ଚୁକ୍ତିଭିତିକ ମେଡିକାଲ କଲେଜ ପ୍ରଫେସର , ଆସୋସିଏଟ ପ୍ରଫେସର ଏବଂ ସହକାରୀ ପ୍ରଫେସରଙ୍କ ଦରମା ବୃଦ୍ଧି

ରାଜ୍ୟର ସରକାରୀ ମେଡିକାଲ କଲେଜ ଗୁଡିକରେ କାର୍ଯକରୁଥିବା ଚୁକ୍ତିଭିତିକ ପ୍ରଫେସର , ଆସୋସିଏଟ ପ୍ରଫେସର ଏବଂ ସହକାରୀ ପ୍ରଫେସରଙ୍କ ମାସିକ ଦରମା ବୃଦ୍ଧି କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହା ବୃଦ୍ଧି କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କିଛନ୍ତି ।
ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ସରକାରୀ ମେଡିକାଲ କଲେଜମାନଙ୍କରେ କାର୍ଯ୍ୟକରୁଥିବା ପ୍ରଫେସର , ଆସୋସିଏଟ୍ ପ୍ରଫେସର ଏବଂ ସହକାରୀ ପ୍ରଫେସରମାନେ ମାସିକ ଯଥାକ୍ରମେ ୯୦ ହଜାର , ୭୫ ହଜାର ଏବଂ ୬୦ ହଜାର ଟଙ୍କା ପାଉଥିଲେ । ଏଣିକି ସେମାନ ମାସିକ ଏକ ଲକ୍ଷ ୨୫ ହଜାର , ଏକ ଲକ୍ଷ ଏବଂ ୭୫ ହଜାର ଲେଖାଏଁ ପାଇବେ । ସେମାନଙ୍କ କାର୍ଯ୍ୟ ସନ୍ତୋଷ ଜନକ ହେଲେ ବାର୍ଷିକ ୩ ପ୍ରତିଶତ ଲେଖାଏଁ ବୃଦ୍ଧି କରାଯିବ । ଏହି ବର୍ଦ୍ଧିତ ହାର ଚଳିତ ଜାନୁୟାରୀ ପହିଲାରୁ ଲାଗୁ ହେବ ।

Share in top social networks!