ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ ଗୁଳିମାଡ କରି ଶାସକ ବିଜେଡି ବିଜେପୁରବାସୀଙ୍କୁ କି ସଂଦେଶ ଦେବାକୁ ଚାହୁଁଛି ?

IMG-20180108-WA0006 ଆସନ୍ତା ବିଜେପୁର ଉପ ନିର୍ବାଚନ ପୂର୍ବରୁ ଶାସକ ବିଜେଡି ପ୍ରତ୍ୟକ୍ଷ ପ୍ରରୋଚନାରେ ରାଜନୈତିକ ହିଂସାକାଣ୍ଡ ଭିଆଉଛି । ଗତ ପଂଚାତୟ ନିର୍ବାଚନ ପରେ ହିଂସାପରାୟଣ ହୋଇ ରକ୍ତମୁଖା ସାଜିଥିବା ଶାସକ ବିଜେଡି, ବିଜେପି କାର୍ଯ୍ୟକର୍ତାଙ୍କୁ ଧମକ ଦେବା ସହ ହତ୍ୟା ମଧ୍ୟ କରିବାକୁ ପଛାଉନାହିଁ । ଆଗାମୀ ବିଜେପୁର ଉପ ନିର୍ବାଚନକୁ ନଜରରେ ରଖି ଶାସକ ବିଜେଡି ବର୍ତମାନ ରକ୍ତମୁଖା ସାଜି ହିଂସା ପରାୟଣ ହୋଇପଡିଛି । ଗତ ପଂଚାୟତ ନିର୍ବାଚନ ସମୟରେ ୧୦ରୁ ଉର୍ଦ୍ଧ ରାଜନୀତିକ ହତ୍ୟାକାଣ୍ଡ ହୋଇଥିଲେ ମଧ୍ୟ ପୋଲିସ ସବୁବେଳେ ଶାସକ ବିଜେଡିର ଗୁଣ୍ଡାମାନଙ୍କୁ ସୁରକ୍ଷା ପ୍ରଦାନ କରି ଆସିଛି । ତେଣୁ ନିରାପତା, ସୁରକ୍ଷା ଏବଂ ସ୍ୱାଧୀନତାର ସହ ଆଗାମୀ ବିଜେପୁର ଉପ ନିର୍ବାଚନ କରିବା ପାଇଁ ସୁନିଶ୍ଚିତ କରିବାକୁ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ଭେଟି ଦାବୀ ଜଣାଇଛନ୍ତି ।
ବିଜେପି ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରି କହିଛନ୍ତି ଯେ, ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ବାସିନ୍ଦା ଶ୍ରୀ ମନୋରଂଜନ ମେହେର ହେଉଛନ୍ତି ବିଜେପିର ଜଣେ ଯୁବ କାର୍ଯ୍ୟକର୍ତା । ଗତ କାଲି କିଛି ବିଜେଡି ଗୁଣ୍ଡା ଶ୍ରୀ ମେହେରଙ୍କ ବିଜେପୁର ବ୍ଲକ ଅନ୍ତର୍ଗତ ପଡାଗାଁ ସ୍ଥିତ ବାସଭବନକୁ ପଶି ଯାଇ ଅତର୍କିତ ଭାବେ ବନ୍ଧୁକରୁ ଗୁଳି ଚାଳନା କରିଛନ୍ତି । ଏପରିକି ବିଜେପି ପାଇଁ କାର୍ଯ୍ୟ କଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଏହି ବିଜେଡି ଗୁଣ୍ଡାମାନେ ଶ୍ରୀ ମେହେରଙ୍କୁ ଧମକ ମଧ୍ୟ ଦେଇଛନ୍ତି ।
ଦେଶର ଗଣତନ୍ତ୍ର ଅନୁଯାୟୀ ସମସ୍ତ ନାଗରିକଙ୍କ କହିବାର ସ୍ୱାଧୀନ ଅଧିକାର ରହିଛି । ଏପରିକି ନିଜ ଇଚ୍ଛାନୁଯାୟୀ ଜଣେ ଯେ କୈାଣସି ରାଜନୈତିକ ଦଳ ସହିତ ସଂପୃକ୍ତ ହୋଇପାରିବ । ଏହି କ୍ରମରେ ଶ୍ରୀ ମେହେର ମଧ୍ୟ ଜଣେ ସାଧାରଣ ନାଗରିକ ଭାବେ ଭାରତୀୟ ଜନତା ପାର୍ଟି ସହ ଯୋଡି ହୋଇ କାର୍ଯ୍ୟ କରିବାର ସଂପୂର୍ଣ୍ଣ ଅଧିକାର ରହିଛି । ଏପରିକି ବିରୋଧୀ ଦଳର କାର୍ଯ୍ୟକର୍ତା ଭାବେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର ଏବଂ ଶାସକ ବିଜେଡିଙ୍କୁ ସମାଲୋଚନା କରିବାର ଅଧିକାର ରହିଛି । ମାତ୍ର ଏହି କାରଣରୁ ଶାସକ ବିଜେଡି ହିଂସାପରାୟଣ ହୋଇ ଶ୍ରୀ ମେହେରଙ୍କୁ ଧମକ ଦେବା ସହ ମରଣାନ୍ତକ ଆକ୍ରମଣ କରିଛି । ଏହା ସଂପୂର୍ଣ୍ଣ ଭାବେ ଅଗଣତାନ୍ତ୍ରୀକ ଏବଂ ଭାରତୀୟ ସମ୍ବିଧାନ ପ୍ରତି ହେୟଜ୍ଞାନ ଓ ଅବମାନନା ।
(ପୃÂା: ୧/୨)

ଗତ ମାସ ୩୧ ତାରିଖରେ ଦଳୀୟ ନିଷ୍ପତି ଅନୁଯାୟୀ ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ବୁଥ୍ରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଅୟୋଜନ କରାଯାଇଥିଲା । ଶ୍ରୀ ମେହେର ଆଗ ଧାଡିରେ ରହି ଏହି ଅୟୋଜନ କରିଥିଲେ । ଶାସକ ବିଜେଡି ବିଜେପୁରଠାରେ ହେବାକୁ ଥିବା ଏହି ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ବିଫଳ କରାଇବାକୁ ଚକ୍ରାନ୍ତ କରିଥିଲେ । ଏପରିକି ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯୋଗ ଦେବାରୁ ରୋକିବାକୁ ଶାସକ ବିଜେଡି ପକ୍ଷରୁ ବୃଥା ଉଦ୍ୟମ ମଧ୍ୟ କରାଯାଇଥିଲା । ମାତ୍ର ଜଣେ ଦାୟୀତ୍ୱବାନ ଏବଂ ନିÂାପର କାର୍ଯ୍ୟକର୍ତା ଭାବେ ଶ୍ରୀ ମେହେର ଶାସକ ବିଜେଡିର ଏହି ହୀନ ଚକ୍ରାନ୍ତକୁ ବିଫଳ କରିବା ସହ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ହିଂସା ପରାୟଣ ହୋଇ ପଡିଥିବା ଶାସକ ବିଜେଡି ଶ୍ରୀ ମେହେରଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପାତର ଅନ୍ତର ଭୁମିକା ଗ୍ରହଣ କରୁଛି । ପୂର୍ବରୁ ଏହି ବରଗଡ ଜିଲ୍ଲା ଗସ୍ତ ଅବସରରେ ଜିଲ୍ଲା ଏସପିଙ୍କ ଉପସ୍ଥିତିରେ ଶାସକ ବିଜେଡିର ସ୍ଥାନୀୟ ବିଧାୟକ ଓ କର୍ମୀମାନେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସନ୍ତୋଷ ଗଙ୍ଗୱାର, ସ୍ୱାଧୀ ନିରଞ୍ଜନା ଜ୍ୟୋତି, ଜେଡ କ୍ୟାଟେଗୋରୀ ସିକ୍ୟୁରିଟି ପ୍ରାପ୍ତ ପୂର୍ବତନ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଛନ୍ତି ।
ଜଣେ ନାଗରିକର ରାଜନୈତିକ ସ୍ୱତନ୍ତ୍ରତା, କହିବାର ମୈାଳିକ ଅଧିକାର ଏବଂ ବିରୋଧୀ ରାଜନୈତିକ ପ୍ରତୀଦ୍ୱନ୍ଦିମାନଙ୍କୁ ସମାଲୋଚନା କରିବା ଅଧିକାରକୁ ବଜାୟ ରଖିବାରେ ହସ୍ତକ୍ଷେପ କରିବାକୁ ବିଜେପି ଦାବୀ କରିଛି ।
ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ରାଜନୀତିକ ପ୍ରତିଦ୍ୱନ୍ଦୀ କାର୍ଯ୍ୟକର୍ତା ଓ ଦଳ ଯଦି କିଛି ବେନିୟମ କାମ କରେ, ତାକୁ ଧରି ଦଣ୍ଡପ୍ରଦାନ କରିବାର ଦାୟୀତ୍ୱ ହେଉଛି ପୋଲିସ ପ୍ରଶାସନର । କିନ୍ତୁ ଶାସକ ବିଜେଡି ରକ୍ତମୁଖା ସାଜି ଗୁଳିମାଡ କରି ବିଜେପୁରବାସୀଙ୍କୁ ଭୟଭୀତ କରି କି ସଂକେତ ଦେବାକୁ ଚାହୁଁଛି ? ଶାନ୍ତ ଓ ନିରୀହ ବିଜେପୁରବାସୀଙ୍କୁ ଭୟଭୀତ କରି ନିର୍ବାଚନ ଜିତିବା ପାଇଁ ଶାସକ ବିଜେଡି ଯେଉଁ ଅପଚେଷ୍ଟା କରୁଛନ୍ତି ବିଜେପୁରବାସୀ ତାର ଉଚିତ୍ ଜବାବ ଦେବେ ବୋଲି ବିଜେପିର ଏହି ପ୍ରତିନିଧି ଦଳ କହିଛି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ, ବିଧାୟକ ରବି ନାଏକ, ବରିÂ ନେତା ପ୍ରତାପ ଷଡଙ୍ଗୀ, ଉପ ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ପ୍ରବକ୍ତା ପିତାମ୍ବର ଆଚାର୍ଯ୍ୟ ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତି୍ରପାଠୀ ପ୍ରମୁଖ ସାମିଲ ଥିଲେ ।

Share in top social networks!
Powered By Indic IME