ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ଉଦାସୀନତା ପ୍ରଦର୍ଶନ କରିବା ସହ ଅଣଦେଖା କରୁଛନ୍ତି : ବିଜେପି

15590632_1795041604046182_4477239038883628572_nରାଜ୍ୟର ପଛୁଆ ବର୍ଗଙ୍କ ବହୁବିଧ ଅସୁବିଧାକୁ ରାଜ୍ୟ ସରକାର ଜାଣି ଶୁଣି ଅଣଦେଖା କରୁଛନ୍ତି । ରାଜ୍ୟରେ ଓବିସି କମିଶନରଙ୍କ ନିଯୁକ୍ତି, ପଛୁଆବର୍ଗଙ୍କ ପାଇଁ ଶିକ୍ଷା ପ୍ରଦାନ, ବୃତି ଗତ ସ୍ତରରେ ସହାୟତା ପ୍ରଦାନ, କୃଷି କ୍ଷେତ୍ରରେ କରାଯାଉଥିବା ସରକାରୀ ଅବହେଳା ପ୍ରସଙ୍ଗରେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ତରଫରୁ ବାରମ୍ବାର ଦାବୀ କରାଯିବା ସତ୍ୱେ ରାଜ୍ୟ ସରକାର ଏ ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ଧ୍ୟାନ ଦେଉନାହାନ୍ତି । ରାଜ୍ୟ ସରକାରଙ୍କ ପଛୁଆ ବର୍ଗଙ୍କ ପ୍ରତି ଉଦାସୀନତାକୁ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ଦୃଢ ନିନ୍ଦା କରିଛି ।
ଏହା ସହ ଆଗାମୀ ଦିନରେ ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଶ୍ରୀ ଦାରା ସିଂହ ଚୈାହାନଙ୍କ ଓଡିଶା ଆଗମନ ଏବଂ ରାଜ୍ୟ ସରକାରଙ୍କ ପଛୁଆ ବର୍ଗଙ୍କ ପ୍ରତି ଉଦାସୀନତା ପ୍ରସଙ୍ଗରେ ଆଗାମୀ ଦିନରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁÂିତ ହୋଇଯାଇଛି ।
ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ କୃଷ୍ନଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ବୈଠକରେ ବିଜେପି ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ଶାରଦା ପ୍ରସାଦ ଶତପଥୀ, ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ସଂଜୟ ସାହୁ, ବିଜୟ ସ୍ୱାଇଁ, ଉପ ସଭାପତି ନୃସିଂହ ସାହୁ, ରଘୁନାଥ ପାତ୍ର, ଭଗବାନ ସାହୁ, ଦୁଷ୍ମନ୍ତ ଦାସ, ରାଜ୍ୟ ସଂପାଦକ ଲିଙ୍ଗରାଜ ହାତି, କୃଷ୍ନଚନ୍ଦ୍ର ଦନ୍ତା, ଭାସ୍କର ନାୟକ, ବିଶ୍ୱରାଜ ନାୟକ, ଚିତରଂଜନ କଂସ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME