ପୋଲାଭରମ ପ୍ରକଳ୍ପ: କେନ୍ଦ୍ରମନ୍ତ୍ରୀଙ୍କ ବକ୍ତବ୍ୟ ଓଡ଼ିଶା ଆଦିବାସୀଙ୍କ ବିଶ୍ୱାସ ପ୍ରତି କୁଠାରଘାତ

DSCN3011 ଗତକାଲି ରାଜ୍ୟସଭାରେ ମାନ୍ୟବର ଆଦିବାସୀ ବ୍ୟାପାର କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ବିବୃତି ଆମକୁ ଆଶ୍ଚର୍ଯ୍ୟ କରିଛି । ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡ଼ିଶାର କୌଣସି ଆଦିବାସୀ ପରିବାର ପ୍ରଭାବିତ ହେବେ ନାହିଁ କହିବା ଦୁର୍ଭାଗ୍ୟଜନକ । କେନ୍ଦ୍ର ସରକାରଙ୍କ ଦ୍ୱାରା ଏକତରଫା ଭାବେ ଆନ୍ଧ୍ର ସରକାରଙ୍କ ସ୍ୱାର୍ଥ ରକ୍ଷା କରାଯାଉଛି । ଓଡ଼ିଶା ପ୍ରତି ଅବିଚାର କରି ତାଙ୍କୁ ସବୁ ପ୍ରକାର ଆର୍ଥିକ ସହାୟତା ଦିଆଯାଉଛି । ଏଥିରୁ ଭାବନ୍ତୁ ଓଡ଼ିଶା ଆଦିବାସୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ମନୋଭାବ କିପରି ଅଛି । ପୋଲାଭରମ ପ୍ରକଳ୍ପ ମାମଲାରେ ଆମ ଲଢେ଼ଇ ଜାରି ରହିବ । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଚକ୍ରାନ୍ତ ଓଡ଼ିଶାବାସୀ ଭଲଭାବେ ବୁଝି ସାରିଛନ୍ତି । ପୋଲଭରମ ପ୍ରକଳ୍ପ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ମାଲକାନଗିରି ଜିଲ୍ଲାରେ ମୋଟୁ ତହସିଲର ୧୫ଟି ରାଜସ୍ୱ ଗ୍ରାମ ଓ ୧୦ଟି ପଡ଼ା ଗାଁ ଜଳମଗ୍ନ ହେବାକୁ ଯାଉଛି । ସମୁଦାୟ
୨୫ଟି ଗାଁର ୬୮୧୮ ଲୋକ ବିସ୍ଥାପିତ ହେବେ । ଏହି ବିସ୍ଥାପନ ଯୋଗୁଁ ୫୯୧୬ ଜଣ ଆଦିବାସୀ ଭିଟାମାଟି ହରାଇବେ ।

ଏଥିରେ ୭୬୫୬ ହେକ୍ଟର ଚାଷ ଓ ଜଙ୍ଗଲ ଜମି ବୁଡ଼ିଯିବ । ଏଭଳି ସ୍ଥଳେ ରାଜ୍ୟ ସଭାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଦେଇଥିବା ମନ୍ତବ୍ୟ ଓଡ଼ିଶାର ଆଦିବାସୀ
ଅଧୁ୍ୟସିତ ଅଞ୍ଚଳ ପ୍ରତି କେବଳ ଉପେକ୍ଷା ନୁହେଁ ଓଡ଼ିଶାବାସୀଙ୍କର ତାଙ୍କ ପ୍ରତି ଥିବା ବିଶ୍ୱାସର କୁଠାରଘାତ । ଓଡ଼ିଶାବାସୀଙ୍କ ବିଶ୍ୱାସରେ ବିଷ
ମିଳାଇଥିବା କେନ୍ଦ୍ରମନ୍ତ୍ରୀଙ୍କ ବକ୍ତବ୍ୟ ବିଜେପିର ଅସଲମୁଖା ଖୋଲି ଦେଇଛି ବୋଲି ବିଜେଡି କାର୍ଯ୍ୟାଳୟରେ ଅନୁÂିତ ହୋଇଥିବା ସାମ୍ବାଦିକ
ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ।

ସେ ପୁଣି କହିଥିଲେ ଯେ, ତତ୍‍କାଳୀନ ୟୁପିଏ ସରକାର ପୋଲାଭରମ ପ୍ରକଳ୍ପକୁ ମଞ୍ଜୁରୀ ଦେବା ପରେ ଏହାକୁ ବିରୋଧ କରି ଆମେ
ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲୁ । ପରେ ବିଧାନସଭାରେ ଏହା ବିରୋଧରେ ୨୦୧୪ ଜୁଲାଇ ୨୮ରେ ସର୍ବଦଳ ସମ୍ମତ ପ୍ରସ୍ତାବ ପାରିତ
ହୋଇଥିଲା । ଏହାସତ୍ତେ୍ୱ କେନ୍ଦ୍ର ସରକାର ଓଡ଼ିଶାର ଆଦିବାସୀଙ୍କ ପ୍ରତି ଅନ୍ୟାୟ କରିଚାଲିଛନ୍ତି । ଏନ୍‍ଡିଏ ସରକାର ଏହାକୁ ଜାତୀୟ ପ୍ରକଳ୍ପ
ଭାବେ କେଉଁ ନ୍ୟାୟରେ ଘୋଷଣା କରିଛନ୍ତି, ଜବାବ ଦିଅନ୍ତୁ । ମାନ୍ୟବର କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ପ୍ରତିନିଧିତ୍ୱ କରି ଓଡିÿଶା ଆଦିବାସୀଙ୍କ ବିରୋଧରେ
ବିବୃତ୍ତିମାନ ଦେଉଛନ୍ତି । ଓଡ଼ିଶାବାସୀ ତଥା ତାଙ୍କ ନିର୍ବାଚନ ମଣ୍ଡଳୀ ଲୋକେ ଯେଉଁ ଆଶା ଆକାଂକ୍ଷା ରଖି ତାଙ୍କୁ ଲୋକସଭାକୁ ପଠାଇଥିଲେ
ସେମାନଙ୍କ ବିଶ୍ୱାସ ପ୍ରତି ଏହା କୁଠାରଘାତ ସଦୃଶ ବୋଲି ବିଜୁ ଜନତା ଦଳ ସାଧାରଣ ସଂପାଦକ ସଂଜୟ ଦାସବର୍ମା ସ୍ପଷ୍ଟ କରିଛନ୍ତି ।

ଓଡ଼ିଶା ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରମେଶ ମାଝି କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ କରି କହିଛନ୍ତି ଯେ, ପୋଲାଭରମ ପ୍ରକଳ୍ପ ଦ୍ୱାରା
ଜଣେ ବି ଆଦିବାସୀ କ୍ଷତିଗ୍ରସ୍ତ ହେବେନାହିଁ କହିବା ଦୁର୍ଭାଗ୍ୟଜନକ । ଏହି ପ୍ରକଳ୍ପ ହେଲେ ମୋଟୁ ଅଞ୍ଚଳ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେବ । ଏଭଳି
ମନ୍ତବ୍ୟ ଦେଇ ନିଜେ ଆଦିବାସୀ ହେଇଥିଲେ ବି ଜୁଏଲ ସେମାନଙ୍କ ସୁରକ୍ଷା ପ୍ରତି ଆଖିବୁଜି ଦେଇଛନ୍ତି । ମାତ୍ର ବିଜେଡି ଆଦିବାସୀଙ୍କ ସହ ରହିଛି,
ରହିବ ଓ ରହିଥିବ । ଆଦିବାସୀଙ୍କ ବିସ୍ଥାପନ ଏବଂ ସେମାନଙ୍କ ଜଙ୍ଗଲ ଜମିର ସୁରକ୍ଷା ଉପରେ କେନ୍ଦ୍ର ସରକାର କାର୍ଯ୍ୟ କରିବା ଦରକାର ।
ସେହିପରି ବିଜୁ ଜନତା ଦଳର ମୁଖପାତ୍ର ସସ୍ମିତ ପାତ୍ର କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ମନ୍ତବ୍ୟ ଓଡ଼ିଶା ଆଦିବାସୀଙ୍କ ଅନୁକୁଳ ନୁହେଁ ବୋଲି କହିବା
ସହ କେନ୍ଦ୍ର ସରକାର କେଉଁ ନିୟମ ଆଧାରରେ ପୋଲାଭରମ ପ୍ରକଳ୍ପ କାର୍ଯ୍ୟକାରି କରୁଛନ୍ତି ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ଜାତି ଜନଜାତି
ଅଞ୍ଚଳରେ ଏଭଳି ପ୍ରକଳ୍ପ କରାଗଲେ ପ୍ରଥମେ ଗ୍ରାମସଭା, ପଲ୍ଲିସଭା ଆଦି କରାଯିବା କଥା, ପରିବେଶ ବିଭାଗ, ଆଦିବାସୀ ଉନ୍ନୟନ ବିଭାଗ
ଆଦି ପକ୍ଷରୁ ମଞ୍ଜୁରୀ ନେବାକଥା । ମାତ୍ର କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶ ପ୍ରତି ଅତିମାତ୍ରାରେ ସହାନୁଭୁତିଶୀଳ ହୋଇ ଏସବୁ ଆଇନର ଉଲ୍ଲଙ୍ଘନ
କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଏତେ ପ୍ରକାର ଆଇନର ଉଲ୍ଲଙ୍ଘନ କରାଯାଇ କିପରି ଏଭଳି ଏକ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଏହା
ଭାରତୀୟ ଜନତା ପାର୍ଟିର ଓଡ଼ିଶା ମାରଣ ନୀତିର ଏକ ଜ୍ୱଳନ୍ତ ଉଦାହରଣ ନୁହେଁକି? ବିଜେଡି, ବିଜେପିର ଏ ଚକ୍ରାନ୍ତକୁ ପଣ୍ଡ କରିଦେବ ବୋଲି
ବିଜୁ ଜନତା ଦଳର ମୁଖପାତ୍ର ଡ.ସସ୍ମିତ ପାତ୍ର ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ
ଉପସ୍ଥିତ ଥିଲେ ।

Share in top social networks!