ବିଜେପୁର ଗୁଳିକାଣ୍ଡ ପ୍ରତିବାଦରେ ଆସନ୍ତା କାଲି ୯ ତାରିଖ ଦିନ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟଠାରେ ପ୍ରତିବାଦ ସଭା ଅନୁÂିତ ହେବ : ବିଜେପି

IMG_2596 ସେହିପରି ଗତକାଲି ବିଜେପୁରରେ ଉପନିର୍ବାଚନ ପୂର୍ବରୁ ହିଂସା ଦେଖିବାକୁ ମିଳିଛି । ଶାସକ ବିଜେଡି ରକ୍ତମୁଖା ସାଜି ବିଜେପି କର୍ମୀଙ୍କ ଘରକୁ ଗୁଳିମାଡ କରିଛି । ଶାସକ ବିଜେଡିର ଏଭଳି ଅମାନବୀୟ ଘଟଣାକୁ ବିଜେପି ନିନ୍ଦା କରିଛି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ପାରାଦୀପ ଠାରୁ ଆରମ୍ଭ କରି ବରଗଡ, ମନମୁଣ୍ଡ, ପିପିଲି ,ଭୁବନେଶ୍ୱର, କେନ୍ଦ୍ରାପଡା, ଗଂଜାମ, ରାୟଗଡା ଓ ଗତକାଲି ବିଜେପୁରରେ ନିର୍ବାଚନ ଘୋଷଣା ପୂର୍ବରୁ ଆତଙ୍କିତ ହୋଇ ଶାସକ ବିଜେଡି ତାଙ୍କର ମନ୍ତ୍ରୀଙ୍କ ନିଦେ୍ର୍ଧଶରେ ଗୁଳି ଦ୍ୱାରା ବିଜେପି ନେତାଙ୍କ ଘରକୁ ଆକ୍ରମଣ କରିବା ଘଟଣାକୁ ବିଜେପି ନିିନ୍ଦା କରିଛି । ଗତ ସାଢେ ୩ ବର୍ଷ ଭିତରେ ୧୪ ଜଣ ବିଜେପି କାର୍ଯ୍ୟକର୍ତାଙ୍କୁ ହତ୍ୟା କରାଯାଇଛି । ବିଜେଡିର ଇଙ୍ଗିତରେ ପୋଲିସ ସରକାରୀ ଗୁଣ୍ଡା ସାଜିଛି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ କ୍ରମେ ବିଜେଡି ସାରା ରାଜ୍ୟରେ ଆତଙ୍କରାଜ କରୁଛି । ପୋଲିସର ଅସହାୟତାରୁ ଜଣାପଡୁଛି କି ପ୍ରତି ମୁହର୍ତରେ ଟିକିନିଖି ନିଦେ୍ର୍ଧଶ ତୃତୀୟ ମହଳାରୁ ହେଉଛି । ସରକରୀ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଭଳି ବିଜେପିର ଭରସା ତୁଟି ଯାଉଥିବା କାରଣରୁ ଆସନ୍ତାକାଲି ରାଜ୍ୟର ୩୦ଟି ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟରେ ବିଜେପି ପ୍ରତିବାଦ କରିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ସୁଚନା ଦେଇଛନ୍ତି ।

Share in top social networks!
Powered By Indic IME