ବାଲୁକା କଳାରେ ତାମିଲ ମହାକବି Thiruvalluvar ଶ୍ରଦ୍ଧାଞ୍ଜଳି

IMG-20180106-WA0007ତାମିଲ ମହାକବି Thiruvalluvarଙ୍କ ସମ୍ମାନାର୍ଥେ ଆଜି ଅପରାହ୍ନରେ ପୁରୀ ସମୁଦ୍ର ବେଳାଭୂମିରେ
ବାଲୁକା କଳା ସମର୍ପିତ ହୋଇଛି । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ
ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ଏହି କଳାକୃତି ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିଛି । ଥ#ରୁଭଲ୍ଲ&ୁଭରଙ୍କ ରଚିତ
ମହାକାବ୍ୟ “ଥ#ରୁMୁରଲ’ ଅତ୍ୟନ୍ତ ପ୍ରସିଦ୍ଧ ।
ଆଜି ଅପରାହ୍ନରେ ଓଡ଼ିଶାର ଆକାଉଣ୍ଟାଣ୍ଟ ଜେନେରାଲ ଆର୍.ଅମ୍ବଳଭନନ୍ ଏହି କଳାକୃତିକୁ
ଲୋକାର୍ପିତ କରିଛନ୍ତି । ଓଡ଼ିଶା ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ନୀତିନ୍ ଭାନୁଦାସ ଜଓ୍ୱାଲେ ସମ୍ମାନିତ
ଅତିଥ#ଭାବରେ ଉପସ୍ଥିତ ରହି ଆୟୋଜକମାନଙ୍କ ଉଦ୍ୟମକୁ ଭୂୟଂସୀ ପ୍ରଶଂସା କରିଛନ୍ତି । ଉଭୟ ଅତିଥ#
ତାମିଲ ମହାକବି ଥ#ରୁଭଲ୍ଲ&ୁଭରଙ୍କ ଲେଖାରେ ସୁଖ, ଶାନ୍ତି ଓ ଆନନ୍ଦମୟ ଜୀବନ ତଥା ନୈତିକତାର
ବାର୍ତ୍ତା ପ୍ରଚାରିତ ହୋଇଛି ବୋଲି ଦର୍ଶାଇ ସଂପ୍ରୀତି, ସଦ୍ଭାବନା ଓ ସହାଭାଗୀତାର ପରିବେଶ ସୃଷ୍ଟିରେ
ତାଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ତାମିଲ ସଂଗମ
ସଭାପତି ଶ୍ରୀ ଏସ୍. ଦୁରାଇ ସ୍ୱାମୀ ଓ ସାଧାରଣ ସଂପାଦକ ଶ୍ରୀ ଟି.ବି.ଟି. ଅନ୍ସାରୀ ମଧ୍ୟ ଉପସ୍ଥିତ
ଥ#ଲୋ
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଥ#ରୁଭଲ୍ଲ&ୁଭର ଆଜିକୁ ପ୍ରାୟ ଦୁଇ ହଜାର ବର୍ଷତଳେ ରଚନା
କରିଥ#ବା ମହାକାବ୍ୟରେ ୧୩୩ଟି ଅଧ୍ୟାୟ ରହିଥ#ବାବେଳେ ପ୍ରତ୍ୟେକ ଅଧ୍ୟାୟ ୧୦ଟି ପଦ୍ୟ ସମ୍ବଳିତ
ଏବଂ ପ୍ରତି ପଦ୍ୟରେ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ବର୍ଣ୍ଣନା ରହିଛି । “ସୀମାତୀତ ଥ#ରୁMୁରଲ’ ମର୍ମରେ ଦେଶର
ପାଞ୍ଚୋଟି ସ୍ଥାନରେ ଏହିପରି ବାଲୁକା କଳା ପ୍ରଦର୍ଶିତ ହେବ ବୋଲି ସ୍ଥିର ହୋଇଛି । ଆୟୋଜକ
ସଂଗଠନ ତାମିଲ ସଂଗମ୍ ଆନୁକୂଲ୍ୟରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମ ପରେ ଅନୁରୂପ କାର୍ଯ୍ୟକ୍ରମ
ଆସନ୍ତା କାଲି ବିଶାଖାପାଟଣାରେ, ୧୫ ତାରିଖରେ ଥ#ରୁବନନ୍ତପୁରମ୍ରେ, ୧୬ ତାରିଖରେ ଚେନ୍ନାଇରେ
ଓ ୨୧ ତାରିଖରେ ଗୋଆରେ ଆୟୋଜନ କରାଯିବ ବୋଲି କୁହାଯାଇଛି । ଉପରୋକ୍ତ ସହରଗୁଡ଼ିକର
ସମୁଦ୍ର ବେଳାଭୂମିରେ ଏପରି ପ୍ରଦର୍ଶନ ହେବ ।

Share in top social networks!
Powered By Indic IME