୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଗିରଫ ଓ ମାଡ ମାରିବା ପ୍ରସଙ୍ଗରେ ଏସ୍ମା ବଳରେ ୩୮୮ ଜଣଙ୍କୁ ଗିରଫ କରିବା ,ମୁଖ୍ୟମନ୍ତ୍ରୀଙ୍କ ଶାସନର ଏକ କଳାଫର୍ଦ୍ଧ : ବିଜେପି

ନିଜର ନ୍ୟାୟସଙ୍ଗତ ଦାବୀନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଆନେ୍ଦାଳନ କରୁଥିବାବେଳେ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଏସମା ଲଗାଇ ଗିରଫ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଗତ ୪ ତାରିଖରୁ ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ସମ୍ବଲପୁର ଜିଲ୍ଲା ପୋଲିସ ଥାନାରେ ଅଟକ ରଖିବା ସହ ଅକଥନୀୟ ଅତ୍ୟାଚାର କରିଥିଲା । ପରେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶକ୍ରମେ ଏସମା ଲାଗୁ କରି ଏକକାଳୀନ ୩୮୮ ଜଣ କର୍ମଚାରୀଙ୍କୁ ଜେଲ୍ ପଠାଯାଇଥିଲା । ଆଜି ଅନ୍ୟ କର୍ମଚାରୀମାନେ ସମ୍ବଲପୁର ରାଜସ୍ୱ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ନେଇ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବାବେଳେ ଅର୍ତକିତ ଭାବେ ପୋଲିସର ବିଭତ୍ସ ଲାଠିଚାର୍ଜ କରିବା ଅତ୍ୟନ୍ତ ଅମାନବୀୟ ଓ ନିନ୍ଦନୀୟ ଘଟଣା । ମୁଖ୍ୟମନ୍ତ୍ରୀଙ୍କ ୧୮ ବର୍ଷ ଶାସନ ଭିତରେ ଏସମା ଲଗାଇ ଏକକାଳୀନ ୩୮୮ ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଗିରଫ କରିବା ଘଟଣା ଏକ କଳାଫର୍ଦ୍ଧ ହୋଇ ରହିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Share in top social networks!
Powered By Indic IME