ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ

ରାଜ୍ୟରେ ପାର୍ଟିର ସାଂଗଠନିଳ କାର୍ଯ୍ୟକଳାପର ସମୀକ୍ଷା କରିବା ପାଇଁ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ ଓଡିଶା ଆସୁଛନ୍ତି । ଶ୍ରୀ ସିଂହ ଆସନ୍ତା କାଲି ରାତିରେ ଭୂବନେଶ୍ୱର ପହଂଚିବେ । ୮ ତାରିଖରେ ଶ୍ରୀ ସିଂହ ରାଜ୍ୟ କାର୍ଯାଳୟଠାରେ ସଂସଦୀୟ କ୍ଷେତ୍ର ପ୍ରମୁଖ, ରାଜ୍ୟ ପଦାଧିକାରୀଙ୍କ ବୈଠକରେ ଯୋଗ ଦେବେ । ସେହିପରି ୯ ତାରିଖରେ ବିଭିନ୍ନ ବୈଠକରେ ଯୋଗ ଦେଇ ଶ୍ରୀ ସିଂହ ପାର୍ଟିର ସ୍ଥିତି ଏବଂ କାର୍ଯ୍ୟକଳାପର ସମ୍ପର୍କରେ ପ୍ରମୁଖ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କ ସହ ବିସ୍ତୃତ ଆଲୋଚନା କରିବେ । ଶ୍ରୀ ସିଂହ ୯ ତାରିଖ ଅପରାହ୍ନରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ପ୍ରବକ୍ତା ଶ୍ରୀ ଦିଲୀପ ମହାନ୍ତି ସୁଚନା ଦେଇଛନ୍ତି ।

Share in top social networks!