NALCO ୩୮ତମ ପ୍ରତିÂା ଦିବସ ଅବସରରେ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦେ୍ଧଶ୍ୟରେ ପକଳ୍ପର ଉସôର୍ଗୀକରଣ

୩୮ତମ ପ୍ରତିÂା ଦିବସ ସମାରୋହ ଅବସରରେ, ନବରତ୍ନ କମ୍ପାନୀ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ) ପକ୍ଷରୁ ଆଜି ତିନୋଟି ପ୍ରକଳ୍ପ ରାଷ୍ଟ୍ର ଉଦେ୍ଧଶ୍ୟରେ ଉସôର୍ଗ କରାଯାଇଥିଲା । ପଂଚପଟ୍ଟମାଳୀରେ ୩.୧ ନିୟୁତ ଟନ୍ କ୍ଷମତାର ବକ୍ସାଇଟ୍ ଖଣି, ଦାମନଯୋଡ଼ିରେ ୧୮.୫ ମେଗାୱାଟ୍ ବିଶିଷ୍ଟ ବିଦୁ୍ୟତ ପ୍ରକଳ୍ପ ଏବଂ ଘବଦ୍ଭକ୍ଟ-ଭବଗ୍ଦରୟ ଋଜ୍ଞrସକ୍ଟଦ୍ଭ ଞରମଷଦ୍ଭକ୍ଟକ୍ଷକ୍ଟଶଚ୍ଚ ଉପଯୋଗ କରି ଫ୍ଲୋରାଇଡ୍ ନିଷ୍କାସନ ପାଇଁ ଅନଗୁଳରେ ଏକ ପ୍ରକଳ୍ପ ଭିଡିଓ କନ୍ଫରେନ୍ସିଂ ଜରିଆରେ କେନ୍ଦ୍ର ଗ୍ରାମ୍ୟ ବିକାଶ, ପଂଚାୟତିରାଜ ଓ ଖଣି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଏବଂ କେନ୍ଦ୍ର ପେଟ୍ରୋଲିୟମ୍ ଓ ନ୍ୟାଚୁରାଲ୍ ଗ୍ୟାସ୍, ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ର ଉଦେ୍ଧଶ୍ୟରେ ଉସôର୍ଗ କରିଥିଲେ । ଉଭୟ ମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଦେଶର ବିକାଶରେ ନାଲ୍କୋର ଭୂମିକାର ଭୂୟସୀ ପ୍ରଶଂସା କରିଥିଲେ ।
ଏହି ଅବସରରେ, ଉଭୟ ବ୍ୟକ୍ତିବିଶେଷ ଓ ଅନୁÂାନକୁ ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ଗାୟକ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ନାଲ୍କୋ ଲାଇଫ୍ଟାଇମ୍ ଆଚିଭ୍ମେଂଟ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ପଦ୍ମବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏତଦ୍ବ୍ୟତୀତ, ପ୍ରଫେସର୍ ଅତୁଲ କୁମାର ନନ୍ଦ ଓ ପ୍ରଫେସର୍ ସୁକାନ୍ତ କୁମାର ସେନାପତିଙ୍କୁ ସଂସ୍କୃତ ଭାଷା କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ନାଲ୍କୋ କାଳିଦାସ ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି, ଶ୍ରୀ ନୀରୋଦ କୁମାର ଦେହୁରୀ, ସୋନାଲୀ ମହାପାତ୍ର, ମନୀଷା ମନସ୍ୱିନୀ ଏବଂ ସୁଜ୍ଞାନୀ ମହାପାତ୍ରଙ୍କୁ ନାଲ୍କୋ ଖାରବେଳ ପୁରସ୍କାର ଦିଆଯାଇଥିଲା । ୨୦୧୮ ବର୍ଷ ପାଇଁ ଶ୍ରୀ ଦାଶରଥୀ ଦାସ ଏବଂ ଶ୍ରୀ ଶାନ୍ତନ୍ୁ କୁମାର ଆଚାର୍ଯ୍ୟଙ୍କୁ ନାଲ୍କୋ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ, ପରିବେଶ ସୁରକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଶ୍ରୀ ବଦ୍ରି ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସ୍ୱଚ୍ଛତା ଅଭିଯାନକୁ ଉସôାହିତ କରିବା ପାଇଁ ଅନୁଗୁଳ, ଦାମନଯୋଡ଼ି ଓ ଭାଇଜାଗର ୧୦ଟି ବିଦ୍ୟାଳୟକୁ ନାଲ୍କୋ ଗୁଲ୍ଗୁଲ୍ କୁନ୍କୁନ୍ ପୁରସ୍କାର ଦିଆଯାଇଛି ।
ଏହି ଅବସରରେ ଉଦ୍ବୋଧନ ଦେଇ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କମ୍ପାନୀର ବିଭିନ୍ନ ଉଲ୍ଲେଖନୀୟ ସଫଳତା ବିଷୟରେ ଉଲ୍ଲେଖ କରିଥିଲେ । କମ୍ପାନୀକୁ ଦେଶର ଦ୍ୱିତୀୟ ସର୍ବାଧିକ ବୈଦେଶିକ ମୂଦ୍ରା ଅର୍ଜ୍ଜନକାରୀ ଲୋକଉଦ୍ୟମ ତଥା ନାଲ୍କୋର ବକ୍ସାଇଟ୍ ଖଣି ଓ ଆଲୁମିନା ରିଫାଇନେରୀ ଶତ ପ୍ରତିଶତ ଉପôାଦନ କ୍ଷମତା ହାସଲ କରିପାରିଥିବାରୁ ଡଃ ଚାନ୍ଦ କମ୍ପାନୀର କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ଆହୁରି ମଧ୍ୟ, ଏହି ଅବସରରେ, ନାଲ୍କୋ ପକ୍ଷରୁ ନ୍ୟାସନାଲ୍ ସ୍କିଲ୍ ଡେଭେଲପ୍ମେଂଟ୍ କର୍ପୋରେସନ୍ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ, ଡଃ ଚାନ୍ଦ କହିଥିଲେ ଯେ ଶିଶୁ, ମହିଳା, ଯୁବଗୋÂୀ ଏବଂ ଦିବ୍ୟାଙ୍ଗଜନଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦେବାକୁ ନାଲ୍କୋ ଲକ୍ଷ୍ୟ ରଖିଛି । ଏହାଦ୍ୱାରା ସେମାନଙ୍କ ଜୀବନଧାରଣର ମାନ ଉକôୃଷ୍ଟ ହୋଇପାରିବ । ଏହି ବୁଝାମଣା ଦ୍ୱାରା ଶିକ୍ଷାର ବିକାଶ ସହ ମହିଳା ସଶକ୍ତିକରଣ ମଧ୍ୟ ହୋଇପାରିବ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ, କେନ୍ଦ୍ର ଖଣି ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ସୁଭାଷ ଚନ୍ଦ୍ରା ଏବଂ କମ୍ପାନୀର ନିଦେ୍ର୍ଧଶକବୃନ୍ଦ ଉପସ୍ଥିତ ଥିଲେ । ଏହି ଅବସରରେ, ଅନୁରାଧା ପୌଡୱାଲ ଏବଂ ଅନ୍ୟମାନଙ୍କ ଦ୍ୱାରା ଆକର୍ଷଣୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା ।

Share in top social networks!