ଯୋଗ ଦ୍ୱାରା ଏକ ରୋଗମୁକ୍ତ ସମାଜ ଗଠନ ସମ୍ଭବ

838d5a6e-1293-44d6-af83-9e9b8b130452ରାଜ୍ୟ ଯୋଗ ମହୋତ୍ସବ ସମିତି ତରଫରୁ ନିଳାଦ୍ରି ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଏକ ଯୋଗ ପ୍ରଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁÂିତ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥୀ ଭାବେ ସ୍ୱାମୀ ଶ୍ରୀ ସଦାନନ୍ଦ ସରସ୍ୱତୀ ମହାରାଜ ଓ ସ୍ୱାମୀ ଶ୍ରୀ ପ୍ରାଣ ରୂପା ନନ୍ଦ ଜୀ ଯୋଗଦେଇ ଯୋଗ ଓ ଆସନର ଉପକାରିତା ସଂର୍ପକରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଛନ୍ତି । ଶିଶୁ ବିଦ୍ୟାମନ୍ଦିର ପରିସରରେ ଅପରାହ୍ନରେ ଶହଶହ ଛାତ୍ରଛାତ୍ରୀ ଏକାଠି ହୋଇ ସମୂହ ଯୋଗାଭ୍ୟାସ କରିଛନ୍ତି । ଯୋଗାଭ୍ୟାସ ମାଧ୍ୟମରେ କିପରି ଛାତ୍ରଛାତ୍ରୀମାନେ ନିରୋଗ ରହି ପାରିବେ ଏବଂ ପ୍ରତ୍ୟକଦିନ ପ୍ରାଣାୟମ, ଆସନ ଆଦି କରି ଏକ ରୋଗମୁକ୍ତ ସମାଜ ଗଠନ କରିବା ଏହି ପ୍ରଶିକ୍ଷଣ ଶିବିରର ମୁଖ୍ୟ ଉଦେ୍ଧଶ୍ୟ । ଏହି ପ୍ରଶିକ୍ଷଣ ଶିବିର ଶନିବାର ଓ ରବିବାର ଦୁଇ ଦିନ ଧରି ଚାଲିବ ।

Share in top social networks!