ଆସନ୍ତା କାଲି ଜାନୁଆରୀ ୧୦ ତାରିଖରୁ ବିଜେପି କୃଷକମୋର୍ଚ୍ଚା ତରଫରୁ ରାଜ୍ୟବ୍ୟାପୀ “ମଣ୍ଡିଚାଲ ଅଭିଯାନ”

BBSRରାଜ୍ୟରେ ଧାନ କିଣା ବିକା ଚାଲିଛି କେବଳ କାଗଜ କଲମରେ । ଆଶ୍ଚର୍ଯ୍ୟର ବିଷୟ ହେଉଛି ରାଜ୍ୟରେ ମରୁଡି, ଚକଡା ପୋକ ଏବଂ ଅଦିନିଆ ବର୍ଷା ସତ୍ୱେ ମନ୍ତ୍ରୀଙ୍କ ଆସ୍ଫାଳନ କି ଉପôାଦନ ବଢିଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଶାସକ ବିଜେଡି କେବଳ ନିଜର ରାଜନୈତିକ ଫାଇଦା ଏବଂ ଦଲାଲମାନଙ୍କୁ ହାତ ବାରେସି ସାଜି କୃଷକମାନଙ୍କ ବିରୁଧରେ ଏକ ଷଡଯନ୍ତ୍ର ରଚନା କରିଛି । ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପାଇଁ ବିଭିନ୍ନ ଜିଲ୍ଲାରେ ଥିବା ମଣ୍ଡି ଗୁଡିକ ବିଳମ୍ବରେ ଖୋଲାଯାଇଛି । ଅମଳ ସମୟରେ ମଣ୍ଡି ନଥିବା ଯୋଗୁଁ ଧାନ ଚାଷୀମାନେ ବାଧ୍ୟ ହୋଇ ବେପାରୀକୁ କୁ୍ୟଇଂଟାଲ ପିଛା ୩୦୦ ରୁ ୪୦୦ ଟଙ୍କା କମ୍ରେ ଧାନ ବିକ୍ରି କରୁଛନ୍ତି । ମଣ୍ଡି ଗୁଡିକ ଅସାଧୁ ମିଲରମାନଙ୍କର ଆଡ୍ଡାସ୍ଥଳୀ ପାଲଟିଛି । ଚାଷୀମାନଙ୍କ ଠାରୁ ଧାନ ମିଲରମାନେ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟଠୁ ବି କମ୍ ମୂଲ୍ୟରେ ଧାନ ସଂଗ୍ରହ କରୁଛନ୍ତି । ଅନ୍ୟପଟେ ଚାଷୀମାନଙ୍କଠାରୁ ଏଫଏକୁ୍ୟର ଆଳ ଦେଖାଇ ମଣ୍ଡିମାନଙ୍କରେ କ୍ୱିଂଟାଲ ପ୍ରତି ୩ ରୁ ୧୦ କିଲୋ ପର୍ଯ୍ୟନ୍ତ ଧାନ କମ କରି ସଂଗ୍ରହ କରୁଛନ୍ତି । ଏହା ଦ୍ୱାରା ଚାଷୀ ଶୋଷଣ ହେବା ସହ ତାର ଉଚିତ୍ ପ୍ରାପ୍ୟ ପାଇବାରୁ ବଂଚିତ ହେଉଛି । ଦିନକୁ ଦିନ ମଣ୍ଡି ଗୁଡିକରେ ଧାନ ମିଲର ମାନଙ୍କର ଅରାଜକତା, ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଓ ଆବଶ୍ୟକୀୟ ଭିତିଭୁମିର ଅଭାବ, ଧାନର ଅଭାବୀ ବିକ୍ରି ପ୍ରସଂଗରେ ଆସନ୍ତା କାଲି ଜାନୁଆରୀ ୧୦ ତାରିଖରୁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ରାଜ୍ୟର ସମସ୍ତ ମଣ୍ଡିମାନଙ୍କୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବ ବୋଲି ରାଜ୍ୟ ବିଜେପି କୃଷକମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ସୁଚନା ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ କରିବାକୁ ନେଇ ଏକ ଗାଇଡଲାଇନ ଥିବାସତ୍ୱେ ସମସ୍ତ ମଣ୍ଡିମାନଙ୍କରେ ବ୍ୟାପକ ଅନୀୟମିତତା ଦେଖାଦେଇଛି । କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଟ୧୫୫୦ଙ୍କା ଧାର୍ଯ୍ୟ କରିଥିବାବେଳେ ଶାସକ ବିଜେଡିର ପ୍ରରୋଚନାରେ ମଣ୍ଡି ଗୁଡିକରେ କମ ମୂଲ୍ୟରେ ଧାନ ସଂଗ୍ରହ କରାଯାଉଛି । ଶାସକ ବିଜେଡି ଏବଂ ଧାନ ମିଲର ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବାରୁ ଚାଷୀମାନେ ଏଠି ଶୋଷଣର ଶିକାର ହେଉଛନ୍ତି । ତେବେ ଆଗାମୀ ଦିନରେ ଚାଷୀର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି କୃଷକ ମୋର୍ଚା ତରଫରୁ ରାଜ୍ୟର ସମସ୍ତ ମଣ୍ଡିମାନଙ୍କରେ ପ୍ରତିବାଦ କରିବା ସହ ଚାଷୀର ହକ୍ ପାଇଁ ଲଢେଇ କରିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Share in top social networks!