“ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀ କିଏ” ବହି ଉନ୍ମୋଚିତ

IMG-20180104-WA0108
‘ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀ କିଏ’ ଶୀର୍ଷକ ପୁସ୍ତକ ଆଜି ଭୁବନେଶ୍ୱର ଲୋହିଆ ଏକାଡେ଼ମୀ ପରିସରରେ ପୁସ୍ତକର ରଚୟିତା ଆଣ୍ଟୋ ଆକରା, ଲୋକଶକ୍ତି ଅଭିଯାନର ରାଜ୍ୟ ସଭାପତି ପ୍ରଫୁଲ୍ଲ ସାମନ୍ତରା, ମିଥ୍ୟା ମକଦ୍ଧମା ବିରୋଧୀ ଅଭିଯାନ ତଥା ଇନ୍ସାଫ୍ର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ସ୍ତମ୍ଭକାର ତଥା ସାମ୍ବାଦିକ କେଦାର ମିଶ୍ର ଓ ଜାତୀୟ ସଂହତି ମଞ୍ଚର ସଂଯୋଜକ ଧୀରେନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକରେ ୭ଜଣ ନିରପରାଧ ଖୀଷ୍ଟି୍ରୟାନ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବା ଘଟଣାକୁ ଆହ୍ୱାନ କରି ସେମାନଙ୍କୁ ତୁରନ୍ତ ଖଲାସ କରିବାକୁ ଦାବୀ କରିଛନ୍ତି । ପୁସ୍ତକରେ କୁହାଯାଇଛି ଯେ, ପବିତ୍ର ଜନ୍ମାଷ୍ଟମୀ ତିଥି (ଅଗଷ୍ଟ ୨୩, ୨୦୦୮) ରାତିରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା କରାଗଲା । ୮୧ ବର୍ଷୀୟ ଏହି ସ୍ୱାମୀଙ୍କର ବିଶ୍ୱସ୍ତ ଅଙ୍ଗରକ୍ଷୀର ସେହିଦିନ ଠାରୁ ପତ୍ତା ମିଳୁନାହିଁ ଓ ହତ୍ୟାକାରୀମାନେ ପ୍ରବେଶ କରିବା ସମୟରେ ପୁଲିସ୍ ଅଙ୍ଗରକ୍ଷୀମାନେ ଦୌଡି ପଳାଇଥିଲେ । ଆଶ୍ରମ ପରିସର ମଧ୍ୟରେ ହି ପୋଷ୍ଟ ମର୍ଟମ୍ ଶୀଘ୍ର କରିଦେବାକୁ ବହୁ ଦୂରରୁ ଯାଇଥିବା ଡାକ୍ତରଙ୍କୁ କୁହାଯାଇଥିଲା ।
ସୂର୍ଯେ୍ୟାଦୟ ହେବା ପୂର୍ବରୁ ବହୁ ଆଡମ୍ବରରେ ଶେଷକୃତ୍ୟ ଶୋଭାଯାତ୍ରା ଦୁଇଦିନ ଧରି ହୋଇଥିଲା ଓ ଖ୍ରୀଷ୍ଟିଆନ୍ଙ୍କ ଉପରେ ପ୍ରତିଶୋଧ ନେବାକୁ ଡାକରା ଦିଆଯାଇଥିଲା । ଏହାଯୋଗୁଁ ହୋଇଥିବା ଦଙ୍ଗାରେ ପାଖାପାଖି ୧୦୦ ଖ୍ରୀଷ୍ଟିଆନ୍ଙ୍କୁ ହତ୍ୟା କରାଯିବା ସହ ୩୦୦ ଚର୍ଚ୍ଚ ଓ ୬ ହଜାର ଘର ପୋଡାଯାଇଥିଲା । ଏହି ହିସାଂ ଯୋଗୁଁ ୫୬ ହଜାର ଲୋକ ବାସଶୂନ୍ୟ ହୋଇଯାଇଥିଲେ ।
ସ୍ୱାମୀଜୀଙ୍କ ମୃତୁ୍ୟ ପରେ ୧୩ ବର୍ଷର ଅପାଠୁଆ ପିଲା ସମେତ ୪ ଜଣ ଖ୍ରୀଷ୍ଟିଆନଙ୍କୁ ଗୈରିକ ବାହିନୀ ଉଠାଇନେବା ସହ ମାଡ ମାରି ଥାନାରେ ଦିଆଯାଇଥିଲା । ଭିଏଚପି ନେତା ପ୍ରବୀଣ ତୋଗାଡିଆ ସ୍ୱାମୀଜୀଙ୍କ ହତ୍ୟାକାରୀଙ୍କ ନାମ ଘୋଷଣା କରିଥିଲେ । ଖ୍ରୀଷ୍ଟିଆନ୍ ଷଡଯନ୍ତ୍ର ସମ୍ପର୍କରେ ଏମିତି ହିଁ ଦେଶକୁ ବୋକା ବନାଇବାକୁ ଚେଷ୍ଟା କରାଯାଇଥିଲା । ପୁଲିସ୍ ୪୦ ଦିନ ଅଟକ ରଖି ମଧ୍ୟ ପ୍ରଥମ ଦଫାରେ ଅଟକ ହତ୍ୟାକୀରୀଙ୍କ ବିରୋଧରେ କୌଣସି ପ୍ରମାଣ ଯୋଗାଡ କରିପାରିନଥିଲା । ସେମାନଙ୍କୁ ଛାଡିବା ବେଳେ ଲେଖି ରଖିଥିଲା ଯେ “ଭୟ ଯୋଗୁଁ ଆମେ ଥାନାରେ ଆଶ୍ରୟ ନେଇଥିଲୁ” ।

Share in top social networks!
Powered By Indic IME