ମହାନଦୀ ପ୍ରସଙ୍ଗରେ ବିଜେଡିକୁ ବିଜେପିର ପାଲଟା ପ୍ରଶ୍ନ ଚାଷୀଙ୍କ ପାଇଁ ନୁହେଁ ରାଜନୈତିକ ଉଦେ୍ଧଶ୍ୟ ସାଧନ ପାଇଁ ମହାନଦୀକୁ ବିଜେଡି ପ୍ରସଙ୍ଗ କରୁଛି : ବିଜେପି

 “ଟ୍ରିବ୍ୟୁନାଲ ହିଁ ସବୁ ସମସ୍ୟାର ସମାଧାନ” ବିଜେଡିର ଯୁକ୍ତିକୁ ଅଗ୍ରାହ୍ୟ
 କେନ୍ଦ୍ର ସରକାର ବା କୌଣସି ଟ୍ରିବ୍ୟୁନାଲ ଗୋଟିଏ ବି ବନ୍ଧ ନିର୍ମାଣ ବନ୍ଦ କରିବାକୁ ନିର୍ଦେଶ ଦେଇଥିବାର ଉଦାହରଣ ବିଜେଡି ଦେବ କି ?
 ରାବୀ, ବ୍ୟାସ ଓ କାବେରୀ ମାମଲାରେ ଟ୍ରିବ୍ୟୁନାଲ ୨୭ରୁ ୩୦ ବର୍ଷ ପରେ ବି କରି ପାରି ନାହିଁ ନିଷ୍ପତି
 ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଜଳବିବାଦ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଏକକ ଟ୍ରିବୁ୍ୟନାଲ ଆଇନ ସ୍ୱାଗତଯୋଗ୍ୟ
 ଓଡିଶାର ହୀରାକୁଦ ଓ ସମଲ ବ୍ୟାରେଜର ଚାଷୀଙ୍କ ପାଇଁ ଉଦ୍ଧିଷ୍ଟ ପାଣି କେତେ ମାତ୍ରାରେ ଶିଳ୍ପ ସଂସ୍ଥାକୁ ଟେକି ଦିଆ ଯାଇଛି, ତାର ହିସାବ ରାଜ୍ୟ ସରକାର ଦେବେ କି ?
 ହୀରାକୁଦର ତଳ ମୁଣ୍ଡର ତେଲ, ଇବ ଓ ହାତୀରୁ ମୁହାଣ ପର୍ଯ୍ୟନ୍ତ ସମୁଦ୍ରକୁ ଚାଲି ଯାଉଥିବା ପାଣିର ସୁବିନିଯୋଗ କରିବା ପାଇଁ ୧୮ ବର୍ଷରେ କଣ କରିଛନ୍ତି ?
 କିଏ ସତ କହୁଛନ୍ତି ? ପ୍ରେସ ମିଟରେ ଦେବୀ ମିଶ୍ର ନା ବିଧାନସଭାରେ ମୁଖ୍ୟମନ୍ତ୍ରୀ !
PR_PIX_Mahanadi_06-01-2018

ଓଡିଆ ଚାଷୀଙ୍କ ଚାଷ ପାଇଁ ଜଳ ସେଚନର ଆବଶ୍ୟକତା ମେଂଟାଇବା ପାଇଁ ନୁହେଁ, ବରଂ କେବଳ ରାଜନୈତିକ ଉଦେ୍ଧଶ୍ୟ ସାଧନ ପାଇଁ ମହାନଦୀକୁ ବିଜେଡି ପ୍ରସଙ୍ଗ କରୁଛି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ତକ୍ରାଳୀନ ଜଳସଂପଦ କେନ୍ଦ୍ରମନ୍ତ୍ରୀ ସୁଶ୍ରୀ ଉମା ଭାରତୀ ଓ ବର୍ତମାନର ଜଳସଂପଦ କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ କେହି ବି ଟ୍ରିବ୍ୟୁନାଲ ଗଠନକୁ ବିରୋଧ କରି ନାହାନ୍ତି । ଶ୍ରୀ ଗଡକରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମହାନଦୀ ବିବାଦର ସମାଧାନ ପାଇଁ ଆପୋଷ ବୁଝାମଣା କରିବାକୁ ପରାମର୍ଶ ଦେଇଛନ୍ତି । ପୂର୍ବରୁ ଜଳ ବିବାଦ ପ୍ରସଙ୍ଗରେ ୮ ଟି ଟ୍ରିବ୍ୟୁନାଲ ଗଠନ ହୋଇଥିବାବେଳେ ମାତ୍ର ୩ ଟି ରାୟକୁ ଉଭୟ ପକ୍ଷ ଗ୍ରହଣ କରିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଟ୍ରିବୁ୍ୟନାଲ ଗଠନ ସବୁ ସମସ୍ୟାର ସମାଧାନ ନୁହେଁ । ଅନ୍ୟପକ୍ଷରେ ଟ୍ରିବ୍ୟୁନାଲ ଗଠନ ହେଲେ ଛତିଶଗଡରେ ନିର୍ମାଣାଧୀନ ବନ୍ଧ ବନ୍ଦ ହେବ ବୋଲି ଓଡିଶା ସରକାର ଯେଉଁ ଯୁକ୍ତି ରଖିଛନ୍ତି ତାହା ସଂପୂର୍ଣ୍ଣ ଅଯୌକ୍ତିକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଜଳ ବିବାଦ ଇତିହାସରେ ଆନ୍ତ ରାଜ୍ୟ ଜଳ ବିବାଦ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ବା ଟ୍ରିବ୍ୟୁନାଲ କୌଣସି ବି ରାଜ୍ୟରେ ଗୋଟିଏ ନିର୍ମାଣାଧୀନ ବନ୍ଧକୁ ବନ୍ଦ କରିବାକୁ ନିର୍ଦେଶ ଦେବାର ଉଦାହରଣ ଦେଉ ବୋଲି ଶ୍ରୀ ମହାନ୍ତି ବିଜେଡିକୁ ଆହ୍ୱାନ ଦେଇଛନ୍ତି ।
(ପୃÂା: ୧/୨)

