ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜେପି ଲଢେଇ ଜାରି ରଖିବ : ଅରୁଣ ସିଂହ

ଦୁଇ ଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ପ୍ରତ୍ୟାବର୍ତନ କଲେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ
26239483_1676233715806642_1093689365483660059_n

ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତାମାନେ ସାଧାରଣ ଲୋକଙ୍କ ପାଖରେ ପହଚିଂବେ । ଗାଁ ଗାଁ ରେ ପଦ୍ମ ଫୁଟିବ । ପାର୍ଟିର ବିଚାରଧାର ସହ କେନ୍ଦ୍ର ସରକାରଙ୍କ ବିକାଶ ବି ପ୍ରତ୍ୟେକ ସାଧାରଣ ଜନତାଙ୍କ ପାଖରେ ପହଚିଂବ । ପ୍ରଧାନମନ୍ତ୍ରୀଙ୍କ ଯୋଜନା ଯୋଗ୍ୟ ହିତାଧିକାରୀମାନଙ୍କୁୁ ପ୍ରଦାନ କରାଯିବ । ୧୮ ବର୍ଷ ବିଜେଡି ସରକାରର ସ୍ଥାଣୁତା, ଅପରାଗତା ଓ ଭ୍ରଷ୍ଟାଚାର ନୀତି ବିରୁଦ୍ଧରେ ବିଜେପି ପ୍ରତିବାଦ କରିବ । ଏଥି ସହ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ବିଜେପି ସାମ୍ନାକୁ ଆସିବ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଜ୍ୟ ବିଜେପି ପ୍ରଭାରି ଶ୍ରୀ ଅରୁଣ ସିଂହ ସୁଚନା ଦେଇ କହିଛନ୍ତି ।
ରାଜ୍ୟରେ ଶାସକ ବିଜେଡିର କୁଶାସନ,ଅରାଜକତା ଏବଂ ଆଇନ ଶୃଙ୍ଖଳା ଅବ୍ୟବସ୍ଥା ପ୍ରସଙ୍ଗରେ ମୁଖତଃ ଆଲୋଚନା ହୋଇଛି । ବିଜେପୁରରେ ବିଜେପି ନେତାଙ୍କ ଘର ଉପରକୁ ଗୁଳି ମାଡ ଘଟଣାକୁ ଶ୍ରୀ ସିଂହ ଦୃଢ ନିନ୍ଦା କରିଛନ୍ତି । ଶାସକ ବିଜେଡିର ଲୋକପ୍ରିୟତା କମିଥିବାରୁ ସେ ବ୍ୟତିବ୍ୟସ୍ତ ହୋଇ ହିଂସାକୁ ଆପଣାଇଛି । ଶାସକ ଦଳର ମନ୍ତ୍ରୀଙ୍କ ନିଦେ୍ର୍ଧଶ କ୍ରମେ ବିଜେପି ନେତାଙ୍କ ଘରକୁ ଗୁଳିମାଡ ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ସିଂହ କହିଛନ୍ତି ।
ଏହା ପୂର୍ବରୁ ବାରିପଦା ଜିଲ୍ଲାରେ ବିଜେପିର ୪୯ ଜିଲ୍ଲା ପରିଷଦ ପ୍ରାର୍ଥୀ ଜିତିବା ପରେ ବି ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ଗୋଇଠା ମାରିବା ଏବଂ ଏହାର ପ୍ରତିବାଦ କରିବାରୁ ଜେଲ୍ ପଠାଇବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶାସକ ବିଜେଡି ଦଳର ପ୍ରରୋଚନାରେ ଜିଲ୍ଲା ପ୍ରଶାସନ, ଜିଲ୍ଲାପାଳ, ଏସ୍ପି ଆଇନକୁ ହାତକୁ ନେଇ ଗୁଣ୍ଡାରାଜ ଚଳେଇଛନ୍ତି । ଲଗାତର ଭାବେ ବିଜେଡିର ଲୋକପ୍ରିୟତା କମିବା ପରେ ଶାସକ ବିଜେଡି ଭୟଭୀତ ହୋଇ ହିଂସାକୁ ଆପଣାଇଛି । ଏଭଳି ଘଟଣାକୁ ରାଜ୍ୟ ବିଜେପି ଦୃଢତାର ସହ ନିନ୍ଦା କରୁଛି ବୋଲି ଶ୍ରୀ ସିଂହ କହିଛନ୍ତି ।
ଲୋକପ୍ରିୟତା କମିବା ଯୋଗୁଁ ଶାସକବିଜେଡି ଭୟଭୀତ ହୋଇ ହିଂସା ପରାୟଣ ହୋଇଉଠିଛି । ପୂର୍ବରୁ ଗତ କିଛି ବର୍ଷ ମଧ୍ୟରେ ଶାସକ ବିଜେଡି ୧୪ ଜଣ ବିଜେପି କାର୍ଯ୍ୟକର୍ତାଙ୍କୁ ହତ୍ୟା କରିସାରିଛି । ଏବେ ଗୁଳି ଫୁଟାଇ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ପ୍ରୟାଶ କରୁଛି । ବିଜେପୁରରେ ବିଜେପି କାର୍ଯ୍ୟକର୍ତାଙ୍କ ଘର ଉପରକୁ ଗୁଳିମାଡ କରି ବିଜେପୁରବାସୀଙ୍କ ମନରେ ଆତଙ୍କ ଖେଳାଇ ନିର୍ବାଚନ ଜିତିବା ପାଇଁ ବିଜେଡି ଷଡଯନ୍ତ୍ର କରୁଛି । ତେବେ ଏହି ଷଡଯନ୍ତ୍ରରେ ସାମିଲ ଥିବା ଦୋଷୀକୁ ଧରିବା ସହ ଏଥିରେ ସଂପୃକ୍ତି ଥିବା ବିଜେଡିିର କିଛି ନେତାଙ୍କୁ ପୋଲିସ ଖୁବଶୀଘ୍ର ଗିରଫ କରିବା ଦରକାର ବୋଲି ଶ୍ରୀ ସିଂହ ଦାବୀ କରିଛନ୍ତି ।
ଧାନ ଚାଷୀମାନଙ୍କଠାରୁ ସର୍ବନିମ୍ନ ସହାୟତା ରାଶିରେ ଧାନ ସଂଗ୍ରହ କରା ଯାଉନାହିଁ । ମଣ୍ଡିମାନଙ୍କରେ ଧାନ ମିଲର ମାନଙ୍କର ଅରାଜକତା ଚାଲିଛି । ଅନ୍ୟପଟେ ଶାସକ ବିଜେଡି ସରକାରଙ୍କ ଅପରାଗତା କାରଣରୁ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଇଛି । ଆଗାମୀ ଦିନରେ ଚାଷୀଙ୍କ ହକ୍ ପାଇଁ ବିଜେପି ଲଢିବ ବୋଲି ଶ୍ରୀ ସିଂହ କହିଛନ୍ତି ।

Share in top social networks!
Powered By Indic IME