ରାଜ୍ୟ ସରକାରଙ୍କ ବିକାଶ ବିରୋଧୀ ମାନସିକତାକୁ ସ୍ପଷ୍ଟ କରିଛି: ବିଜେପି

 ରାଜ୍ୟ ସରକାରଙ୍କ ନିଷ୍ପତିକୁ ଦଳୀୟ ପ୍ରବକ୍ତା ଘୋଷଣା କରିବା କେତେ ଦୁର ସମୀଚିନ, ତାହା ରାଜ୍ୟବାସୀ ବିଚାର କରିବେ
 କେଉଁ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ଲିଖିତ ନିଦେ୍ର୍ଧଶରେ ଜିଲ୍ଲାପାଳମାନେ ବୈଠକକୁ ଗଲେ ନାହିଁ, ତାହା ସେମାନେ ସ୍ପଷ୍ଟ କରିବା ନିହାତି ଆବଶ୍ୟକ
ଶାସକ ବିଜୁ ଜନତା ଦଳ ବିକାଶ ବିରୋଧୀ । ନୀତି ଆୟୋଗ ବ÷÷ଠକରେ ଅତିରିକ୍ତ ସଚିବ କିମ୍ବା ଯୁଗ୍ମ ସଚିବ ପାହ୍ୟାର ଅଫିସରମାନଙ୍କୁ ସମଗ୍ର ଦେଶରୁ ବଛାଯାଇଥିବା ୧୧୫ଟି ପଛୁଆ ଜିଲ୍ଲାର ବିକାଶ ପାଇଁ ଦାୟୀତ୍ୱ ଦେବାକୁ ସ୍ଥିର ହୋଇଥିଲା । ଏହି ବର୍ଗରେ ଓଡିଶାର ୮ ଟି ଜିଲ୍ଲାକୁ ସାମିଲ କରାଯାଇ ପ୍ରଶାସନିକ ଅଧିକାରୀମାନଙ୍କୁ ଦାୟୀତ୍ୱ ଦିଆଯାଇଥିଲା । ଏହି ବୈଠକରେ ଉକ୍ତ ୮ଟି ପଛୁଆ ଜିଲ୍ଲାର ଜିଲ୍ଲାପାଳମାନେ ପ୍ରତିନିଧି ଭାବେ ଯୋଗ ଦେଇ ଜିଲ୍ଲାର ସାମୁହିକ ବିକାଶ ପାଇଁ କାର୍ଯ୍ୟପନ୍ଥା ସ୍ଥିର ହେବାର ଥିଲା । ମାତ୍ର ଓଡିଶାରୁ ଜଣେ ହେଲେ ଜିଲ୍ଲାପାଳ ଏହି ବୈଠକରେ ଯୋଗ ନଦେବା ରାଜ୍ୟ ସରକାରଙ୍କ ବିକାଶ ବିରୋଧୀ ମାନସିକତାକୁ ସ୍ପଷ୍ଟ କରିଛି ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।
ଶ୍ରୀ ମହାନ୍ତି ଅଭିଯୋଗ କରି କହିଛନ୍ତି ଯେ, ରାଜ୍ୟରେ ଜିଲ୍ଲାପାଳମାନେ ଶାସକ ବିଜେଡିର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ରାଜ୍ୟବାସୀଙ୍କ ହିତ ପାଇଁ ନୁହେଁ ବରଂ ଶାସକ ବିଜେଡିର ଦଳୀୟ ସ୍ୱାର୍ଥ ପାଇଁ ଜିଲ୍ଲାପାଳମାନଙ୍କ ସହ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି । ପ୍ରଶାସନିକ କାର୍ଯ୍ୟକଳାପରେ ଶାସକ ବିଜେଡିର ଅଯଥା ଏବଂ ମାତ୍ରାଧିକ ହସ୍ତକ୍ଷେପ କାରଣରୁ ରାଜ୍ୟର ବିକାଶ ବାଧାପ୍ରାପ୍ତ ହେଉଛି । ନୀତି ଆୟୋଗଙ୍କ ବୈଠକକୁ ୮ ଜଣ ଜିଲ୍ଲାପାଳ ଯିବେ ନାହିଁ ବୋଲି ଗତ କାଲି ସଚିବାଳୟରେ ଶାସକ ବିଜେଡିର ଦଳୀୟ ପ୍ରବକ୍ତା ଘୋଷଣା କରି ପୂର୍ବରୁ କରିଆସୁଥିବା ବିଜେପିର ଅଭିଯୋଗକୁ ସତ୍ୟ ଓ ପୁନର୍ବାର ପ୍ରମାଣିତ କରିଛି । ରାଜ୍ୟ ସରକାରଙ୍କ ନିଷ୍ପତିକୁ ଦଳୀୟ ପ୍ରବକ୍ତା ଘୋଷଣା କରିବା କେତେ ଦୁର ସମୀଚିନ, ତାହା ରାଜ୍ୟବାସୀ ବିଚାର କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଦେଶର ଅନ୍ୟ ନାଗରିକଙ୍କ ଭଳି ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସମ୍ବିଧାନର ଉର୍ଦ୍ଧରେ ନୁହନ୍ତି । ପ୍ରଶାସନିକ ସେବା ଆଚାର ସଂହିତା ଅନୁଯାୟୀ ଜଣେ ପ୍ରଶାସନିକ ଅଧିକାରୀ ମୈାଖିକ ନିଦେ୍ର୍ଧଶ ପାଇବାର ୨୪ ଘଂଟା ଭିତରେ ନିଦେ୍ର୍ଧଶକୁ ଲିଖିତ ଭାବେ ପାଇବା ଆବଶ୍ୟକ । ତେଣୁ କେଉଁ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ଲିଖିତ ନିଦେ୍ର୍ଧଶରେ ଜିଲ୍ଲାପାଳମାନେ ବୈଠକକୁ ଗଲେ ନାହିଁ, ତାହା ସେମାନେ ସ୍ପଷ୍ଟ କରିବା ନିହାତି ଆବଶ୍ୟକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
କେବଳ ନିଜର ଅପାରଗତାକୁ ଲୁଚାଇବା ପାଇଁ ଶାସକ ବିଜେଡି ସମସ୍ତ ଅଫିସରମାନଙ୍କୁ ନିଜ ନିୟନ୍ତ୍ରଣ ରଖିବାକୁ ପ୍ରୟାସ କରୁଛି । ପଛୁଆ ଅଂଚଳ ବିକାଶ ପାଇଁ ଦାୟୀତ୍ୱ ନେଇଥିବା ଜିଲ୍ଲାପାଳମାନେ ନୀତି ଆୟୋଗ ବୈଠକରେ ଅଂଶ ଗ୍ରହଣ ନକରିବା ପଛରେ କାହାର ସ୍ୱାର୍ଥ ରହିଛି ଏବଂ ଜିଲ୍ଲାପାଳମାନେ କଣ କେନ୍ଦ୍ର ସରକାରଙ୍କ ଅଧିକାରୀ ନୁହଁନ୍ତି ବୋଲି ଶ୍ରୀ ମହାନ୍ତି ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି ।

Share in top social networks!
Powered By Indic IME