ଆଦାନୀ ଫାଉଣ୍ଡେସନ ପକ୍ଷରୁ ରକ୍ତହୀନତା ପରୀକ୍ଷଣ ଉପରେ ଦିନିକିଆ କର୍ମଶାଳା

Pic-Dhamra Port organises one day training programme on Haemoglobin testingବୁଧବାର ଦୋସିଙ୍ଗା ଗ୍ରାମ ପଂଚାୟତ ଅଫିସରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଏକ ଦିନିକିଆ ରକ୍ତହୀନତା ପରୀକ୍ଷଣ ଉପରେ କର୍ମଶାଳା ଅନୁÂିତ ହୋଇଥିଲା । ଏଥିରେ ମୁମ୍ବାଇରୁ ଏକ ଯାନ୍ତ୍ରିକ ପରାମର୍ଶଦାତା ଅନିର୍ବାଣ ଚୌଧୁରୀ ଯୋଗଦେଇ ରକ୍ତହୀନତାକୁ କିପରି ପରୀକ୍ଷା କରାଯାଇ ପାରିବ, ହେମୋଗ୍ଲୋବିନର ମାତ୍ରା ନିର୍ଣ୍ଣୟ କିପରି ହେବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଧାମରା ବନ୍ଦର ଦ୍ୱାରା ଚୟନ ହୋଇଥିବା ୧୦ ପଂଚାୟତର ୩୩ ଟି ଗ୍ରାମର ୨୦ ଜଣ ସଙ୍ଗିନୀଙ୍କୁ ତାଲିମ ଦିଆଯାଇଥିଲା । ଏହାଦ୍ୱାରା ରକ୍ତହୀନତାର ଶିକାର ୧ ରୁ ୫ ବର୍ଷ ବୟସର ଶିଶୁ, କିଶୋରୀ ଓ ମହିଳାମାନେ ଉପକୃତ ହୋଇପାରିବେ । ଆଦାନୀ ଫାଉଣ୍ଡେସନ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନା ଅନୁଯାୟୀ ଆସନ୍ତା ବର୍ଷ ୫ ହଜାରରୁ ଊଦ୍ଧ୍ୱର୍ ମହିଳା, ବାଳିକା ଓ ମହିଳାମାନଙ୍କୁ ଚିକିତ୍ସା କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମକୁ ଗତବର୍ଷ ଆରମ୍ଭ କରାଯାଇ ପୃଷ୍ଟିହୀନତା/ରକ୍ତହୀନତାରେ ପୀଡ଼ିତ ରୋଗୀଙ୍କୁ ବହୁ ସୁଫଳ ମିଳିପାରିବ ବୋଲି ଗ୍ରାମବାସୀ ତଥା ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି । ଏହି ଦିନିକିଆ କର୍ମଶାଳାକୁ ଧାମରା ବନ୍ଦରର ଆଦାନୀ ଫାଉଣ୍ଡେସନ ପକ୍ଷରୁ ସୁଚାରୂ ଭାବେ ପାଳନ କରାଯାଇଥିଲା ।

Share in top social networks!
Powered By Indic IME