ନୀତି ଆୟୋଗ ବୈଠକରେ ଅଫିସରମାନେ ଯୋଗ ନଦେବା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ ସରକାରୀ ଅଫିସରମାନଙ୍କୁ ପ୍ରଭାବିତ କରୁଛନ୍ତି : ବିଜେପି

କେନ୍ଦ୍ର ସରକାର ନୀତି ଆୟୋଗ ବ÷÷ଠକରେ ଅତିରିକ୍ତ ସଚିବ କିମ୍ବା ଯୁଗ୍ମ ସଚିବ ପାହ୍ୟାର ଅଫିସରମାନଙ୍କୁ ପଛୁଆ ଜିଲ୍ଲାର ଦାୟୀତ୍ୱ ଦେବା ପାଇଁ ସ୍ଥିର ହୋଇଥିଲା । ଏହି ବର୍ଗରେ ଓଡିଶାର ୮ ଟି ଜିଲ୍ଲାକୁ ସାମିଲ କରାଯାଇ ପ୍ରଶାସନିକ ଅଧିକାରୀମାନଙ୍କୁ ଦାୟୀତ୍ୱ ଦିଆଯାଇଥିଲା । କିନ୍ତୁ ରାଜ୍ୟସରକାରଙ୍କ ନିଦେ୍ର୍ଧଶକୁ ପାଳନ କରି ଆସନ୍ତା ୪ ତାରିଖ ଓ ୫ ତାରିଖରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଓଡିଶାର କୈ÷ାଣସି ଅଧିକାରୀ ଯୋଗ ନଦେବା ଅତ୍ୟନ୍ତ ଦୁର୍ଭଗ୍ୟଜନକ ବୋଲି ରାଜ୍ୟ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ।
କେନ୍ଦ୍ର ସରକାର ସବୁ ସମୟରେ ରାଜ୍ୟର ଉନ୍ନତି ଓ ବିକାଶ ପାଇଁ ସହାୟତାର ହାତ ବଢାଇଛନ୍ତି । ତେବେ ପଛୁଆ ଅଂଚଳର ବିକାଶ ପାଇଁ କେନ୍ଦ୍ର ସରକାର ୮ ଜଣ ପ୍ରଶାସନିକ ଅଧିକାରୀଙ୍କୁ ସମୀକ୍ଷାର ଦାୟୀତ୍ୱ ଦେବା ପରେ ଏବେ ରାଜ୍ୟ ସରକାର ସେମାନଙ୍କୁ ବୈଠକରେ ଯୋଗଦେବା ପାଇଁ ମନା କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏଥିରୁ ସ୍ପଷ୍ଟ ଜଣାପଡୁଛି କି କେବଳ ନିଜର ଅପାରଗତାକୁ ଲୁଚାଇବା ପାଇଁ ଶାସକ ବିଜେଡି ସମସ୍ତ ଅଫିସରମାନଙ୍କୁ ନିଜ ନିୟନ୍ତ୍ରଣ ରଖିବାକୁ ପ୍ରୟାସ କରୁଛି । ପଛୁଆ ଅଂଚଳର ବିକାଶ ହେଉନି ବୋଲି ଶାସକ ଦଳର ମନ୍ତ୍ରୀମାନେ ବାରମ୍ବାର କେନ୍ଦ୍ର ଆଗରେ ଅଭିଯୋଗ କରୁଛନ୍ତି । କିନ୍ତୁ ବାସ୍ତବରେ କେନ୍ଦ୍ର ସରକାର ହାତ ଖୋଲି ଅର୍ଥ ଦେଉଥିବାବେଳେ ମୁଖ୍ୟମନ୍ତ୍ରୀ କେବଳ ନିଜର ରାଜନ÷÷ତିକ ଫାଇଦା ପାଇଁ କେନ୍ଦ୍ର ଉପରେ ମିଥ୍ୟା ଅଭିଯୋଗ କରୁଛନ୍ତି । ପଛୁଆ ଅଂଚଳ ବିକାଶ ପାଇଁ ଦାୟୀତ୍ୱ ନେଇଥିବା ଜିଲ୍ଲାପାଳମାନେ ନୀତି ଆୟୋଗ ବୈଠକରେ ଅଂଶ ଗ୍ରହଣ ନକରିବା ପଛରେ କାହାର ସ୍ୱାର୍ଥ ରହିଛି ଏବଂ ଜିଲ୍ଲାପାଳମାନେ କଣ କେନ୍ଦ୍ର ସରକାରଙ୍କ ଅଧିକାରୀ ନୁହଁନ୍ତି ବୋଲି ଶ୍ରୀ ଶର୍ମା ପ୍ରଶ୍ନ ଉଠାଇଛନ୍ତି ।
ବିଜେଡିର ପ୍ରତିÂା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଦଳୀୟ ପତାକା ଓ ଲୋକଯୋଗାଡ କରିବା ପାଇଁ ବିଜେଡିର ପୂର୍ବତନ ମନ୍ତ୍ରୀ ଦାମ ରାଉତଙ୍କୁ ଫୋନ ଯୋଗେ କହିବା ଏବଂ ତାହା ସହ ପୁରୀ ଏସ୍ପି ପ୍ରତିÂା ଦିବସର ଅଧିବେଶନକୁ କିପରି ସୁରକ୍ଷା ଦେବେ ସେ ନେଇ ନିଜ ବିବୃତି ରଖିବା ଘଟଣାରୁ ସ୍ପଷ୍ଟ ଜଣାପଡୁଛି କି ଶାସକ ବିଜେଡି ନିଜ ଦଳୀୟ କାର୍ଯ୍ୟକ୍ରମରେ ସରକାରୀ କଳକୁ ବ୍ୟବହାର କରୁଛି । ମୁଖ୍ୟମନ୍ତ୍ରୀ କଠିନ ପରିଶ୍ରମ ନୁହେଁ କେବଳ ବିଜ୍ଞାପନ ମାଧ୍ୟମରେ ନିଜର ପ୍ରଚାର କରି ଓଡିଶା ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି ।

Share in top social networks!