ରାଜ୍ୟ ସରକାର ଓ ଖଣି ମାଫିଆଙ୍କ ମଧ୍ୟରେ ଚାଲିଛି ମଧୁଚନ୍ଦ୍ରିକା : ବିଜେପି

 କେବଳ ୮ ହଜାର କୋଟି ଟଙ୍କା ଆଦାୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
 କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଇଲେକ୍ଟୋରାଲ୍ ବଣ୍ଡ କୁ ରାଜ୍ୟ ବିଜେପିର ସ୍ୱାଗତ
 ବିଜେପୁର ଉପ ନିର୍ବାଚନ ପାଇଁ ରାଜ୍ୟ ବିଜେପି ପୂରା ପ୍ରସ୍ତୁତ

ସୁର୍ପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଖଣି ମାଫିଆମାନଙ୍କ ଠାରୁ ଡିସେମ୍ବର ୩୧ ତାରିଖ ଭିତରେ ୬୨ ହଜାର କୋଟି ଟଙ୍କା ଆଦାୟ କରିବା ନିଦେ୍ର୍ଧଶ ଦେଇଥିଲେ । ମାନ୍ୟବର ସୁପ୍ରିମକୋର୍ଟ ରାୟ ଦେବା ପରେ ରାଜ୍ୟ ସରକାର ଆସାଧୁ ଖଣିଲିିଜ ଧାରୀଙ୍କୁ ଗଳା ବାଟ ଦେଖାଇଛନ୍ତି । ରାଜ୍ୟସରକାର ଚଂଚକତା କରି ୬୦ ହଜାର କୋଟି ଆଦାୟ କରିବା ପାଇଁ ଅସାଧୁ ଖଣି ଲିଜ୍ ଧାରି ମାନଙ୍କୁ ନୋଟିସ କରିଥିଲେ ମଧ୍ୟ ଏବେ ସେମାନଙ୍କ ଠାରୁ କେବଳ ୮ ହଜାର କୋଟି ଟଙ୍କା ଆଦାୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ।
କୋର୍ଟଙ୍କ ନିଦେ୍ର୍ଧଶ ପରେ ବି ଅସାଧୁ ଖଣି ଲିଜ୍ ଧାରୀମାନଙ୍କଠାରୁ କେବଳ ୮ ହଜାର କୋଟି ଟଙ୍କା ଆଦାୟ କରିବାରୁ ସ୍ପଷ୍ଟ ଜଣା ପଡୁଛି କିଭଳିି ଭାବରେ ରାଜ୍ୟ ସରକାର ଓ ଖଣିମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି । କାହା ସ୍ୱାର୍ଥରେ କେବଳ ୮ ହଜାର ଟଙ୍କା ଆଦାୟ କରାଗଲା ତାହା ରାଜ୍ୟ ସରକାର ଓ ଖଣି ମନ୍ତ୍ରୀ ଓଡିଶାବାସୀଙ୍କ ଆଗରେ ଉତର ରଖିବେ କି । ଯଦି ୧ ହଜାର ଗ୍ରାମ ଉନ୍ନତି ପାଇଁ ଏହି ଅର୍ଥକୁ ଲାଗାଯିବ ବୋଲି ମନ୍ତ୍ରୀ କହୁଛନ୍ତି ତେବେ ମାନ୍ୟବର ସୁର୍ପ୍ରିମକୋର୍ଟଙ୍କ ରାୟ ଅନୁସାରେ ସତପ୍ରତିଶତ ଅର୍ଥ ଆଦାୟକରି ଏହାକୁ କଣପାଇଁ ଆଦିବାସୀମାନଙ୍କ କଲ୍ୟାଣରେ ଲଗାଯିବ ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି ।
ଅନ୍ୟପଟେ ନିର୍ବାଚନରେ ସ୍ୱଚ୍ଛତା ଓ ସଂସ୍କରଣ ଆଣିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଇଲେକ୍ଟୋରାଲ୍ ବଣ୍ଡକୁ ରାଜ୍ୟ ବିଜେପି ସ୍ୱାଗତ କରିଛି । ଏହା ନିର୍ବାଚନ ସଂସ୍କରଣର ଗୋଟିଏ ପ୍ରକ୍ରିୟା । ଏଥି ସହ ଏହି ବଣ୍ଡଦ୍ୱାରା ରାଜନୈତିକ ଚାନ୍ଦାରେ ଅଙ୍କୁଶ ଲାଗିବା ସହ କଳାଟଙ୍କାର ବ୍ୟାପକ ବ୍ୟବହାରକୁ ରୋକାଯାଇପାରିବ । ଏହି ନିର୍ବାଚନୀ ବଣ୍ଡ ମାଧ୍ୟମରେ ନଗଦ ଟଙ୍କା କାରବାର ଉପରେ ରୋକ ଲାଗିବା ସହ ନିର୍ବାଚନରେ ସ୍ୱଚ୍ଛତା ଆସିପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବିଜେପୁର ଉପ ନିର୍ବାଚନ ପ୍ରସଂଗରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ନିର୍ବାଚନ କମିଶନ ବିଧିବ୍ୟବସ୍ଥା ଅନୁସାରେ ୬ ମାସ ଭିତରେ ଉପ ନିର୍ବାଚନ କରାଇବାର ନିୟମ ରହିଛି । ମାନ୍ୟବର ନିର୍ବାଚନ କମିଶନ ଯେବେ ତାରିଖ ଘୋଷଣା କରିବେ ନିର୍ବାଚନ ଋଣାଙ୍ଗନାରେ ଓହ୍ଲାଇବା ପାଇଁ ରାଜ୍ୟ ବିଜେପି ପୂରା ପ୍ରସ୍ତୁତ ରହିଛି । ଅନ୍ୟପଟେ ଶାସକ ବିଜେଡି ସାମ୍ବିଧାନିକ ଅନୁÂାନଗୁଡିକର ମର୍ଯ୍ୟାଦାହାନି କରିବାରୁ କ୍ଷାନ୍ତ ରହୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଆସନ୍ତା ଉପନିର୍ବାଚନରେ ବିଜେପୁରବାସୀ ରାଜ୍ୟ ସରକାରଙ୍କ ସ୍ଥାଣୁତା, ଅପାରଗତା ଓ ଭଷ୍ଟ୍ରାଚାର ବିରୁଦ୍ଧରେ ଏକାଠି ହୋଇ ବିଜେପି ସପକ୍ଷରେ ମତଦାନ କରିବେ ବୋଲି ଶ୍ରୀ ମହାନ୍ତି ଦୃଢତା ପ୍ରକାଶ କରିଛନ୍ତି ।

Share in top social networks!