କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଉଚିତ୍ ନ୍ୟାୟ ମିଳୁ : ବିଜେପି

 ସିସୋର ଚିଟ୍ଫଣ୍ଡ ଲିଙ୍କରେ ଶାସକ ବିଜେଡିର ବହୁ ଛାମୁଆ ନେତା ଓ ବିଧାୟକମାଙ୍କର ସଂପୃକ୍ତି ରହିଛି
 ପ୍ରଶାନ୍ତ ଦାସ ଏବେ ଜାମିନରେ ମୁକୁଳିଥିଲେ ମଧ୍ୟ ସେ ଦୋଷମୁକ୍ତ ନୁହଁନ୍ତି

ସାଧାରଣ ଜମାକାରୀ ଏପର୍ଯ୍ୟନ୍ତ ତାଙ୍କ ଜମା ଟଙ୍କା ନପାଇ ନ୍ୟାୟିକ ପ୍ରକ୍ରିୟା ଉପରେ ଭରଷା ରଖିଛନ୍ତି । ରାଜ୍ୟ ବିଜେପି ମଧ୍ୟ ଭାରତୀୟ ଆଇନ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣଭାବେ ବିଶ୍ୱାସ ରଖିଛି । କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଉଚିତ୍ ନ୍ୟାୟ ଏବଂ ଖୁବ୍ ଶୀଘ୍ର ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁÂାନ ନିଆଯାଉ । ମାତ୍ର ରାଜ୍ୟ ସରକାର ନ୍ୟାୟାଳୟରେ ସଠିକ ତଥ୍ୟ ପ୍ରଦାନ ନକରିବା କାରଣରୁ ଜଣଙ୍କ ପରେ ଜଣେ ଚିଟ୍ଫଣ୍ଡ ଅଭିଯୁକ୍ତ ନିଦେ୍ର୍ଧାଷ ପ୍ରମାଣିତ ହେବାରେ ଲାଗିଛନ୍ତି ବୋଲି ରାଜ୍ୟ ବିଜେପି ପ୍ରବକ୍ତା ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।
ସିସୋର ଚିଟ୍ଫଣ୍ଡ ଘଟଣାରେ ପ୍ରଶାନ୍ତ ଦାସଙ୍କ ବ୍ୟତୀତ ଶାସକ ବିଜେଡିର ବହୁ ଛାମୁଆ ନେତା ଓ ବିଧାୟକମାଙ୍କର ସଂପୃକ୍ତି ରହିଛି । ଶାସକ ଦଳର ନେତାମାନଙ୍କ ଦୋଷ ଲୁଚାଇବାକୁ ଯାଇ କ୍ରାଇମବାଂଚ ପ୍ରଶାନ୍ତ ଦାସଙ୍କୁ ଗିରଫ କରିବା ପୂର୍ବରୁ ଯଥେଷ୍ଟ ସମୟ ଦେଇଥିଲା । ଏହି ସମୟ ମଧ୍ୟରେ ପ୍ରଶାନ୍ତ ଦାସ ସିସୋର ସଂର୍ପକିତ ପ୍ରମାଣ ନଷ୍ଟ କରିଥିବାର ଅଭିଯୋଗ ସାମ୍ମନାକୁ ଆସିଛି । ପ୍ରଶାନ୍ତ ଦାସ ଏବେ ଜାମିନରେ ମୁକୁଳିଥିଲେ ମଧ୍ୟ ସେ ଦୋଷମୁକ୍ତ ନୁହଁନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Share in top social networks!