ମହାନଦୀ ଦଳ ବିବାଦ ପ୍ରସଙ୍ଗରେ ଆପୋଷ ବୁଝାମଣା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ; ମୁଖ୍ୟମନ୍ତ୍ରୀ କ’ଣ ଚାହୁଁଛନ୍ତି, ସ୍ପଷ୍ଟ କରନ୍ତୁ : ବିଜେପି

 ମହାନଦୀ ଜଳ ବିବାଦର ଖୁବ ଶୀଘ୍ର ସମାଧାନ କରାଯିବ
 ଓଡିଶା ପ୍ରତି କୈାଣସି ଅନ୍ୟାୟ ହେବାକୁ ଦିଆଯିବ ନାହିଁ
 ଓଡିଶାରେ ପାଣିର ଅଭାବ ରହିବ ନାହିଁ
 ମୁଖ୍ୟମନ୍ତ୍ରୀ ନିଜ କାନ୍ଧରୁ ଦାୟୀତ୍ୱ ଖସାଇ ତାଙ୍କ ଦଳୀୟ ପ୍ରବକ୍ତାମାନଙ୍କ ଦ୍ୱାରା ମିଥ୍ୟା ବିବୃତି ରଖି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ

15590632_1795041604046182_4477239038883628572_n
ମହାନଦୀ ପ୍ରସଙ୍ଗରେ ଓଡିଶା ପ୍ରତି କୈାଣସି ଅନ୍ୟାୟ ହେବାକୁ ଦିଆଯିବ ନାହିିଁ । ଏଥି ସହ ଓଡିଶାରେ ପାଣିର ଅଭାବ ରହିବ ନାହିଁ ବୋଲି କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଶ୍ରୀ ନୀତିନ ଗଡକରି ଆଜି ସଂସଦରେ ଓଡିଶାବାସୀଙ୍କୁ ନିର୍ଭର ପ୍ରତିଶୃତି ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରି ମହାନଦୀ ବିବାଦ ସମାଧାନର ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ତଥା ସାଂସଦମାନଙ୍କ ସହେଯାଗ ଲୋଡିଛନ୍ତି । ଏହା ସହ କେନ୍ଦ୍ର ମନ୍ତ୍ରୀ ଓଡିଶା ଓ ଛତିଶଗଡ ଉଭୟ ରାଜ୍ୟକୁ ଜଳ ସଂରକ୍ଷଣ ବ୍ୟବସ୍ଥା କରିବା ପାଇଁ ଉପଦେଶ ଦେଇଥିବା ମନ୍ତବ୍ୟକୁ ମଧ୍ୟ ରାଜ୍ୟ ବିଜେପି ସ୍ୱାଗତ କରିଛି । ରାଜ୍ୟର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଏହି ଆପୋଷ ବୁଝାମଣାରେ ମୁଖ୍ୟମନ୍ତ୍ରୀ ଭାଗ ନେବେ କି ନାହିଁ ତାହାର ସ୍ପଷ୍ଟୀକରଣ ଦେବାକୁ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଦାବୀ କରିଛନ୍ତି ।
ଦେଶର ସମସ୍ତ ନଦୀଜଳ ବିବାଦର ସମାଧାନ ପାଇଁ ନୂଆ ଏକକ ଆଇନ ଆସନ୍ତା ୩ ମାସ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ଆଇନ ଅନୁଯାୟୀ ଦୀର୍ଘଦିନ ଧରି ଲାଗି ରହିଥିବା ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ଖୁବ ଶୀଘ୍ର ହୋଇପାରିବ । ତେବେ ରାଜ୍ୟ ସରକାର ଓଡିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆପୋଷ ବୁଝାମଣାରେ ଭାଗ ନେଇ ଏହି ବିବାଦର ସମାଧାନ କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ମହାନଦୀର ଜଳ ଉପରେ ଓଡିଶାବାସୀଙ୍କ ଅଧିକାରକୁ ନ ଚାହିଁ ଶାସକ ବିଜେଡି କେବଳ ହୀନ ରାଜନୀତି କରୁଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ କେବଳ ନିଜ କାନ୍ଧରୁ ଦାୟୀତ୍ୱ ଖସାଇ ତାଙ୍କ ଦଳୀୟ ପ୍ରବକ୍ତାମାନଙ୍କ ମାଧ୍ୟମରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କେବଳ ମିଥ୍ୟା ବିବୃତି ରଖି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ଏହି ଅବସରରେ ବିଜେପିର ବରିÂ ନେତା ତଥା ପୂର୍ବତ ମନ୍ତ୍ରୀ ଶ୍ରୀ ସମୀର ଦେ ଏବଂ ଯାଜପୁର ଜିଲ୍ଲା ସଭାପତି ଶ୍ରୀ ଗୋ÷÷ତମ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME