ବିଜେପୁର ଗୁଳିକାଣ୍ଡ ପ୍ରତିବାଦରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟଠାରେ ପ୍ରତିବାଦ ସଭା

Jagatsinghpur ପୋଲିସକୁ ହାତବାରିସୀ କରି ଶାସକ ବିଜେଡି ରାଜ୍ୟରେ ଅରାଜକତା ସୃଷ୍ଟି କରିଚାଲିଛିି । ଶାସକ ବିଜେଡିର ଗୁଣ୍ଡାଗର୍ଦ୍ଧିକୁ ପୋଲିସ ଏବଂ ପ୍ରଶାସନର ସଂରକ୍ଷଣ କାରଣରୁ ଏହି ଅରାଜକତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନିଜ ଲୋକପ୍ରିୟତାର ହ୍ରାସ ଏବଂ ବିଜେପିର ବର୍ଦ୍ଧିତ ଲୋକପ୍ରିୟତାରେ ହିଂସାପରାୟଣ ହୋଇ ରକ୍ତମୁଖା ସାଜିଥିବା ଶାସକ ବିଜେଡି ହିଂସା ମାଧ୍ୟମରେ ଲୋକମତକୁ ଚାପି ଦେବାର ଅପପ୍ରୟାସ ଆରମ୍ଭ କରିଦେଇଛି । ଗତ ପଂଚାୟତ ନିର୍ବାଚନ ପରେ ରାଜନୀତି ହିଂସା ଓ ହତ୍ୟାକାଣ୍ଡକୁ ଶାସକ ବିଜେଡି ପ୍ରୋତ୍ସାହିତ କରୁଛି । ଏପରିକି ରାଜ୍ୟ ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର, ଜ୍ୟୋତି ନିରଂଜନା ଏବଂ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଶାସକ ଦଳର ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ମରଣାନ୍ତକ ଆକ୍ରମଣ ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ସ୍ପଷ୍ଟ ଦର୍ଶାଉଛି । ସେହିପରି ବୈାଦ୍ଧ ଜିଲ୍ଲା ମନମୁଣ୍ଡାରେ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଏବଂ ପ୍ରଭାବଶାଳୀ ନେତା ସଂଜୟ ଦାଶବର୍ମାଙ୍କ ଉପସ୍ଥିତିରେ ବିଧାୟକ ପ୍ରଶାନ୍ତ ଜଗଦେ୍ଧବଙ୍କ ବିଜେପି କାର୍ଯ୍ୟକର୍ତାଙ୍କୁ ମାଡ ମାରିବାକୁ ରାଜ୍ୟବାସୀ ଭୁଲିନାହାନ୍ତି । ପାରାଦ୍ୱୀପ ଘଟଣାରେ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ରାସ୍ତା ଉପରେ ଖୋଲାଖୋଲି ଗୁଣ୍ଡାଗର୍ଦ୍ଧିକୁ ରାଜ୍ୟ ସରକାର ଘଂଟ ଘୋଡାଇବା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ଚରମ ନିଦର୍ଶନ । ପିପିଲି, କେନ୍ଦ୍ରାପଡା, ରାୟଗଡା, ଗଂଜାମ ଏବଂ ବର୍ତମାନ ବରଗଡ ଜିଲ୍ଲା ବିଜେପୁରରେ ଶାସକ ବିଜେଡିର ପ୍ରଭାବଶାଳୀ ନେତା ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗୁଣ୍ଡାଗର୍ଦ୍ଧି ସମସ୍ତ ସୀମାକୁ ଟପିଯାଇଛି । ଅନ୍ୟ ପଟେ ଗୃହ ବିଭାଗ ମୁଖିଆ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏ ସମସ୍ତ ଘଟଣା ଘଟୁଥିବା କାରଣରୁ ମୁଖ୍ୟମନ୍ତ୍ରୀ ଜାଣିଶୁଣି ନୀରବତା ଅବଲମ୍ବନ କରୁଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ବରଗଡ ଜିଲ୍ଲା ବିଜେପୁରର ପଡାଗ୍ରାମରେ ରାଜ୍ୟ ସରକାରଙ୍କ ପ୍ରଭାବଶାଳୀ ମନ୍ତ୍ରୀଙ୍କ ପ୍ରରୋଚନାରେ ବିଜେପି କାର୍ଯ୍ୟକର୍ତାଙ୍କ ଘରେ ଗୁଳିମାଡ ହେବା, ପୋଲିସ ଓ ପ୍ରଶାସନ ନୀରବତା ଅବଲମ୍ବନ କରିବା ଏବଂ ଘଟଣା ଘଟିବାର ୪୮ ଘଂଟା ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁÂାନ ନହେବା ଆଦି ପ୍ରସଙ୍ଗ ଅଭିଯୋଗକୁ ପ୍ରମାଣିତ କରିଛି ।
ରାଜ୍ୟବାସୀଙ୍କର ରାଜନୈତିକ ସ୍ୱତନ୍ତ୍ରତା, କହିବାର ମୈାଳିକ ଅଧିକାର ଏବଂ ବିରୋଧୀ ରାଜନୈତିକ ପ୍ରତୀଦ୍ୱନ୍ଦିମାନଙ୍କୁ ସମାଲୋଚନା କରିବା ଅଧିକାରକୁ ସୁରକ୍ଷା ଦେବା ପରିବର୍ତେ ଶାସକ ବିଜେଡି ହିଂସା ଜରିଆରେ ସାଧାରଣ ଜନତାଙ୍କ କଣ୍ଠାବରୋଧ କରିବାକୁ ହୀନ ପ୍ରୟାସ କରୁଛନ୍ତି । ଶାନ୍ତପ୍ରିୟ ଓଡିଶାବାସୀ ଆଗାମୀ ଦିନରେ ରକ୍ତମୁଖା ବିଜେଡିକୁ ଉଚିତ୍ ଶିକ୍ଷା ଦେବେ ।
ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ସରକାରୀ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଭଳି ବିଜେପିର ଭରସା ତୁଟି ଯାଉଥିବା କାରଣରୁ ଆଜି ରାଜ୍ୟର ୩୦ଟି ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟରେ ବିଜେପି ପ୍ରତିବାଦ କରିଛି ।
ରାଜଧାନୀ ଭୂବନେଶ୍ୱର ସମେତ ନୂଆପଡା, ଢେଙ୍କାନାଳ, ଅନୁଗୁଳ, କଳାହାଣ୍ଡି, ବାଲେଶ୍ୱର, ମୟୁରଭଞ୍ଜ (ବାରିପଦା ଓ ରାଇରଙ୍ଗପୁର), ଭଞ୍ଜନଗର, ଭଦ୍ରକ, ବଲାଙ୍ଗୀର, ବୈାଦ୍ଧ, ଜଗତସିଂହପୁର, କେନ୍ଦୁଝର, ନୟାଗଡ, ରାୟଗଡା, ସମ୍ବଲପୁର, ସୁନ୍ଦରଗଡ (ବଣେଇ), ରାଉରକେଲା, ଯାଜପୁର, ନବରଙ୍ଗପୁର, କଟକ, ପୁରୀ, ଗଜପତି, ବ୍ରହ୍ମପୁର, କୋରାପୁଟ, ମାଲକାନଗିରି, ସୋନପୁର ଜିଲ୍ଲାମାନଙ୍କରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଅଛି ।

Share in top social networks!