ଜାତୀୟ ମତଦାନ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଆସନ୍ତା ଜାନୁଆରୀ ୨୫ ତାରିଖ ଦିନ ଜାତୀୟ ମତଦାନ ଦିବସ ପାଳନ ନିମନ୍ତେ ମୁଖ୍ୟ ନିର୍ବାଚନ ଅଧ#କାରୀଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିା ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବା ନିମନ୍ତେ ଅବାଧ, ମୁକ୍ତ, ନିରପେକ୍ଷ ଓ ସୁଗମ ମତଦାନ ଅତ୍ୟନ୍ତ ଜରୁରୀ ବୋଲି ବୈଠକରେ ଆଲୋଚନା ହୋଇଥ#ଲାା ଯୁବ ଭୋଟରମାନଙ୍କୁ ନିର୍ବର୍ାଚନରେ ଅଂଶଗ୍ରହଣ ନିମନ୍ତେ ବ୍ୟାପକ ପ୍ରଚାରପ୍ରସାର ମାଧ୍ୟମରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇଥ#ଲାା ନୂତନ ଭୋଟରମାନଙ୍କ ମଧ୍ୟରେ ବ୍ୟାପକ ପ୍ରଚାରପ୍ରସାର ପାଇଁ ସହରର ପ୍ରମୁଖ ସ୍ଥାନମାନଙ୍କରେ ବଡ଼ବଡ଼ ହୋର୍ଡିଂ, ବିଦ୍ୟାଳୟ/ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍, ପ୍ରବନ୍ଧ, ବକ୍ତୃତା ଓ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛିା ଏତଦ୍ବ୍ୟତୀତ ଜାନୁଆରୀ ୨୫ ତାରିଖ ଦିନ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସେ୍ୱଚ୍ଛାସେବୀ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କର ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଭୁବନେଶ୍ୱରସ୍ଥ ରବିନ୍ଦ୍ରମଣ୍ଡପଠାରେ ପହଞ୍ଚ#ବେ ଏବଂ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥ#ଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛିା
ଏହି ବୈଠକରେ ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧ#କାରୀ ଭବାନୀ ପ୍ରସାଦ ରାୟ, ଭୁବନେଶ୍ୱର ଉପଜିଲ୍ଲାପାଳ ମାନସ ସାମଲ, ଅତିରିକ୍ତ ଡେପୁଟି ପୋଲିସ କମିଶନର ଶ୍ରୀ ଜି.ଏସ୍, ଦାସ, ସହକାରୀ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ଆଚାର୍ଯ୍ୟ, ସୂଚନା ଅଧ#କାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଭୁବନେଶ୍ୱର ପୌରନିଗମର ଡେପୁଟୀ କମିଶନରଙ୍କ ସମେତ ମୁଖ୍ୟ ନିର୍ବାଚନ ଅଧ#କାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀମାନେ ଅଂଶଗ୍ରହଣ କରିଥ#ଲୋ

Share in top social networks!
Powered By Indic IME