ରଥ ଯାତରା

କବି -ବିଜୟ କୁମାର ପଣ୍ଡା

ଭାଇ ଭଉଣୀକୁ ଧରି ସାଙ୍ଗରେ

ଜଗା ବାହାରିଛି ରଥ ଯାତ୍ରାରେ ll

ମାଉସୀ ମା’ର ଘର ଅଗଣା

ଝୁରୁଅଛି କେତେ ଜଗାକୁ ଜଣା ll

ଜଗା ବାହାରିଛି ବଡଦାଣ୍ଡକୁ
ପତିତ ମାନଙ୍କୁ ଉଦ୍ଧାରିବାକୁ ll

ଜୀବନ ରଥ ତ ଜଗା ଟାଣଇ
ଭକତକୁ ଏବେ ମୌକା ମିଳଇ ll

ପ୍ରେମରେ ଧରି ହାତେ ଦଉଡି

 

ଭକତ ନିଏ ରଥକୁ ଭିଡି ll

ଭାଇ ଭଉଣୀ ସଙ୍ଗେ ବସି ରଥରେ

ଜଗା ପହଞ୍ଚେ ମାଉସୀମା ଘରେ ll

Share in top social networks!