ପୋଲାଭରମ ନଦୀବନ୍ଧ ପ୍ରକଳ୍ପ ପ୍ରସଙ୍ଗରେ ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି: ବିଜେପି

 ଓଡିଶାର କୈାଣସି କ୍ଷତି ହେବ ନାହିଁ
 ଗୋଟିଏ ବି ଆଦିବାସୀ ପରିବାର ବାସଚୁ୍ୟତ ହେବେ ନାହିଁ
 ଗତକାଲି ସଂସଦରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ବକ୍ତବ୍ୟର ସଠିକ ତର୍ଜମା କରୁ ବିଜେଡି
 ସୁରକ୍ଷିତ ନଦୀବନ୍ଧ ନିର୍ମାଣ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ ରାଜ୍ୟ ସରକାର

ପୋଲାଭରମ ନଦୀବନ୍ଧ ପ୍ରକଳ୍ପ ଦ୍ୱାରା ଓଡିଶାର କୈାଣସି କ୍ଷତି ହେବ ନାହିଁ । ଏପରିକି ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ଗୋଟିଏ ବି ଆଦିବାସୀ ପରିବାର ପ୍ରଭାବିତ ହେବେ ନାହିଁ ବୋଲି କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଗତ କାଲି ସଂସଦରେ ନିର୍ଭର ଓ ଦୃଢ ପ୍ରତିଶୃତି ଦେଇଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଦେଇଥିବା ବକ୍ତବ୍ୟକୁ ଭଲ ଭାବେ ତର୍ଜମା କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ପରାମର୍ଶ ଦେଇଛନ୍ତି ।
ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ଉଭୟ ମହାନଦୀ ଏବଂ ପୋଲାଭରମ ପ୍ରସଙ୍ଗରେ ଶାସକ ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି । ବିକାଶ ବିରୋଧୀ ଶାସକ ବିଜେଡି ନିଜର ଅପାରଗତାକୁ ଲୁଚାଇବା ସହ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିଚାଲିଛି । ତେଣୁ ରାଜ୍ୟର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ଶାସକ ବିଜେଡି ରାଜନୀତି ବନ୍ଦ କରିବାକୁ ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ପ୍ରକଳ୍ପ ଦ୍ୱାରା ସମ୍ଭାବ୍ୟ ଜଳବୁଡି ଓ ବାସଚୁ୍ୟତିକୁ ରୋକାଯିବା ପାଇଁ ପୋଲାଭରମ ପ୍ରକଳ୍ପ କତୃପକ୍ଷ ଦେଇଥିବା ସୁରକ୍ଷିତ ନଦୀବନ୍ଧ ନିର୍ମାଣ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ବକ୍ସିପାତ୍ର କହିଛନ୍ତି ।

Share in top social networks!