ସାମାଜିକ କାର୍ଯ୍ୟରେ ଯିବାବେଳେ ମନ୍ତ୍ରୀଙ୍କୁ ବିରୋଧ ବିଜେପିର ହୀନ ରାଜନୀତି

ମହାନ ବିପ୍ଲବୀ ନେତା ରାଧେଶ୍ୟାମ ପୂଜାରୀଙ୍କ ଦ୍ୱାଦଶାହ ସଭାରେ ଶ୍ରଦ୍ଧାଞ୍ଜଳି ଦେବାକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଏହି ସଭାରେ ଯୋଗ ଦେବା ପାଇଁ ଯିବାବେଳେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ବିଜେପି ପକ୍ଷରୁ ସୋନପୁରରେ କଳାପତାକା ପ୍ରଦର୍ଶନ କରାଯାଇଛି । ବିଜେପିର ଏଭଳି ଅଶୋଭନୀୟ ଆଚରଣରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ।

ବିପ୍ଲବୀ ନେତା ରାଧେଶ୍ୟାମ ପୂଜାରୀଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ କଳାପତାକା ପ୍ରଦର୍ଶନ କରିବା ଅର୍ଥ ହେଉଛି ସ୍ୱର୍ଗତ ଆତ୍ମାଙ୍କୁ ଅସମ୍ମାନ କରିବା । ସ୍ୱର୍ଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯିବା କ’ଣ ଭୁଲ? ବିଜେପିର ଏଭଳି ଆଚରଣକୁ ଲୋକେ କେବେ ବି ଗ୍ରହଣ କରିବେ ନାହିଁ । ଏଭଳି ପରମ୍ପରା
ଓଡ଼ିଶାରେ କେବେ ବି ନଥିଲା । ବିଜେପି ଅତିମାତ୍ରାରେ ଅସହିଷ୍ଣୁ ହୋଇ ନାକାରାତ୍ମକ ଆଚରଣ କରୁଛି । ଶ୍ରଦ୍ଧାଞ୍ଜଜଳି ସଭାକୁ ଯିବାବେଳେ କଳା ପତାକା ଦେଖାଇବା କେତେଦୂର ନ୍ୟାୟ ସଙ୍ଗତ? ଏହା ମାନସିକ ବିକୃତି ଛଡ଼ା ଆଉ କିଛି ନୁହେଁ । ଭାରତୀୟ ଜନତା ପାର୍ଟି ଔଷଧ ବିକଳରେ ତାଟିଆ କାମୁଡ଼ା ନ୍ୟାୟରେ ଶ୍ରାଦ୍ଧାଞ୍ଜଳି ସଭାର ବି ବିରୋଧ କରୁଛି । ଏହା ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀ ନାୟକ । ବିଜେପି କ୍ଷମତା ହାସଲ କରିବା ନିଶାରେ ସ୍ଥାନ କାଳ ପାତ୍ର ଭୁଲି ପାଗଳଙ୍କ ଭଳି ଅତ୍ୟନ୍ତ ଅଶୋଭନୀୟ ଆଚରଣ କରୁଛି । ଆଗାମୀ ଦିନରେ ବିଜେପି ତା’ର ଆଚରଣରେ ସୁଧାର ନଆଣିଲେ ଲୋକେ ଉଚିତ ଶିକ୍ଷା
ଦେବେ ବୋଲି ଶ୍ରୀ ନାୟକ କହିଛନ୍ତି ।

Share in top social networks!