ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ୧୦ ଟଙ୍କିଆ ନୋଟରେ କୋଣାର୍କ ଚକ୍ର ସ୍ଥାନୀତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଫୋକସ୍ରେ ଓଡିଶା : ବିଜେପି

rbi_6ଆରବିଆଇ ପକ୍ଷରୁ ନୂଆ ୧୦ ଟଙ୍କିଆ ନୋଟ ଜାରି କରାଯାଇଛି । ଏହି ୧୦ ଟଙ୍କିଆ ନୋଟଟି ଚକୋଲେଟ ବାଦାମୀ ରଙ୍ଗର ହୋଇଥିବା ସହ ନୋଟର ପଛପଟେ କୋଣାର୍କ ଚକ୍ର ଛବି ରହିଛି । ଓଡିଶାର କୀର୍ତିମାନ ଓ ଗୈାରବ କୋଣାର୍କ ମନ୍ଦିରର ଚକ୍ରକୁ ୧୦ ଟଙ୍କିଆ ନୋଟରେ ସ୍ଥାନୀତ କରିଥିବାରୁ ଆରବିଆଇ ଓ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ବିଜେପି ତରଫରୁ ଧନ୍ୟବାଦ ଦିଆଯାଇଛି । ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ଓଡିଶାର ବିକାଶକୁ ଆଗକୁ ନେବା ପାଇଁ ଚେଷ୍ଟା କରୁଛନ୍ତି । ବିଭିନ୍ନ ପ୍ରସଂଗରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡିଶାକୁ ଫୋକସରେ ରଖିଛନ୍ତି । ୧୦ଟଙ୍କିଆ ନୋଟରେ ଓଡିଶାର ଏା÷÷ତିହକୁ ସ୍ଥାନ ଦେବା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ପ୍ରଧାନମନ୍ତ୍ରୀଙ୍କ ଏପରି ଉତ୍ସାହ ଓ ସହେଯାଗକୁ ରାଜ୍ୟ ବିଜେପି ସ୍ୱାଗତ କରିଛି ବୋଲି ରାଜ୍ୟ ବିଜେପି ମୁଖ୍ୟ ପ୍ରବକ୍ତା ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି ।

Share in top social networks!
Powered By Indic IME