ଜାନୁଆରୀ ୮ ତାରିଖରୁ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲିବ ।

ରାଜଭବନ ଉଦ୍ୟାନ ସର୍ବସାଧାରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ ଜାନୁଆରୀ ୮ ତାରିଖରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଛୁଟିଦିନ ଓ ରବିବାର ସହିତ ପ୍ରତ୍ୟେହ
ଅପରାହ୍ନ ୨ଟାରୁ ୪.୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଉଦ୍ୟାନ ପରିଦର୍ଶନ କରିପାରିବେ । ୱାଟର ଫାଉଣ୍ଟେନ, ମ୍ୟୁଜିକାଲ ଫାଉଣ୍ଟେନ, ଗୋଲାପ ଉଦ୍ୟାନ, ଆୟୁର୍ବେଦିକ ବୃକ୍ଷ
ଉଦ୍ୟାନ, ହରିଣ ପାର୍କ, ମୟୁର, ବତକ, କକାଟେଲ ପକ୍ଷୀ ଘର ଏବଂ ସର୍ବୋପରି ଉଦ୍ୟାନର ସବୁଜିମା ପରିଦର୍ଶକମାନଙ୍କୁ ବିଶେଷ ଭାବରେ ଆକର୍ଷିତ କରିବ । ପରିଦର୍ଶନ
ସମୟରେ ରାଜଭବନ ପରିସରକୁ ସାଂଗରେ କ୍ୟାମେରା, ଖାଦ୍ୟଦ୍ରବ୍ୟ ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ନଆଣିବା ସହ ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବାକୁ ରାଜଭବନ
ପକ୍ଷରୁ ଅନୁରୋଧ କରାଯାଇଛି ।

Share in top social networks!