ଆକାଂକ୍ଷୀ ଜିଲ୍ଲା ସମ୍ବନ୍ଧିତ ନୀତି ଆୟୋଗ ବୈଠକରେ ଓଡିଶା ସାମିଲ ନ ହେବା ପ୍ରସଙ୍ଗ ଗରୀବ ଲୋକଙ୍କ ବିକାଶ ପ୍ରସଙ୍ଗରେ ଦଳଗତ ରାଜନୀତିର ଉର୍ଧକୁ ଶାସନ ବ୍ୟବସ୍ଥା ଉଠିବା ଅତ୍ୟନ୍ତ ଆବଶ୍ୟକ : ଧର୍ମେନ୍ଦ୍ର ପ୍ରଧାନ

PR_PIX_PC_07-01-2018
 ରାଜନୈତିକ ଦୃଷ୍ଟିଭଙ୍ଗୀରେ ଭିନ୍ନତା ପାଇଁ ଓଡିଶାର ୮ଟି ଜିଲ୍ଲାର ବିକାଶକୁ ପ୍ରତିରୋଧ ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସିଧା ସିଧା ଅନୁରୋଧ
 ଯୋଜନାରେ ସାମିଲ ହେବାକୁ ନେଇ ଆଉ ଥରେ ସମୀକ୍ଷା କରନ୍ତୁ ମୁଖ୍ୟମନ୍ତ୍ରୀ
 ରାଜ୍ୟ ସରକାରଙ୍କ ବିନା ପରାମର୍ଶରେ ଓଡିଶାର ୮ଟି ଜିଲ୍ଲାର ନାମ ସ୍ଥୀରିକୃତ ହୋଇଥିବା ଓ କେନ୍ଦ୍ର ଓଡିଶା ଉପରେ ନିଷ୍ପତିକୁ ଲଦି ଦେଉଥିବା ରାଜ୍ୟ ସରକାରଙ୍କ ଯୁକ୍ତିକୁ ଖଣ୍ଡନ
 ନୀତି ଆୟୋଗ ଦ୍ୱାରା ଲେଖା ଯାଇଥିବା ପତ୍ରରେ ଆକାଂକ୍ଷୀ ଜିଲ୍ଲା ତାଲିକାରେ ପରିବର୍ତନ ପାଇଁ ରାଜ୍ୟ ଆଗ୍ରହୀ ଥିଲେ, ଏହାର କାରଣ ସହ ତଥ୍ୟ ଉପସ୍ଥାପନ କରିବାକୁ ଥିଲା ଉଲ୍ଲେଖ
 ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ, ରାଜ୍ୟର ସଚିବସ୍ତରୀୟ ଅଧିକାରୀଙ୍କ ସଦସ୍ୟ ସଚିବ ସଦସ୍ୟ ଭାବେ ସମନ୍ୱୟରେ ତଥା ସଂପୃକ୍ତ ଜିଲ୍ଲାପାଳଙ୍କ କ୍ରିୟାନ୍ୱୟନରେ ବିକାଶରେ ସମନ୍ୱୟ ପାଇଁ ଏହି ବ୍ୟବସ୍ଥା
 ରାଜ୍ୟ ସରକାରଙ୍କର ବିରୋଧ ତଥ୍ୟ ଆଧାରିତ ନୁହେଁ, ରାଜନୈତିକ ଉଦେ୍ଧଶ୍ୟ ରଖି ଓଡିଶାର ଆକାଂକ୍ଷା ସମ୍ପନ୍ନ ଜିଲ୍ଲାକୁ ବିକାଶରୁ ବଂଚିତ କରିବା ଭଳି କାମ
 ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଦାୟିତ୍ୱ
 ଶ୍ରେÂ ପ୍ରଶାସକର ପଦ କେବଳ ଅଳଙ୍କୃତ କଲେ ହେବ ନାହିଁ ରାଜ୍ୟର ଲୋକମାନଙ୍କ ପ୍ରତି ଦାୟିତ୍ୱ ନେବାକୁ ପଡିବ

ଓଡିଶାର ୮ଟି ଆକାଂକ୍ଷୀ ଜିଲ୍ଲାର ବିକାଶ ମାମଲାରେ ବିବାଦ ନୁହେଁ, ଗରୀବ ଲୋକଙ୍କ ବିକାଶ ପ୍ରସଙ୍ଗରେ ଦଳଗତ ରାଜନୀତିର ଉର୍ଧକୁ ଶାସନ ବ୍ୟବସ୍ଥା ଉଠିବା ଅତ୍ୟନ୍ତ ଆବଶ୍ୟକ ବୋଲି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାରେ ଓଡିଶାର ୮ଟି ଜିଲ୍ଲାର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନୀତି ଆୟୋଗ ଦ୍ୱାରା ତିଆରି ହୋଇଥିବା ଖସଡାରେ ସାମିଲ ନ ହେବା ପାଇଁ ନିଷ୍ପତି ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜନୈତିକ ବାଦ ବିବାଦ ଓ ମତ ପାର୍ଥକ୍ୟ ସହ ସେ ଆଦୌ ଅସହମତ ନୁହନ୍ତି । ଗଣତନ୍ତ୍ରରେ ପରସ୍ପର ଭିନ୍ନ ଦୃଷ୍ଟିଭଙ୍ଗୀରେ କୌଣସି ଆପତି ନାହିଁ । ମାତ୍ର ରାଜନୈତିକ ଦୃଷ୍ଟିଭଙ୍ଗୀରେ ଭିନ୍ନତା ପାଇଁ ଓଡିଶାର ୮ଟି ଜିଲ୍ଲାର ବିକାଶକୁ ପ୍ରତିରୋଧ ନ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ସିଧା ସିଧା ଅନୁରୋଧ କରିଛନ୍ତି । ରାଜନୈତିକ ଭାବେ ଯାହା ଗାଳିମନ୍ଦ, ସମାଲୋଚନା କଲେ ବି ମୋଦି ସରକାର ଏହାକୁ ମୁଣ୍ଡ ପାତି ସହିବାକୁ ପ୍ରସ୍ତୁତ ଅଛି । ମାତ୍ର ସାଧାରଣ ଗରୀବ ଓଡିଆ ଲୋକଙ୍କର ବିକାଶକୁ ପ୍ରତିରୋଧ ନ କରି ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ନୂଆ ଯୋଜନାରେ ସାମିଲ ହେବାକୁ ଓଡିଶାର ଏହି ଜିଲ୍ଲା ଗୁଡିକୁ ଯୋଗ ଦେବା ନେଇ ଆଉ ଥରେ ସମୀକ୍ଷା କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
(ପୃÂା: ୧/୨)

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ବିଭିନ୍ନ ମାପଦଣ୍ଡରେ ପଛୁଆ ଥିବା ୧୧୫ଟି ଜିଲ୍ଲାକୁ ବିଶେଷ ସମନ୍ୱୟ ମାଧ୍ୟମରେ ଆଗକୁ ନେବା କାର୍ଯ୍ୟର ଯୋଜନାରେ ଓଡିଶା ସମେତ ସବୁ ରାଜ୍ୟକୁ ପୂର୍ବ ସୂଚନା ଆଧାରରେ କ୍ରିୟାନ୍ୱିତ କରିବା ପାଇଁ ନୀତି ଆୟୋଗ ପଦକ୍ଷେପ ନେଇଥିଲା । ଏହି ଜିଲ୍ଲା ଗୁଡିକ ମଧ୍ୟରେ ରାୟଗଡା, କଳାହାଣ୍ଡି, କନ୍ଧମାଳ, ଗଜପତି, ଢେଙ୍କାନାଳ, ବଲାଙ୍ଗୀର, କୋରାପୁଟ ଓ ମାଲକାନଗିରି ରହିଛି ।
ମାତ୍ର ରାଜ୍ୟ ସରକାରଙ୍କ ବିନା ପରାମର୍ଶରେ ଓଡିଶାର ୮ଟି ଜିଲ୍ଲାର ନାମ ସ୍ଥୀରିକୃତ ହୋଇଥିବା ଓ କେନ୍ଦ୍ର ଓଡିଶା ଉପରେ ନିଷ୍ପତିକୁ ଲଦି ଦେଉଥିବା ଯୁକ୍ତିକୁ ସଂପୂର୍ଣ ରୂପେ ଖଣ୍ଡନ କରିଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ନଭେମ୍ବର ୧୪ ତାରିଖରେ ଦେଶର ୧୧୫ଟି ଜିଲ୍ଲା ଓ ସେଥିରୁ ଓଡିଶାର ୮ଟି କେଉଁ ମାପଦଣ୍ଡ ଆଧାରରେ ସ୍ଥିର କରା ଯାଇଛି ଏ ସମ୍ବନ୍ଧରେ ଲିଖିତ ସବିଶେଷ ବିବରଣୀ ନୀତି ଆୟୋଗ ତରଫରୁ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଥିଲା । ଏହା ସହ ଏହି ୮ଟି ଜିଲ୍ଲାର ତାଲିକାରେ ପରିବର୍ତନ ପାଇଁ ରାଜ୍ୟ ଆଗ୍ରହୀ , ଏହାର କାରଣ ସହ ତଥ୍ୟ ଉପସ୍ଥାପନ କରିବାକୁ ଏହି ପତ୍ରରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଥିଲା । ମାତ୍ର ଓଡିଶା ସରକାର ପରବର୍ତୀ ସମୟରେ ପତ୍ର ଲେଖି ଓଡିଶା ଉପରେ ଏକତରଫା ଭାବେ ଜିଲ୍ଲା ଚୟନ ଲଦି ଦିଆ ଯାଉଥିବାକୁ ବିରୋଧ କରି ଓଡିଶାର ଜିଲ୍ଲା ମାନେ ଏହି ୧୧୫ ଜିଲ୍ଲାରେ ସାମିଲ ହେବେ ନାହିଁ ବୋଲି କହିଥିଲେ ।
