେ ବିଜେଡ଼ିର ଜିଲ୍ଲା ସଭାପତି ଓ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ବିଜେପିର ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME