ONGC ପକ୍ଷରୁ ଚିଲିକା ସଂପର୍କିତ ଆଲୋଚନାଚକ୍ର ଏବଂ ଫଟୋ ପ୍ରଦର୍ଶନୀ ଦିଲ୍ଲୀରେ ହେବ

ONGC Invitation-The Mangalajodi Inheritence-Symposium-Photo Exhibition on Chilikaତୈଳ ଏବଂ ପ୍ରାକୃତିକ ଗ୍ୟାସ କର୍ପୋରେସନ (ଓଏନ୍ଜିସି) ପକ୍ଷରୁ ‘ଦ ଭୁବନେଶ୍ୱର ବାଡର଼୍ ୱାକ’ (ଟିବିବିଡବ୍ଲ୍ୟ) ର ମିଳିତ ସହଭାଗିତାରେ “ମଙ୍ଗଳାଯୋଡ଼ି ଇନ୍ହେରିଟାନ୍ସ” ନାମରେ ନାମିତ ଚିଲିକା ସଂପର୍କିତ ଏକ ଆଲୋଚନାଚକ୍ର ଏବଂ ଫଟୋ ପ୍ରଦର୍ଶନୀ ନୂଆଦିଲ୍ଲୀଠାରେ ଜାନୁୟାରୀ ୬, ୨୦୧୮ରେ ଆୟୋଜିତ ହେବାକୁ ଯାଉଛି । ଏହି ଆଲୋଚନାଚକ୍ରର ମୂଳ ଉଦେ୍ଧଶ୍ୟ ହେଉଛି ବିଶ୍ୱର ବୃହତମ ଲବଣାକ୍ତ ହ୍ରଦ ଚିଲିକାକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟର ମାନ୍ୟତା ପ୍ରଦାନ କରିବାର ଦିଗରେ ହୋଇଥିବା ପ୍ରଚେଷ୍ଟାକୁ ପ୍ରତିପାଦନ କରିବା ।
ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ, ଭାରତ ସରକାର ଏହି ଆଲୋଚନାଚକ୍ର ତଥା ଫଟୋ ପ୍ରଦର୍ଶନୀର ଶୁଭ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
ଓଡ଼ିଶାରେ ଚିଲିକା ହ୍ରଦର ସଂରକ୍ଷଣ ଏବଂ ସାମଗ୍ରିକ ବିକାଶ ପାଇଁ ଓଏନ୍ଜିସି ଏକ ମହତ୍ୱାକାଂକ୍ଷୀ ପରିଯୋଜନା ଆରମ୍ଭ କରିଛି ଏବଂ ଚିଲିକା ପାଇଁ ୟୁନେସ୍କୋ ପକ୍ଷରୁ “ବିଶ୍ୱ ଐତିହ୍ୟ ସ୍ଥଳ” ମାନ୍ୟତା ପ୍ରଦାନ ନିମନ୍ତେ, ପରିବେଶ ତଥା ଐତିହ୍ୟର ସଂରକ୍ଷଣ ପ୍ରତି ନିଜର ପ୍ରତିବଦ୍ଧତା ସହ ଅନୁରୂପ ଭାବେ କାର୍ଯ୍ୟ କରିବ । ଓଏନ୍ଜିସି, ଓଡିଶା ସରକାର ଏବଂ ୟୁନେସ୍କୋ ମଧ୍ୟରେ ଏଥି ନିମନ୍ତେ ଏକ ତି୍ରପାକ୍ଷିକ ଚୁକ୍ତି ସ୍ୱାକ୍ଷର ପାଇଁ ଶ୍ରୀ ପ୍ରଧାନ ଅନନ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି । ୟୁନେସ୍କୋ ଏହି ଉଦେ୍ଧଶ୍ୟ ପ୍ରତି ସମସ୍ତ ସମର୍ଥନ କରିବା ପାଇଁ ଆଶ୍ୱାସନା ଦେଇଛନ୍ତି । ଓଏନ୍ଜିସି ନିଜର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକଳାପ (ସିଏସ୍ଆର) ମାଧ୍ୟମରେ ଚିଲିକା ଅନ୍ତର୍ଗତ ମଙ୍ଗଳାଯୋଡ଼ି ଗ୍ରାମର ବିକାଶ ପାଇଁ ଏକ ବ୍ୟବସ୍ଥିତ ଯୋଜନା ମଧ୍ୟ ପ୍ରସ୍ତୁତ କରିଛି ।
ଓଏନ୍ଜିସି ଏବଂ ‘ଦ ଭୁବନେଶ୍ୱର ବାଡର଼୍ ୱାକ’ (ଟିବିବିଡବ୍ଲ୍ୟ) ଦ୍ୱାରା କରାଯାଇଥିବା ଏହି ଆଲୋଚନାର ମୂଳ ଉଦେ୍ଧଶ୍ୟ ହେଉଛି ସଂରକ୍ଷଣ, ପରିବେଶ ପର୍ଯ୍ୟଟନ, ପକ୍ଷୀବିଜ୍ଞାନୀ, କୂଟନୀତିଜ୍ଞ, ଗଣମାଧ୍ୟମ, ଏନ୍ଜିଓ, ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ଅଧିକାରୀ ବିଶେଷଜ୍ଞ ଏବଂ ଆଗ୍ରହୀ ଲୋକ ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ କ୍ଷେତ୍ରଗୁଡିକୁ ଏକଜୁଟ କରି ଓଡ଼ିଶାର ଏହି ସମୃଦ୍ଧ ଭୌଗୋଳିକ ଐତିହ୍ୟ ତଥା ଆର୍ଦ୍ରଭୂମିର ସଂରକ୍ଷଣ ଏବଂ ବିକାଶ ପାଇଁ ଭବିଷ୍ୟତ ଯୋଜନାର ରୂପରେଖ ପ୍ରସ୍ତୁତ କରିବା ।
‘ଦ ଭୁବନେଶ୍ୱର ବାଡର଼୍ ୱାକ’ (ଟିବିବିଡବ୍ଲ୍ୟ) ହେଉଛି ଓଡ଼ିଶାରେ ପଶୁ ପକ୍ଷୀଙ୍କ ପାଇଁ ଡକୁମେଂଟେସନ ପ୍ରସ୍ତୁତ କରୁଥିବା ଏକ ବେସରକାରୀ ସଂସ୍ଥା । ଟିବିବିଡବ୍ଲ୍ୟର ପ୍ରତିÂାତା ପଂଚମୀ ମନୁ ଉକିଲ୍ ମଙ୍ଗଳାଯୋଡ଼ିରେ ଓଏନ୍ଜିସିର ସିଏସ୍ଆର କାର୍ଯ୍ୟକ୍ରମର ଏକ ଅଂଶ ଭାବେ ରହି ଆସିଛନ୍ତି ।
ବିଶିଷ୍ଟ ପରିବେଶ୍ବିତ୍, ବିଭିନ୍ନ ଦେଶର କୂଟନୀତିଜ୍ଞ, ୟୁଏନ୍ ଅଧିକାରୀଗଣ, ମନ୍ତ୍ରାଳୟ ଅଧିକାରୀ, ଓଏନ୍ଜିସିର ସିଏମ୍ଡ଼ି ଏବଂ ନିଦେ୍ର୍ଧଶକ (ଏଚ୍ଆର୍) ଙ୍କ ସମେତ ବରିÂ କର୍ମକର୍ତା ଏବଂ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ବେସରକାରୀ ସଂସ୍ଥାର ଅଧିକାରୀମାନେ ଏହି ଆଲୋଚନାଚକ୍ର ଏବଂ ଫଟୋ ପ୍ରଦର୍ଶନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Share in top social networks!