ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବୀ ଜଣାନ୍ତୁ : ବିଜେପି

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କେବଳ ଓଡିଶାର ପ୍ରସଂଗ ନୁହେଁ । ଓଡିଶା ବ୍ୟତୀତ ଅନେକ ରାଜ୍ୟ ମଧ୍ୟ ଧାନ ଉପôାଦନ କରୁଛନ୍ତି । ଚାଷୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଅନ୍ୟ ପ୍ରମୁଖ ଧାନ ଉପôାଦନକାରୀ ରାଜ୍ୟମାନଙ୍କ ସହ ଆଲୋଚନା କରି ଓଡିଶା ସରକାର କେନ୍ଦ୍ର ସରକାରକୁ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରସ୍ତାବ ଦେବା ଉଚିତ୍ । ଏଭଳି ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ବାରମ୍ବାର ଦେବା ସତ୍ୱେ ମୁଖ୍ୟମନ୍ତ୍ରୀ କାହିଁକି ନିରବତା ଅବଲମ୍ବନ କରି ଏହି ପ୍ରସଙ୍ଗରେ ପଛଘୁଂଚା ଦେଉଛନ୍ତି ବୋଲି ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରଶ୍ନ କରିଛନ୍ତି । ଏପରିକି ସଦ୍ୟ ସମାପ୍ତ ବିଧାନସଭା ଅଧିବେସନରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସ୍ତାବ ପୁଣି ଥରେ ଦେଇଥିବାର ଶ୍ରୀ ସିଂହଦେଓ କହିଛନ୍ତି ।
ଶ୍ରୀ ସିଂହଦେଓ କହିଛନ୍ତି ଯେ, ଅତୀତରେ ଆଖୁ ଓ ଗହମ ଉପôାଦନକାରୀ ରାଜ୍ୟମାନେ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ନିକଟରେ ନିଜ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଦାବୀ କରି ସଫଳତା ଲାଭ କରିଛନ୍ତି । ତେଣୁ ସମସ୍ତ ପ୍ରମୁଖ ଧାନ ଉପôାଦନକାରୀ ରାଜ୍ୟମାନେ ମିଳିତ ଭାବେ କାହିଁକି କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ ଜଣାଉ ନାହାନ୍ତି ବୋଲି ଶ୍ରୀ ସିଂହଦେଓ ପ୍ରଶ୍ନ କରିଛନ୍ତି ।
ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ପାଇଁ କୈାଣସି ପଦକ୍ଷେପ ନ ନେଇ ଓଡିଶାରେ ତୁମ୍ବିତୁଫାନ କରି ସବୁ କ୍ଷେତ୍ରରେ କେବଳ କେନ୍ଦ୍ରକୁ ଦାୟୀ କରୁଛନ୍ତି । ଅନ୍ୟପଟେ ଧାନଚାଷୀମାନଙ୍କର ବୃହତ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ବିଜେପି ତରଫରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ନିଦା ପସ୍ତାବ ଦିଆଯାଇଥିଲା । ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ କୈାଣସି ପଦକ୍ଷେପ ନନେଇ ଚୁପ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।
ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବୀ ଜଣାଇବାକୁ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି ।

Share in top social networks!