ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ‘ସ୍ୱଚ୍ଛାଗ୍ରହ’ କାର୍ଯ୍ୟକ୍ରମ ସୃଷ୍ଟି କରିଛି ସ୍ୱଚ୍ଛତା ସଂସ୍କୃତି

Pic-2-Adani Foundation Launches ‘Swachhagraha’ to create a culture of cleanliness‘ସ୍ୱଚ୍ଛାଗ୍ରହ’ ହେଉଛି ଏକ ଶିକ୍ଷାଭିତିକ ବ୍ୟବହାରିକ ପରିବର୍ତନ କାର୍ଯ୍ୟକ୍ରମ ଯାହା ଆଦାନୀ ଫାଉଣ୍ଡେସନ ପକ୍ଷରୁ ଶୁଭାରମ୍ଭ କରାଯାଇଛି । ସ୍ୱଚ୍ଛାଗ୍ରହ ସ୍ୱାଧୀନତା ସଂଗ୍ରାମ ସମୟରେ ଗାନ୍ଧିଜୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମ ‘ସତ୍ୟାଗହ’ରୁ ଅନୁପ୍ରେରିତ ହୋଇଛି, ଯାହାକି ଅସୀମ ଧୈର୍ଯ୍ୟ, ଦୃଢତା ମାଧ୍ୟମରେ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସାହାଯ୍ୟ କରିଥାଏ ଏବଂ ଭାରତୀୟ ମନ, ଗରିମା ଏବଂ ଆତ୍ମ ସମ୍ମାନକୁ ଅନୁପ୍ରେରିତ କରିଥାଏ । ଏହାର ଉଦେ୍ଧଶ୍ୟ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଲୋକଙ୍କୁ ଆକର୍ଷିତ କରି ସଚେତନ କରାଇବା ଏବଂ ଭାରତର ସ୍ୱାଧୀନତା ଆନେ୍ଦାଳନ ସମକ୍ଷ ପରିବର୍ତନ କରିବା, ଯେଉଁଠାରେ ଲୋକମାନେ ‘ସ୍ୱଚ୍ଛତାର ସଂସ୍କୃତି ସୃଷ୍ଟି କରିବା’ ଦିଗରେ ନିଜକୁ ସାମିଲ କରିପାରିବେ ।
ଏହି କାର୍ଯ୍ୟକ୍ରମ ଭଦ୍ରକ ଜିଲା, ଦୋସିଙ୍ଗା ପଂଚାୟତରେ ଆରମ୍ଭ କରାଯାଇଛି, ଯେଉଁଥିରେ ୩୨ଟି ବିଦ୍ୟାଳୟର ଶିକ୍ଷକମାନେ ଭଦ୍ରକ ଜିଲା ଶିକ୍ଷା ବିଭାଗର ସହଯୋଗରେ ସ୍ୱଚ୍ଛତା ପ୍ରେରକ ପ୍ରଶିକ୍ଷଣରେ ଭାଗ ନେଇଥିଲେ । ପ୍ରଧାନଶିକ୍ଷକ ଏବଂ ଅନ୍ୟାନ୍ୟ ଶିକ୍ଷକମାନଙ୍କର ସ୍ୱଚ୍ଛାଗ୍ରହ ତାଲିମ କର୍ମଶାଳା ସମ୍ପର୍କିିତ ଏହି କାର୍ଯ୍ୟକ୍ରମକୁ ଆଦାନୀ ଫାଉଣ୍ଡେସନର ପ୍ରକଳ୍ପ ସଂଯୋଜକ ଶ୍ରୀ ଜିଗ୍ନେ୍ନସ ଆର୍. ବିଭାନ୍ଦିକ ଏବଂ ସୁକୁମାର ଜେନା, ପ୍ରଧାନଶିକ୍ଷକ, ଦୋସିଙ୍ଗା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଦୋସିଙ୍ଗା ଉଚ୍ଚ ବିଦ୍ୟାଳୟରେ ୫ ଜାନୁୟାରୀ ପୂର୍ବାହ୍ନ ୧୧ଟା ସମୟରେ ଆରମ୍ଭ କରାଯାଇଥିଲା । ଆଦାନୀ ଫାଉଣ୍ଡେସନ-ଧାମରା ୟୁନିଟ ସିଏସ୍ଆର୍ ମୁଖ୍ୟ ଶ୍ରୀ ସୁଭାସ ରାଏ କହିଛନ୍ତି ଯେ, ଏହି ସ୍ୱଚ୍ଛାଗ୍ରହ କାର୍ଯର୍୍ୟକ୍ରମ ପୂର୍ଣ୍ଣଭାବେ ‘ସ୍ୱଚ୍ଛ ଭାରତ ଅଭିଯାନ’ ସହିତ ଅନୁବନ୍ଧିତ ରହିଛି । ଏହି ପରିଯୋଜନା ମାଧ୍ୟମରେ ଭାରତର ଆଗାମୀ ପିଢୀ ମଧ୍ୟରେ ‘ସ୍ୱଚ୍ଛତାର ସଂସ୍କୃତି ସୃଷ୍ଟି କରିବା’ ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।
ସ୍ୱଚ୍ଛାଗ୍ରହ କାର୍ଯ୍ୟକ୍ରମ ଶିକ୍ଷକ (ସ୍ୱଚ୍ଛତା ପ୍ରେରକ) ଏବଂ ଛାତ୍ର (ସ୍ୱଚ୍ଛାଗ୍ରହ ଦଳର ସଦସ୍ୟ)ମାନଙ୍କ ମାଧ୍ୟମରେ ଆରମ୍ଭ କରାଯିବ ଏବଂ ସମସ୍ତ ବିଦ୍ୟାଳୟ ପାଇଁ ଏହା ଖୋଲା ରହିବ । ୬Â ଶ୍ରେଣୀରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯିବ ଏବଂ ଅନ୍ୟାନ୍ୟ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇ ପାରିବ । ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମର ମୂଳ ଉଦେ୍ଧଶ୍ୟ ପାଇବା ଦିଗରେ ମୁଖ୍ୟ ଭୂମିକା ତୁଲାଇବେ ।
ଆବର୍ଜନାବିହୀନ ଚଳଣି ତଥା ବ୍ୟବହାରର ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ, ୧୬ଟି ରାଜ୍ୟ ଏବଂ ୨୭୦୦ ବିଦ୍ୟାଳୟରେ ସ୍ୱଚ୍ଛତା ସଂସ୍କୃତି ନିର୍ମାଣ କରିବା ପାଇଁ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଏହା ହେଉଛି ଏକ ପ୍ରୟାସ । ୩୫,୦୦୦ ସ୍ୱଚ୍ଛାଗ୍ରହୀ ଏବଂ ୨୩୦୦ ସ୍ୱଚ୍ଛାଗ୍ରହୀ ପ୍ରେରକଙ୍କୁ ନେଇ ଫାଉଣ୍ଡେସନ ପ୍ରତିମାସରେ ୭୦,୦୦୦ ଛାତ୍ରମାନଙ୍କ ନିକଟରେ ପହଂଚି ପାରିଛି । ବର୍ତମାନ ସୁଦ୍ଧା ଏହି ଅଭିଯାନ ୨୫ ଲକ୍ଷ ରୁ ଊଦ୍ଧ୍ୱର୍ ଲୋକଙ୍କ ନିକଟରେ ପହଂଚିପାରିଛି । ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ୪ଟି ବିଷୟ ଉପରେ ପର୍ଯ୍ୟବେସିତ, ଯେପରିକି ଆବର୍ଜନା ପରିଚାଳନା ଏବଂ ଆବର୍ଜନା ଢାଙ୍କିବା, ସ୍ୱଚ୍ଛତା ଏବଂ ବ୍ୟକ୍ତିଗତ ସ୍ୱଚ୍ଛତା ଶୌଚାଳୟ ଶିଷ୍ଟତା ଏବଂ ବ୍ୟକ୍ତିଗତ ଉପଯୋଗ ।

Share in top social networks!