ଏହା ଛଡା ଏହି ଯୋଜନାରେ କେନ୍ଦ୍ର ସରକାରରେ ଯୁଗ୍ମ ସଚିବ ସ୍ତରର ଅଫିସର ମାନଙ୍କୁ ପ୍ରଭାରୀ ଅଫିସର ଭାବେ ନିଯୁକ୍ତିକୁ ବିରୋଧ କରାଯାଇଥିଲା ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ପ୍ରଭାରୀ ଅଫିସର ମାନଙ୍କ ମଧ୍ୟରୁ ଅଧିକାଂଶ ଓଡିଶା କ୍ୟାଡରର ବରିÂ ପ୍ରଶାସନିକ ସେବା ଅଧିକାରୀ ଓ ସେମାନଙ୍କର ଓଡିଶାର ସ୍ଥିତି ତଥା ସଂପୃକ୍ତ ଜିଲ୍ଲା ମାନଙ୍କ ସମ୍ପର୍କରେ ପୁରୁଣା ଅନୁଭବ ରହିଛି । ଏହା ସହ ଏହି ଅଫିସର ମାନେ ସ୍ୱତନ୍ତ୍ର ଭାବେ ନୁହେଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ, ରାଜ୍ୟର ସଚିବସ୍ତରୀୟ ଅଧିକାରୀଙ୍କ ସଦସ୍ୟ ସଚିବ ସଦସ୍ୟ ଭାବେ ସମନ୍ୱୟରେ ତଥା ସଂପୃକ୍ତ ଜିଲ୍ଲାପାଳଙ୍କ କ୍ରିୟାନ୍ୱୟନରେ ବିକାଶରେ ସମନ୍ୱୟ ପାଇ ହିଁ ମୋଦି ଏପରି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବିକାଶର ମାପଦଣ୍ଡରେ ଆଗକୁ ବଢିବାକୁ ଚାହୁଁଥିବା ଜିଲ୍ଲା ତଥା ବାମପନ୍ଥୀ ଉଗ୍ରବାଦର ଶୀକାର ଜିଲ୍ଲା ମାନଙ୍କର ବିକାଶମୂଳକ ସମସ୍ତ ପରିସଂଖ୍ୟାନ ରାଜ୍ୟ ସରକାରଙ୍କର ଦ୍ୱାରା ଅନୁମୋଦିତ ତଥ୍ୟ । ସମସ୍ତ କାମ ରାଜ୍ୟ ପ୍ରଶାସନର ମୁଖ୍ୟଙ୍କ ଅଧ୍ୟକ୍ଷତାରେ ହେବ । ଓଡିଶା କ୍ୟାଡରର ବରିÂ ଅଧିକାରୀ ମାନେ ଦିଲ୍ଲୀରୁ ଆସି କେନ୍ଦ୍ର ସରକାରଙ୍କ ଭାଗରେ ଥିବା ଆବଶ୍ୟକୀୟ ସହଯୋଗ ଯୋଗାଇବାରେ କେବଳ ସହାୟତା କରିବେ ।
ଏପରି ପରିସ୍ଥିତିରେ ରାଜ୍ୟ ସରକାରଙ୍କର ବିରୋଧ ତଥ୍ୟ ଆଧାରିତ ନୁହେଁ , ରାଜନୈତିକ ଉଦେ୍ଧଶ୍ୟ ରଖି ଓଡିଶା ଆକାଂକ୍ଷା ସମ୍ପନ୍ନ ଜିଲ୍ଲାକୁ ବିକାଶରୁ ବଂଚିତ କରିବା ଭଳି କାମ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାର ଦାୟିତ୍ୱ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରେÂ ପ୍ରଶାସକର ପଦ କେବଳ ଅଳଙ୍କୃତ କଲେ ହେବ ନାହିଁ ରାଜ୍ୟର ଲୋକ ମାନଙ୍କ ପ୍ରତି ଦାୟିତ୍ୱ ନେବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା, ଦିଲୀପ ମହାନ୍ତି ଏବଂ ଗୋଲକ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!