ଧାନ ବିକ୍ରୀ ଓ ଅନ୍ୟାନ୍ୟ ସମସ୍ୟା ପ୍ରସଙ୍ଗରେ ବିଜେପି କୃଷକ ମୋର୍ଚା ତରଫରୁ ଜାନୁଆରୀ ୮ରେ ଅନୁÂିତ ହେବ ଚାଷୀ ପ୍ରତିନିଧି ସଭା

ଧାନ ବିକ୍ରୀ ସମୟରେ ସାଧାରଣ ଓଡିଆ ଚାଷୀର ଦୁଃଖ ଯନ୍ତ୍ରଣା ସୀମା ଲଂଘନ କରିଛି । ଧାନ ବିକ୍ରୀ ନେଇ ଚାଷୀ ମାନଙ୍କର ଦୁଃଖ କଷ୍ଟ ଓ ଏହାର ନିରାକରଣ ପାଇଁ ଆଗାମୀ ପଦକ୍ଷେପ ସମ୍ବନ୍ଧରେ ବିଶଦ ଆଲୋଚନା ପାଇଁ ରାଜ୍ୟ ଚାଷୀ ସଭା ଆଗାମୀ ଜାନୁଆରୀ ୮ ରେ ଅନୁÂିତ ହେବ । ବିଜେପି କୃଷକ ମୋର୍ଚା ତରଫରୁ ସଂଯୋଜନା କରାଯାଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର କୃଷକ ପ୍ରତିନିଧିମାନେ ଯୋଗ ଦେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି କୃଷକ ମୋର୍ଚାର ରାଜ୍ୟ ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ସୂଚନା ଦେଇଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ୧୫୫୦ ଟଙ୍କା ଘୋଷଣା ସତ୍ୱେ ଓଡିଶାର ଚାଷୀଙ୍କୁ ୮ ଶହ ଟଙ୍କାରୁ ୧୨ ଶହ ଟଙ୍କାରେ ଧାନ ବିକ୍ରୀ କରିବା ଭଳି ମର୍ମନ୍ତୁଦ ଘଟଣା ଚାଷୀ ମାନଙ୍କୁ ହତାଶ କରୁଛି । ଚାଷୀ ମାନଙ୍କ ବଦଳରେ ବିଜେଡି ସରକାରର ଛତ୍ରଛାୟା ତଳେ ଥିବା ବ୍ୟବସାୟୀ, ମିଲରଙ୍କ ମଧୁ ଚନ୍ଦ୍ରିକାରେ ଚାଷୀ ସ୍ୱାର୍ଥ ବ୍ୟାହତ ହେଉଛି । ଏଫଏକ୍ୟୁ ନାମରେ ଚାଷୀକୁ ଶୋଷଣ କରାଯାଉଛି ।
ଧାନ ବିକ୍ରୟ ଓ ମୂଲ୍ୟ ସମ୍ପର୍କରେ ଆସନ୍ତା ୮ ତାରିଖ ଦିନ ପ୍ରସ୍ତାବିତ ଚାଷୀ ସଭାରେ ଚାଷୀମାନେ ସେମାନଙ୍କ ଅଙ୍ଗେ ନିଭା କାହାଣୀ ଉପସ୍ଥାପିତ କରିବେ । ଚାଷୀମାନଙ୍କ ପ୍ରତ୍ୟକ୍ଷ ସମସ୍ୟା ଆଧାରରେ ଚାଷୀମାନେ ଏକ ପ୍ରସ୍ତାବ ପାରିତ କରିବେ । ନିର୍ଦିଷ୍ଟ ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ ଓ ମଣ୍ଡି ମାନଙ୍କରେ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ସମସ୍ତ ସୁବିଧା ସୁଯୋଗ ସହ ଚାଷୀ ମାନେ ଯେପରି ସେମାନଙ୍କର ବହୁ କଷ୍ଟରେ ଅମଳ କରିଥିବା ଧାନକୁ ବିକ୍ରୀ କରି ପାରିବେ ସେଥିପାଇଁ ଆନେ୍ଦାଳନ ସମ୍ପର୍କରେ ଆଲୋଚନା କରି ନିର୍ଦିଷ୍ଟ ଆନେ୍ଦାଳନର ରୂପ ରେଖର ଘୋଷଣା କରିବେ ।
ବିଜେପି କୃଷକ ମୋର୍ଚା ରାଜ୍ୟ ସଭାପତି ଶିବାଜୀ ମହାନ୍ତି, ମୋର୍ଚାର ରାଷ୍ଟ୍ରୀୟ ଉପ ସଭାପତି ମହେଶ୍ୱର ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ସମୀର ପାତ୍ର ଓ ସେ ନିଜେ ୮ଟି ଜିଲ୍ଲାର ୧୫ଟି ମଣ୍ଡିର ସରଜମିନ ତଦନ୍ତ କରିବା ସହ ଚାଷୀମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଥିବା ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି ।
ରାଜ୍ୟର ବିଜେଡି ସରକାର ଚାଷୀ ମାନଙ୍କ ଧାନ ବିକ୍ରୟ ନେଇ ସ୍ୱାର୍ଥ ରକ୍ଷା କରିବା ବଦଳରେ ରାଜ୍ୟବାସୀଙ୍କ ସାମନାରେ ମିଛ ଡ୍ରାମା କରି ଚାଷୀଙ୍କ ସ୍ୱାର୍ଥକୁ ଚାପି ଦେଉଥିବା ପରିପ୍ରେକ୍ଷୀରେ ପ୍ରସ୍ତାବିତ ଚାଷୀ ସଭାରେ ରାଜ୍ୟ ସରକାରଙ୍କ ଠାରୁ କଡା ଗଣ୍ଡା ଜବାବ ମଗାଯିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏହି ଅବସରରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି, ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ପ୍ରବକ୍ତା ଗୋଲକ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME