ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ରିହାତି ହସ୍ତାନ୍ତର

କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼, ପୁଡୁଚେରୀ ଏବଂ ଦାଦରା ଓ ନଗର ହାବେଳୀର ସହରାଚଂଳରେ ଖାଦ୍ୟ ରିହାତି ବାବଦରେ ଅର୍ଥ ସ୍ଥାନାନ୍ତର ଯୋଜନା କାର୍ଯ୍ୟକାରୀ କରାଯାଇଛି । ଖାଦ୍ୟ ରିହାତି ବାବଦ ଅର୍ଥ ସ୍ଥାନାନ୍ତର ନିୟମ – 2015 ର ବ୍ୟବସ୍ଥା ଅନୁସାରେ ଏହି ଯୋଜନା ଲାଗୁ ହୋଇଥାଏ, ଯେଉଁଠାରେ ଅନ୍ୟାନ୍ୟ ବ୍ୟବସ୍ଥା ସହିତ ରିହାତି ବାବଦ ଅର୍ଥ ସ୍ଥାନାନ୍ତର ଯୋଜନା କାର୍ଯ୍ୟାନ୍ୱୟନ ପାଇଁ ଚିହ୍ନଟ କରାଯାଇଥିବା ଅଂଚଳ, ଯେଉଁମାନେ ପ୍ରସ୍ତୁତି ସଂପର୍କୀତ କିଛି ସର୍ତ୍ତ ପୂରଣ କରୁଥିବେ ଓ ପ୍ରସ୍ତୁତି କରିଥିବେ । ଚିହ୍ନଟ ଅଂଚଳର ସଂଜ୍ଞା ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ନିୟମ ଅନୁସାରେ ନିର୍ଦ୍ଧାରଣ କରାଯାଏ, ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ନିର୍ଦ୍ଦିଷ୍ଟ ଭାଗରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସରକାରଙ୍କର ଲିଖିତ ସହମତିରେ ଏହି ଯୋଜନା ଲାଗୁ କରାଯାଏ । ସେଥିପାଇଁ ଏନ୍ଏଫଏସ୍ଏମ୍ ବ୍ୟବସ୍ଥା ଅନୁସାରେ ଖାଦ୍ୟ ରିହାତି ବାବଦରେ ଅର୍ଥ ସ୍ଥାନାନ୍ତର ଯୋଜନା କାର୍ଯ୍ୟକାରୀ କରିବା ଅଥବା ସୁଲଭ ମୂଲ୍ୟ ଭଣ୍ଡାର ମାଧ୍ୟମରେ ଖାଦ୍ୟ ଶସ୍ୟ ବଂଟନ କରିବା ଉଭୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଗୁଡିକ ପାଇଁ ଇଚ୍ଛାଧୀନ ବିଷୟ ।

ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସି.ଆର ଚୌଧୁରୀ ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ।

Share in top social networks!
Powered By Indic IME