ମୁଖ୍ୟମନ୍ତ୍ରୀ ଅଭାବୀ ଧାନ ବିକ୍ରୀ ରୋକିବା ପାଇଁ ପଦକ୍ଷେପ ନିଅନ୍ତୁ : ବିଜେପି

ଧାନର ସହାୟକ ମୂଲ୍ୟ ବୃଦ୍ଧି ପ୍ରସଂଗରେ ବିଜେଡିକୁ ଟାର୍ଗେଟ
ମୁଖ୍ୟମନ୍ତ୍ରୀ ଅଭାବୀ ଧାନ ବିକ୍ରୀ ରୋକିବା ପାଇଁ ପଦକ୍ଷେପ ନିଅନ୍ତୁ : ବିଜେପି
 କ୍ଷୟକ୍ଷତି ରିପୋର୍ଟ ତରବରିଆଭାବେ କିଛି ଜିଲ୍ଲାପାଳ ଆରଆଇ ମାନଙ୍କଠାରୁ ରାତାରାତି ସଂଗ୍ରହ କରିଛନ୍ତି
 ଚାଷୀକୁ ନେଇ ବିଜେଡି କେବଳ ରାଜନୀତି କରୁଛି
 ନିଜ ଦାୟୀତ୍ୱ ଠିକ୍ରେ ନ ତୁଲାଇ କେବଳ କେନ୍ଦ୍ରକୁ ସବୁ କ୍ଷେତ୍ରରେ ଦାୟୀ କରିବା ହେଉଛି ବିଜେଡିର ପ୍ରଥମ ପ୍ରାଥମିକତା
14721725_1055306961234003_4655731552496617519_n

ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ସତ୍ୱେ ରାଜ୍ୟରେ ମରୁଡି, ଚକଡା ପୋକ ଏବଂ ଅଦିନିଆ ବର୍ଷାରେ କ୍ଷତି ହୋଇଥିବା ଚାଷ ଜମିର କ୍ଷୟକ୍ଷତି ଠିକ୍ ଭାବରେ ଆରଆଇ ମାନେ ଆକଳନ କରିପାରିଲେ ନାହିଁ । ଚିଫ ସେକ୍ରେଟାରୀଙ୍କ ଯେଉଁ ଜିଲ୍ଲାମାନଙ୍କର ରିପୋର୍ଟ ଆଣିବାକୁ କହିଲେ ତଦ ଅନୁସାରେ ତରବରିଆ ଭାବେ କିଛି ଜିଲ୍ଲାପାଳ ଆରଆଇ ମାନଙ୍କଠାରୁ ରାତାରାତି ରିପୋର୍ଟ ସଂଗ୍ରହ କରିଛନ୍ତି । ଗ୍ରାଉଣ୍ଡକୁ ନଯାଇ ସଠିକ୍ ରିପୋର୍ଟ ସଂଗ୍ରହ ନକରି କେବଳ କେନ୍ଦ୍ରକୁ ଦୋଷ ଦେଇ ମୁଖ୍ୟମନ୍ତ୍ରୀ ହୀନ ରାଜନୀତି କରୁଛନ୍ତି । ନିଜ ଦାୟୀତ୍ୱ ଠିକ୍ରେ ନ ତୁଲାଇ କେବଳ କେନ୍ଦ୍ରକୁ ସବୁ କ୍ଷେତ୍ରରେ ଦାୟୀ କରିବା ହେଉଛି ବିଜେଡିର ପ୍ରଥମ ପ୍ରାଥମିକତା ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି ।
ଚାଷୀକୁ ନେଇ ବିଜେଡି କେବଳ ରାଜନୀତି କରୁଛି । ରାଜ୍ୟ ସରକାର ନିଜ ଦାୟୀତ୍ୱ ଠିକ୍ରେ ତୁଲାଉନାହାଁନ୍ତି । ଆଜି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କିରଣ ରିଜଜୁ ଯେଉଁ ସ୍ପେଶାଲ ଡିଜାଷ୍ଟର ରିଲିଫ ଫଣ୍ଡ ରିପୋର୍ଟ ନେଇ ମନ୍ତବ୍ୟ ରଖଛନ୍ତି ସେହି ରିପୋର୍ଟକୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ପଠାଇନାହାଁନ୍ତି । ସେଥିପାଇଁ ଓଡିଶାର ନାମ ସଂସଦରେ ହୋଇଥିବା ତାଲିକାରେ ଘୋଷଣା ହୋଇନାହିଁ । ଅନ୍ୟପଟେ ବିଜେଡି ରିପୋର୍ଟ ପଠାଇଛି ବୋଲି କହି ନିଜେ ଦୋ ମୁହାଁ ନୀତି ଅବଲମ୍ବନ କରୁଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ସ୍ପେଶିଆଲ ଆସିଷ୍ଟାଂଟ ଏଗ୍ରିକଲଚର ରିପୋର୍ଟ ବିଜେଡି ପଠେଇଛି ବୋଲି କହୁଛି । ତେବେ ସେ ନେଇ କେନ୍ଦ୍ର କୃଷି ମନ୍ତ୍ରୀ କୈାଣସି ବିବୃତି ରଖିନାହାଁନ୍ତି । ସ୍ପେଶାଲ ଡିଜାଷ୍ଟର ରିଲିଫ ଏବଂ ସ୍ପେଶିଆଲ ଆସିଷ୍ଟାଂଟ ଏଗ୍ରିକଲଚର ହେଉଛି ଦୁଇଟି ଭିନ୍ନଭିନ୍ନ ରିପୋର୍ଟ । ବିଜେଡି କେବଳ ମିଥ୍ୟା ତଥ୍ୟରେ କେନ୍ଦ୍ର ସରକାରଙ୍କ ମନ୍ତବ୍ୟକୁ ବିରୋଧ କରୁଛି । ଅନ୍ୟପଟେ ରାଜ୍ୟରେ ଅଭାବି ଧାନ ବିକ୍ରୀ ବୃଦ୍ଧି ପାଉଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ କୈାଣସି ପଦକ୍ଷେପ ନନେଇ କେବଳ ବିଭ୍ରାନ୍ତି କର ମନ୍ତବ୍ୟ ଦେଇ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।

Share in top social networks!
Powered By Indic IME