ଅପର ପକ୍ଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ ସଂସଦରେ ସ୍ପଷ୍ଟ କରିଛନ୍ତି ଯେ ରାବି, ବ୍ୟାସ ଓ କାବେରୀ ଜଳ ବିବାଦରେ ଟ୍ରିବ୍ୟୁନାଲ ୨୭-୩୦ ବର୍ଷ ଧରି ହେଲାଣି ନିଷ୍ପତି ନେବାରେ ବିଫଳ ହୋଇଛନ୍ତି । ଯେହେତୁ ବର୍ତମାନ ଟ୍ରିବ୍ୟୁନାଲ ଆଇନରେ ସମୟ ସୀମା ନାହିଁ ଗଠିତ ଟ୍ରିବ୍ୟୁନାଲ ଗୁଡିକରେ ନ୍ୟାୟ ଲମ୍ବା ସମୟ ଧରି ପଡି ରହୁଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ନିଷ୍ପତି ପାଇଁ ଖୁବ ଶୀଘ୍ର ନିୟମ ଆଣିବାକୁ ଯାଉଥିବାରୁ ମହାନଦୀ ଟ୍ରିବ୍ୟୁନାଲ ଗଠନ କରାଯାଇ ନାହିଁ । ଯଦି ବି ଟ୍ରିବ୍ୟୁନାଲ ଗଠନର ପ୍ରକ୍ରିୟା ଆରମ୍ଭ କରାଯିବ ନୂଆ ଏକକ ଟ୍ରିବ୍ୟୁନାଲର ନିୟମ ଆସିଲେ ମହାନଦୀ ଟ୍ରିବ୍ୟୁନାଲକୁ ସେଥିରେ ସାମିଲ କରାଯାଇ ନୂଆ ଟ୍ରିବ୍ୟୁନାଲର ଅଙ୍ଗ କରାଯିବ ।
ଅନ୍ୟକୁ ଦୋଷ ଦେଉଥିବା ଏବଂ ଚାଷୀ ହକ୍ର ବିରୋଧୀ ବିଜେଡି ସରକାର ହୀରାକୁଦ ଓ ସମଲ ବ୍ୟାରେଜରୁ ଚାଷୀଙ୍କ ପାଇଁ ଉଦ୍ଧିଷ୍ଟ ଜଳରୁ କେତେ ଜଳ ଶିଳ୍ପ ସଂସ୍ଥା ମାନଙ୍କ ହାତରେ ଟେକି ଦେଇଛି ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।
ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ଯେ, ହୀରାକୁଦର ତଳ ମୁଣ୍ଡରେ ତେଲ, ଇବ ଓ ହାତୀ ଆଦି ନଦୀରୁ ଆରମ୍ଭ କରି ତଳମୁଣ୍ଡରେ କାଠଯୋଡି, ଦେବୀ ଓ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ଲମ୍ବିଥିବା ବିଭିନ୍ନ ଶାଖା ନଦୀ ଗୁଡିକରେ ବର୍ଷା ଦିନେ ସମୁଦ୍ରକୁ ବହିଯାଉଥିବା ପାଣିକୁ ସୁବିନିଯୋଗ କରି ଅଣ ମୈାସୁମୀ ସମୟରେ ଚାଷୀଙ୍କ କାମରେ ଲଗାଇବା ପାଇଁ କଣ ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ? ଗତ ବିଧାନସଭା ଅଧିବେସନ ସମୟରେ ମହାନଦୀର ୫୩ ପ୍ରତିଶତ ପାଣି ସମୁଦ୍ରକୁ ବହି ଯାଉଥିବା ଖୋଦ ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ନଦୀରେ ୪୭ ପ୍ରତିଶତ ଜଳ ପ୍ରବାହିତ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଏବଂ ଅନ୍ୟପଟେ ଆଜି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ମିଶ୍ର ନଦୀ ଜଳ ଶୁଖିବା ନେଇ ଅଭିଯୋଗରୁ ସ୍ପଷ୍ଟ ଜଣାପଡୁଛ କି, ଉଭୟ ମିଥ୍ୟା ତଥ୍ୟ ରଖି ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି । ସେମାନଙ୍କ ମଧ୍ୟରୁ କିଏ ସତ କହୁଛନ୍ତି ତାହା ଆଗ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି ।
ଏହି ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!