ରାଜ୍ୟ ସରକାର ମହାନଦୀ ଜଳ ବିବାଦ ପ୍ରସଂଗରେ କେନ୍ଦ୍ରକୁ ଦାୟୀ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ: ବିଜେପି

15590632_1795041604046182_4477239038883628572_nଆଜି ବି ମହାନଦୀରେ ଯାହା କ୍ଷତି ହୋଇଛି ସେଥିପାଇଁ ସଂପୂର୍ଣ୍ଣ ରୂପେ ରାଜ୍ୟ ସରକାର ହିଁÿ ଦାୟୀ । ଦୀର୍ଘ ୧୦ ବର୍ଷ ପୂର୍ବରୁ ଛତିଶଗଡ ଡ୍ୟାମ ନିର୍ମାଣ କରିବା ସମୟରେ ରାଜ୍ୟ ସରକାର କାହିଁକି ଚୁପ ବସିଥିଲେ ? କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ମହାନଦୀରେ ଛତିଶଗଡ ସରକାର ବନ୍ଧ ନିର୍ମାଣ ପାଇଁ ବି କ୍ଲିନ ଚିଟ୍ ଦେଇଥିଲେ । ଅନ୍ୟପଟେ ରାଜ୍ୟସରକାର କହିଥିଲେ ଯେ, ଯଦି ଛତିଶଗଡ ସରକାର ମହାନଦୀ ଉପରେ ୧୦୦ଟି ଡ୍ୟାମ ନିର୍ମାଣ କରନ୍ତି ତଥାପି ମଧ୍ୟ ଓଡିଶା ଉପରେ ଏହାର କୈାଣସି ପ୍ରଭାବ ପଡିବ ନାହିଁ । ମାତ୍ର ରାଜ୍ୟସରକାର ମହାନଦୀ ଜଳ ବିବାଦ ପ୍ରସଂଗରେ ବର୍ତମାନ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି ।
ରାଜ୍ୟରେ ମହାନଦୀ ବ୍ୟତୀତ ଅନ୍ୟ ନଦୀଗୁଡିକରେ ମଧ୍ୟ ପାଣିର ଅଭାବ ହେବନି ବୋଲି ବିଧାନସଭା ଗୃହରେ ଖୋଦ୍ ମୁଖ୍ୟମନ୍ତ୍ରୀ ବିବୃତି ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଅନୁଯାୟୀ ମହାନଦୀରେ ୫୩ ପ୍ରତିଶତ ପାଣି ପ୍ରବାହ କରୁଛି ଏବଂ ୪୭ ପ୍ରତିଶତ ପାଣି ସମୁଦ୍ରକୁ ଯାଉଛି । ଏହା ସତ୍ୱେ ରାଜ୍ୟରେ ପାଣିର ଅଭାବ ନାହିଁ । ଏପଟେ ବିଧାନସଭା ଗୃହରେ ଗୋଟିଏ କଥା ଓ ସଂସଦରେ ଅନ୍ୟ ଏକ କଥା କହି ଶାସକ ବିଜେଡି ଦୋ ମୁହାଁ ନୀତି ଅବଲମ୍ବନ କରିବା ସହ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ।
ମହାନଦୀ ଜଳ ବିବାଦ ପ୍ରସଂଗରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ ସ୍ପଷ୍ଟତାର ସହ କହିଛନ୍ତି କି ଟ୍ରିବୁ୍ୟନାଲ ଗଠନ କରାଯିବ । ତା ପୂର୍ବରୁ ଦୁଇ ରାଜ୍ୟ ମଧ୍ୟରେ ଆପୋଷ ବୁଝାମଣା ସହ ସମସ୍ୟାର ସମାଧାନ କରିବା ପାଇଁ କେନ୍ଦମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ବି ଚିଠି ଲେଖିଛନ୍ତି । ତେବେ ଆପୋଷ ଆଲୋଚନାକୁ ଗ୍ରହଣ କରିବେ କି ନାହିଁ ତାହାର ସ୍ପଷ୍ଟୀକରଣ ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ଦେବା ଉଚିତ୍ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।

Share in top social networks!
Powered By Indic IME