କେନ୍ଦ୍ର ସରକାରଙ୍କ ଝୋଟବ୍ୟାଗ ପ୍ୟାକିଙ୍ଗ କ୍ୟାବିନେଟରେ ଅନୁମୋଦନ ପ୍ରସ୍ତାବକୁୁ ରାଜ୍ୟ ବିଜେପିର ସ୍ୱାଗତ

 ଝୋଟକଳଗୁଡିକ ଯଦି ଯଥେଷ୍ଟ ପରିମାଣରେ ବ୍ୟାଗ ଯୋଗାଇବେ ତେବେ ଖାଦ୍ୟଶସ୍ୟର ୧୦୦ ପ୍ରତିଶତ ବ୍ୟାଗରେ ପ୍ୟାକିଙ୍ଗ ହେବ
 ଦେଶର ପୂର୍ବ ଏବଂ ଉତର-ପୂର୍ବ ଅଂଚଳର ଝୋଟଚାଷୀ ଏବଂ ଶ୍ରମିକମାନେ ଲାଭବାନ ହେବେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଖାଦ୍ୟଶସ୍ୟ ଓ ଚିନି ଝୋଟ ୨୦୧୭-୧୮ରେ ଝୋଟ ବ୍ୟାଗରେ ପ୍ୟାକିଙ୍ଗ କରିବା ପାଇଁ ନିଦେ୍ର୍ଧଶ କରିଛନ୍ତି । ଏହା ଦ୍ୱାରା ଝୋଟ କ୍ଷେତ୍ରରେ ମୁଖ୍ୟ ଦାବୀକୁ ସହାୟତା କରିବା ସହିତ ଏ କ୍ଷେତ୍ରରେ ନିର୍ଭର କରୁଥିବା ଶ୍ରମିକ ଏବଂ ଚାଷୀମାନଙ୍କର ଭରଣପୋଷଣ ରେ ସାହାଯ୍ୟ କରିବ । କେନ୍ଦ୍ର ସରକାରଙ୍କ ଏଭଳି ପସ୍ତାବକୁୁ ରାଜ୍ୟ ବିଜେପି ସ୍ୱାଗତ କରିଛି ।
ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ପ୍ୟାକିଙ୍ଗରେ ସମୟସୀମା ବୃଦ୍ଧି ଝୋଟବ୍ୟାଗର ପ୍ୟାକିଙ୍ଗ ଆକ୍ଟ ୧୯୮୭ ଅନୁଯାୟୀ କରାଯାଇଛି । ପ୍ରାଥମିକ ସ୍ତରରେ ଖାଦ୍ୟ ଶସ୍ୟର ୯୦ ପ୍ରତିଶତ ଏବଂ ଚିନିର ୨୦ ପ୍ରତିଶତ ଦ୍ରବ୍ୟ ଝୋଟବ୍ୟାଗରେ ପ୍ୟାକିଙ୍ଗ କରାଯିବ । ଝୋଟକଳଗୁଡିକ ଯଦି ଯଥେଷ୍ଟ ପରିମାଣରେ ବ୍ୟାଗ ଯୋଗାଇ ଦିଅନ୍ତି ତେବେ ଖାଦ୍ୟଶସ୍ୟର ୧୦୦ ପ୍ରତିଶତ ଏହି ବ୍ୟାଗରେ ପ୍ୟାକିଙ୍ଗ ହେବ । ଏହାଦ୍ୱାରା ଝୋଟ ଉପରେ ନିର୍ଭର କରୁଥିବା ଶ୍ରମିକ ଓ ଚାଷୀ ଲାଭବାନ ହୋଇପାରିବେ ବୋଲି ରାଜ୍ୟ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ।
ଝୋଟ ଜାତ ଦ୍ରବ୍ୟର ଉପôାଦନ କ୍ଷେତ୍ର ସଂପୂର୍ଣ୍ଣ ସରକାରଙ୍କ ଉପରେ ନିର୍ଭର କରେ ଯାହା ଫଳରେ ପ୍ରତିବର୍ଷ ସରକାର ୫୫୦୦ କୋଟି ଟଙ୍କାର ଝୋଟ କ୍ରୟ କରିଥାନ୍ତି । ୩ ଲକ୍ଷ ୭୦ ହଜାର ଶ୍ରମିକ ଏବଂ ୪୦ ଲକ୍ଷ ଚାଷୀଙ୍କର ସ୍ୱାର୍ଥକୁ ରକ୍ଷା କରି ସରକାର ଝୋଟଶିଳ୍ପର ଉନ୍ନତି ପାଇଁ ବଦ୍ଧ ପରିକର ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଏଭଳି ସିଦ୍ଧାନ୍ତ ଦେଶର ପୂର୍ବ ଏବଂ ଉତର-ପୂର୍ବ ଅଂଚଳର ଝୋଟଚାଷୀ ଏବଂ ଶ୍ରମିକମାନଙ୍କର ଉପକାର କରିବ । ବିଶେଷକରି ଓଡିଶା,ପଶ୍ଚିମବଙ୍ଗ, ବିହାର , ତ୍ରିପୁରା,ଆସାମ, ଅନ୍ଧ୍ରପ୍ରଦେଶ ଏବଂ ମେଘାଳୟର ଚାଷୀମାନେ ଉପକୃତ ହେବେ ବୋଲି ଶ୍ରୀ ଶର୍ମା କହିଛନ୍ତି ।

Share in top social networks!