ଅର୍ନ୍ତଃଦୃଷ୍ଟିର ଦ୍ୱିତୀୟ ତଥା ଅନ୍ତିମ ସଂଧ୍ୟାରେ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ସହିତ ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର

AMP_9901ସୃଜନ ଅନୁÂାନ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଅର୍ନ୍ତଃଦୃଷ୍ଟି ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆଜି ସଂନ୍ଧ୍ୟାରେ ଅତିଥିୀ ଲକ୍ଷ୍ମୀକାନ୍ତ ପାଲିତ, ଡ଼. ସୀତାକାନ୍ତ ଦାସ ଓ ଗୁରୁ ଶ୍ରୀମତୀ ମୀରା ଦାସଙ୍କ ଦ୍ୱାରା ରବିନ୍ଦ୍ର ମଣ୍ଡପରେ ଉଦ୍ୟାପିତ ହୋଇଯାଇଅଛି । ଶେଷ ସଂଧ୍ୟାରେ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ସହିତ ଓଡ଼ିଶୀ ନୃତ୍ୟକୁ ଦର୍ଶକମାନେ ପ୍ରେକ୍ଷାଳୟରେ ଉପସ୍ଥିତ ରହି ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ ।
ଶେଷ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ । ଯାହାକୁ ପରିବେଷଣ କରିଥିଲେ କ୍ଷୀତି ପ୍ରକାଶ ମହାପାତ୍ର । ତାଙ୍କର ପ୍ରସ୍ତୁତିରେ ଥିଲା ବିଭିନ୍ନ ଶାସ୍ତ୍ରୀୟ ସଙ୍ଗୀତ ସହିତ ରଙ୍ଗିସାରୀ ଗୁଲାବୀ ଚୁନରୀୟାରେ… ଏବଂ ତାଙ୍କର ଶେଷ ପ୍ରସ୍ତୁତିରେ ଥିଲା ଭଜନ ଦେବୀ ଦୁର୍ଗେ ଆଦି ଭବାନୀ… ଯାହା ରାଗ ଭୈରବୀ ଉପରେ ପର୍ଯବେସିତ ଥିଲା । ତାଙ୍କୁ ସହଯୋଗ କରିଥିଲେ ତବଲାରେ ବିଶ୍ୱରଞ୍ଜନ ନନ୍ଦ ଏବଂ ମର୍ଦଳରେ ଅରୁପ ଦାସ । ନିଖୁଣ ଓ ସୁନ୍ଦର ରାଗ ବିସ୍ତାର, ତାନ ଓ ସରଗମ୍‍ର ବିଭିନ୍ନ କ୍ରିୟାତ୍ମକ ପରିବେଷଣ, ସୁଲଳିତ କଣ୍ଠରେ ବିଭିନ୍ନ କଳାକୌଶଳ ପ୍ରୟୋଗ ଇତ୍ୟାଦି ଦ୍ୱାରା ସେ ଉପସ୍ଥିତ ବିଦଗ୍ଧ ଶ୍ରୋତାମାନଙ୍କ ଠାରୁ କରତାଳି ସାଉଁଟି ପାରିଥିଲେ । ପରବର୍ତ୍ତୀ ପ୍ରସ୍ତୁତି ଥିଲା କେନ୍ଦ୍ର ସରକାରଙ୍କର ସଙ୍ଗୀତ ନାଟକ ଏକାଡେ଼ମୀ ଦ୍ୱାରା ପ୍ରାପ୍ତ ଉସ୍ତାଦ ବିସମିଲ୍ଲା ଖାଁ ଯୁବା ପ୍ରତିଭା ସମ୍ମାନଧାରୀ ରାଜଶ୍ରୀ ପ୍ରହରାଜଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ । ତାଙ୍କର ପ୍ରସ୍ତୁତିରେ ଥିଲା ତୁଳସୀ ଦାସଙ୍କ ରଚିତ ରାମ ଚରିତ ମାନସର ଶ୍ରୀରାମ ଭଜନ ଯାହା ରାଗ ରାଗମାଳିକା ଓ ତାଳ ଜତି ଓ ଆଦି ଉପରେ ନିବଦ୍ଧ ଥିଲା । ଉକ୍ତ କାର୍ଯ୍ୟକ୍ରମଟିର ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ଓ ସଙ୍ଗୀତ ରଚନା କରିଥିଲେ ପ୍ରଦୀପ କୁମାର ଦାସ । ପରେ ପରେ ଦ୍ୱୈତ ନୃତ୍ୟରେ ଲୀଳା ନନ୍ଦ ଓ ଭାରତୀ ମିଶ୍ରଙ୍କ ଦ୍ୱାରା ରାଗ ଶଙ୍କରାଭରଣ ଓ ତାଳ ଏକତାଳୀରେ ପର୍ଯ୍ୟବେଷିତ ପଲ୍ଲବୀ ପରିବେଷଣ କରିଥିଲେ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ କେଳୁଚରଣ ମହାପାତ୍ର ଓ ସଙ୍ଗୀତ ରଚନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର । ଶେଷ କାର୍ଯ୍ୟକ୍ରମଟି ଥିଲା ରୁଦ୍ରାକ୍ଷ ଫାଉଣ୍ଡେସନ ଦ୍ୱାରା ପ୍ରସ୍ତୁତ ଓଡ଼ିଶୀ ନୃତ୍ୟାଭୀନୟ ଚକ୍ରବୁ୍ୟହ । ମହାଭାରତ ଯୁଦ୍ଧରେ ଅଭିମନୁ୍ୟଙ୍କ ଚକ୍ରବୁ୍ୟହକୁ ଲଙ୍ଘନ କରିବା କୌଶଳକୁ କାଳାକାରମାନେ ଅତି ସୁନ୍ଦର ଭାବରେ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟିକୁ ସଂରଚନା କରିଥିଲେ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ ଓ ସଙ୍ଗୀତ ରଚନା କରିଥିଲେ ଗୁରୁ ରାମହରି ଦାସ ।
ସୃଜନ ନିଦେ୍ର୍ଧଶକ ଗୁରୁ ରତିକାନ୍ତ ମହାପାତ୍ର ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ସଙ୍ଗୀତା ଗୋସାଇଁ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ଇଂ ଶ୍ରୀନୀବାସ ଘଟୁଆରୀ ।

Share in top social networks!
Powered By Indic IME