ମହାନଦୀ ପ୍ରସଙ୍ଗରେ ବିଜେପି-ବିଜେଡ଼ି ରାଜ୍ୟବାସୀଙ୍କ ସାଙ୍ଗରେ ମହାପ୍ରତାରଣା କରିଛନ୍ତି: ପ୍ରସାଦ

DKM_4058 ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଉଭୟ ବିଜେଡ଼ି-ବିଜେପି ଓଡ଼ିଶାର ଜନସାଧାରଣଙ୍କ ସହ ପ୍ରତାରଣା କରିବାକୁ ସୁଖ ମଣୁଛନ୍ତି । ଉଭୟ ଦଳର ବିବାଦର ସମାଧାନ ଦିଗରେ ସାମାନ୍ୟତମ ଆନ୍ତରିକତା ନଥିଲାବେଳେ କେବଳ ଶସ୍ତା ରାଜନୈତିକ ଫାଇଦା ପାଇବା ଦିଗରେ ଉଦ୍ୟମରତ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । କେନ୍ଦ୍ର ବିଜେପି ଛତିଶଗଡ଼ ସରକାରର ସ୍ୱାର୍ଥକୁ ପ୍ରାଥମିକତା ଦେଉଥିଲାବେଳେ ରାଜ୍ୟ ବିଜେଡ଼ି ଏହି ପ୍ରସଙ୍ଗକୁ ଦୀର୍ଘବର୍ଷ ଧରି ଅବହେଳା କରି•ଲିଛି । ଛତିଶଗଡ଼ ସରକାର ରାଜ୍ୟ ବିଜେଡ଼ି ସରକାରର ସଂପୂର୍ଣ୍ଣ ଗୋଚରରେ ମହାନଦୀର ଉପର ମୁଣ୍ଡରେ ବନ୍ଧ ଓ ବ୍ୟାରେଜ ପ୍ରକଳ୍ପମାନ ପ୍ରତିÂା କରି•ଲିଛନ୍ତି ଯାହାର ପରିଣାମ ହେଉଛି ଗତବର୍ଷ ଏହି ସମୟରେ ଓଡ଼ିଶାପଟର ମହାନଦୀରେ ଯେତିକ ଜଳ ପ୍ରବାହିତ ହୋଇଥିଲା ଏହିବର୍ଷ ସେହି ଜଳପ୍ରବାହରେ ଶତକଡ଼ା ୪୦ପ୍ରତିଶତ କମିଯାଇଛି । ଯାହାଦ୍ୱାରା ଓଡ଼ିଶାବାସୀଙ୍କର ଜୀବନଜୀବିକା ପ୍ରତି ବିପଦ ସୃଷ୍ଟି ହୋଇଛି ଏବଂ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହୋଇ •ଷକାମ ଉଜୁଡ଼ି ଯିବ ଓ ପାନୀୟଜଳର ଘୋର ସଂକଟ ଦେଖାହେବ । କେନ୍ଦ୍ର ସରକାର ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବୁ୍ୟନାଲ ଗଠନ କରିବା ଦିଗରେ ଲୁଚକାଳି ଖେଳୁଛି । ପୂର୍ବରୁ ମନାକରି ଏବେ ଟ୍ରିବୁ୍ୟନାଲ ଗଠନପାଇଁ ସମ୍ମତି ଜଣାଛନ୍ତି, ହେଲେ ନୂଆ ଅଧିନୀୟମ ଅନୁସାରେ ଏହା ହେବବୋଲି କେନ୍ଦ୍ର ଜଳସଂପଦ ମନ୍ତ୍ରୀ ପ୍ରକାଶ କରିଛନ୍ତି । ନୂଆ ଅଧିନୀୟମ ଅନୁଯାୟୀ ଟ୍ରିବୁ୍ୟନାଲ ଗଠନହେଲେ ତାହା ଓଡ଼ିଶାର ସ୍ୱାର୍ଥକୁ ବଳିପକାଇବା ଜଳ ଜଳ ହୋଇ ଦେଖାଯାଉଛି । ସେପ୍ଟେମ୍ବର ୨୦୧୬ରେ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଅଧ୍ୟକ୍ଷତାରେ ଓଡିଶା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦିଲ୍ଳୀଠାରେ ଆଲୋଚନା ହୋଇ •ରୋଟି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ଡ. ଅମରଜିତ ସିଂଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର କମିଟି ଗଠନ ହେବାର ଥିଲା ଏହି କମିଟି ଛତିଶଗଡ଼ ଏବଂ ଓଡ଼ିଶାରେ ମହାନଦୀ ଉପରେ ହୋଇଥିବା ବନ୍ଧ ଏବଂ ବ୍ୟାରେଜ ନିର୍ମାଣ ସଂପର୍କିତ ବିଭିନ୍ନ ବିଭାଗର ଟେକ୍ନିକାଲ ଆଡଭାଇଜରୀ କମିଟି ଗୁଡ଼ିକର ଅନୁମୋଦନ ସଂପର୍କରେ ଅନୁଧ୍ୟାନ କରି ଗୋଟିଏ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାର ଥିଲା । ସେହିପରି ରୁର୍କିର ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ ହାଇଡ୍ରୋଲୋଜି ମହାନଦୀ ମିଳୁଥିବା ଜଳର ପରିମାଣ ସଂପର୍କରେ ଏକ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରିବାର ଥିଲାବେଳେ ଛତିଶଗଡ଼ ଏବଂ ଓଡ଼ିଶାର ବିଭିନ୍ନ ବିଭାଗର ବିଶେଷଜ୍ଞମାନଙ୍କୁ ନେଇ ଏକ ଏକସ୍ପର୍ଟ କମିଟି ଗଠନ କରିବାର ନିଷ୍ପତ୍ତି ହୋଇଥିଲା । ମାତ୍ର ଏସବୁ ନିଷ୍ପତ୍ତି ନିଷ୍ପତ୍ତିରେ ରହିଗଲା । ତେଣୁ ଉଭୟ ବିଜେପି-ବିଜେଡ଼ି ଓଡ଼ିଶାବାସୀଙ୍କୁ ମହାନଦୀ ପ୍ରସଙ୍ଗରେ ଅନ୍ଧାରରେ ରଖି ନିଜ ନିଜ ଦଳର ସ୍ୱାର୍ଥ ସାଧନର ସଂକୀର୍ଣ୍ଣତା ମଧ୍ୟରେ ରହିଛନ୍ତି । କଂଗ୍ରେସ ଦଳ ଏହି ଘଟଣାରେ ଚୁପ୍ ହୋଇ ବସିବ ନାହିଁ । ପ୍ରଧାନମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଛତିଶଗଡ଼ ସରକାର ମହାନଦୀର ଉପର ମୁଣ୍ଡରେ ବନ୍ଧ ଓ ବ୍ୟାରେଜ ନିର୍ମାଣ କାର୍ଯ୍ୟ ବନ୍ଦ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି । ଅତୀତରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ସଫଳତାର ସହ ଓଡ଼ିଶା ବନ୍ଦ କରାଯାଇଛି ଏବଂ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଏବଂ ଆନେ୍ଦାଳନ କରାଯାଇଛି । ମହାନଦୀ ପ୍ରସଙ୍ଗରେ ଆଗାମୀ ଦିନରେ ଆହୁରି ଆନେ୍ଦାଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଡ. ଲଲାଟେନ୍ଦୁ ମହାପାତ୍ର, ଡ.ଯୁଧିÂୀର ଜେନା, ସୌଗତ ମହାନ୍ତି ଏବଂ ହେମନ୍ତ ପଣ୍ଡା ଉପସ୍ଥିତ ଥିଲେ ।

Share in top social networks!