ଦୀନଦୟାଲ “ସ୍ପର୍ଶ’ ଯୋଜନା: ଡାକ ଟିକଟ ସଂଗ୍ରହ କରୁଥ#ବା ମେଧାବୀ ବିଦ୍ୟାର୍ଥୀଙ୍କୁ ଏଣିକି ମିଳିବ ବୃତ୍ତି

ଡାକ ଟିକଟ ସଂଗ୍ରହ କରୁଥ#ବା ଓ ସେଥ#ରେ ରୁଚି ରଖୁଥ#ବା ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଯୋଗାଇ
ଦିଆଯିବ । କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନସ୍ଥ ଡାକ ବିଭାଗ ପକ୍ଷରୁ ଏହି ଯୋଜନାରେ
ଛାତ୍ରଛାତ୍ରୀମାନେ ବୃତ୍ତି ପାଇବେ । ଦେଶରେ କାର୍ଯ୍ୟରତ ଡାକ ସର୍କଲଗୁଡ଼ିକଙ୍କ ତତ୍ତ୍ୱାବଧାନରେ ଡାକ ଟିକଟ
ସଂଗ୍ରାହକ ମେଧାବୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ରୁଚି ଓ ପ୍ରକଳ୍ପର ମୂଲ୍ୟାୟନକ୍ରମେ ଏହି ବୃତ୍ତି ପ୍ରଦାନ କରାଯିବ ।
ଦୀନଦୟାଲ “ସ୍ପର୍ଶ’ ଯୋଜନା ନାମରେ ନାମିତ ଏହି ଅଭିଯାନରେ ପ୍ରତି ଡାକ ସର୍କଲରୁ ସର୍ବାଧ#କ ୪୦ଟି ବୃତ୍ତି
ପ୍ରଦାନ କରାଯିବ । ବିଭିନ୍ନ ଶିକ୍ଷାନୁଷ୍ଠାନର ୬ଷ୍ଠ, ୭ମ, ୮ମ ଓ ୯ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ବୃତ୍ତି
ପାଇଁ ଯୋଗ୍ୟ ବିବେଚିତ ହେବେ । ପ୍ରତି ଶିକ୍ଷାନୁଷ୍ଠାନରେ ଗୋଟିଏ ଫିଲାଟେଲି କ୍ଲବ୍ (ଡାକ ଟିକଟ ସଂଗ୍ରାହକ
କ୍ଲବ୍) ଗଢ଼ାଯିବ ଓ ଜଣେ ପ୍ରୋତ୍ସାହକଙ୍କ ପରିଚାଳନାରେ କ୍ଲବର ସଭ୍ୟମାନେ କାର୍ଯ୍ୟ କରିବେ । ଡାକ ଟିକଟ
ସଂଗ୍ରହ ଏବଂ ସଂପୃକ୍ତ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତିର ମୂଲ୍ୟାୟନକ୍ରମେ ଏହି ବୃତ୍ତି ପ୍ରଦାନ କରାଯିବ । ଏଥ#ପାଇଁ
ରାଜ୍ୟସ୍ତରରେ ଏକ କମିଟି ରହିବ ଏବଂ ପ୍ରକଳ୍ପର ବିଷୟବସ୍ତୁ ନିର୍ଦ୍ଧାରିତ ହେବ । ଆଗ୍ରହୀ ଓ ଡାକଟିକଟ
ସଂଗ୍ରହରେ ରୁଚି ରଖ#ଥ#ବା ଛାତ୍ରଛାତ୍ରୀ ସଂପୃକ୍ତ ଶିକ୍ଷାନୁଷ୍ଠାନର ଫିଲାଟେଲି କ୍ଲବ୍ରେ ସଦସ୍ୟ ରହିବେ ।
ଏହି ଯୋଜନାରେ ଜଣେ ବିଦ୍ୟାର୍ଥୀ ବାର୍ଷିକ ୬ ହଜାର ଟଙ୍କାର ବୃତ୍ତିରାଶି ପାଇବେ । ଗୋଟିଏ ବର୍ଷ
ବୃତ୍ତି ପାଇଥ#ବା ବିଦ୍ୟାର୍ଥୀ ପରବର୍ତ୍ତୀ ବର୍ଷ ପାଇଁ ମଧ୍ୟ ତାଙ୍କ ପ୍ରଦର୍ଶନ ଆଧାରରେ ବୃତ୍ତି ପାଇଁ ଆବେଦନ
କରିପାରିବେ । ଜଣେ ବିଶିଷ୍ଟ ଡାକ ଟିକଟ ସଂଗ୍ରାହକ ଶିକ୍ଷାନୁଷ୍ଠାନ ସଂପୃକ୍ତ ଫିଲାଟେଲି କ୍ଲବ୍ର ପରାମର୍ଶଦାତା
ବା ପ୍ରୋତ୍ସାହକ ଭାବରେ କାର୍ଯ୍ୟ କରିବେ । ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତିଯୋଗିତାଭିତ୍ତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ
କରିବେ ଓ ବୃତ୍ତି ନିମନ୍ତେ ସେମାନଙ୍କ ପ୍ରଦର୍ଶନ ନିଷ୍ପତ୍ତିର ଆଧାର ହେବ । ବୃତ୍ତିରାଶି ପ୍ରତି ୩ ମାସରେ ପ୍ରଦାନ
କରାଯିବ ।
ଡାକଟିକଟରେ ଗୋଟିଏ ସମୟର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବାସ୍ତବତା
ପ୍ରତିଫଳିତ ହୋଇଥାଏ ଏବଂ ଡାକଟିକଟ ସଂଗ୍ରହ ମାଧ୍ୟମରେ ଗୋଟିଏ ଜାତିର ଇତିହାସ, ସ୍ମରଣୀୟ ବ୍ୟକ୍ତିତ୍ୱ,
ଜାତୀୟ ଓ ଅନ୍ତର୍ଜାତୀୟ ଘଟଣାବଳୀ, କୃଷି, ଭୂଗୋଳ, ବିଜ୍ଞାନ, କୀତ୍ତିରାଜି, ସେନାବାହିନୀ ଏବଂ ପରିବହନ
ବ୍ୟବସ୍ଥା ବାବଦରେ ଜ୍ଞାନ ଅର୍ଜନ ହୋଇଥାଏ । କମ୍ ବୟସରୁ ଡାକଟିକଟ ସଂଗ୍ରହକୁ ରୁଚି ଭାବରେ ଗ୍ରହଣ କରି
ନିଜର ଜ୍ଞାନାର୍ଜନକୁ ସଂପ୍ରସାରିତ କରୁଥ#ବା ମେଧାବୀ ବିଦ୍ୟାର୍ଥୀମାନଙ୍କୁ ଏପରି ଯୋଜନା ଅଧ#କ ଉତ୍ସାହିତ
କରିବା ସଙ୍ଗେ ସଙ୍ଗେ ସେମାନଙ୍କ ସୃଜନଶୀଳତାର ବିକାଶ ଘଟାଇବ । ଡାକଟିକଟ ସଂଗ୍ରହରେ ଆଗ୍ରହ ବୃଦ୍ଧି
ସହିତ ଗବେଷଣାକୁ ଉତ୍ସାହିତ କରିବା ପାଇଁ ଏପରି ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଡାକ
ବିଭାଗ ସର୍କଲ କାର୍ଯ୍ୟାଳୟଗୁଡ଼ିକରୁ ଏହି ଅଭିଯାନ ବାବଦରେ ଅଧ#କ ତଥ୍ୟ ମିଳିପାରିବା

Share in top social networks!
Powered By Indic IME